ହୋଇପାରୁନି ଜମି ଅଧିଗ୍ରହଣ

କଳିଙ୍ଗନଗର,୨ା୬(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଚୋରଦା-ଡୁବୁରିରେ ଟ୍ରାଫିକ ସମସ୍ୟା ବଢ଼ିଚାଲିଛି। ଏହି ରାସ୍ତା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବାବେଳେ ରାସ୍ତାର ମାନପୁରଠାରେ ପୂର୍ବତଟ ରେଳପଥ ଅତିକ୍ରମ କରୁଛି। ପୂର୍ବରୁ ଏହି ରେଳପଥ ଉପରେ ଏକ ଓଭର ବ୍ରିଜ ନିର୍ମାଣ ହୋଇଥିଲା। ମାତ୍ର ସେ ପୋଲ ନିର୍ମାଣରେ ବହୁ ତ୍ରୁଟି ହେବାରୁ ଏବେ ତାହା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲ ଉପରେ ଶିଳ୍ପାଞ୍ଚଳରୁ ଯାତାୟାତ କରୁଥିବା ଅତ୍ୟଧିକ ଭାରିଯାନ ଚଳାଚଳବେଳେ ଅତ୍ୟଧିକ ଚାପ ହେତୁ କମ୍ପନ ହେଉଥିବାରୁ ଯେ କୌଣସି ମୁହୂର୍ତ୍ତରେ ପୋଲରେ ଅଘଟଣ ଘଟିବା ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ୪ ବର୍ଷ ତଳେ ତୁରନ୍ତ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଦୁଇଥର ମାଷ୍ଟର ପ୍ଲାନ ହୋଇସାରିଛି। ବାରମ୍ବାର ପ୍ଲାନ ବଦଳିବା କାରଣରୁ ଦୁଇଥର ଅର୍ଥ ବୃଦ୍ଧି ମଧ୍ୟ କରାଯାଇଛି। ଶେଷ ଅଟକଳ ମୁତାବକ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ନୂତନ ବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ୫୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୩୦ କୋଟି ଟଙ୍କା ରେଲ୍‌ଓ୍ବେ ମଞ୍ଜୁର କରିଥିବା ଜଣାପଡିଛି। ରେଳପଥର ଦୁଇ ପାର୍ଶ୍ୱରେ ମୋଟ ୩୨ଟି ସ୍ପାନ ନିର୍ମାଣ କରାଯିବାକୁ ଥିବାବେଳେ ଏଯାଏ ୩୧ ସ୍ପାନର କାମ ଶେଷ ହୋଇଛି। ପୋଲର ଦାନଗଦି ପଟରେ ଏକ ବ୍ୟକ୍ତିଗତ ଜମିରେ ସମସ୍ୟା ରହିଥିବା କାରଣରୁ ତାହା ଅଦ୍ୟାବଧି ଅଧିଗ୍ରହଣ ହୋଇ ପାରିନାହିଁ। ସମ୍ପୃକ୍ତ ଜମି ମାଲିକ ଜାଗା ନ ଛାଡ଼ିବାରୁ କୌଣସି ପ୍ରକାର ଗୋଟିଏ ସ୍ପାନ କାମ ପାଇଁ ମୂଳରୁ ଖୁଣ୍ଟ ଉଠି ପାରୁନାହିଁ। ଏହି ଅଡୁଆ ପାଇଁ ପୋଲ ନିର୍ମାଣ ଅଧିକ ବିଳମ୍ବିତ ହେଉଛି।
ଅନ୍ୟପକ୍ଷରେ ପ୍ରତିଦିନ ୫୦ ହଜାର ଗାଡ଼ି ଚଳାଚଳ କରୁଥିବା ଏହି ବ୍ୟସ୍ତବହୁଳ ରାସ୍ତାର ପୁରୁଣା ପୋଲରେ ଗାଡ଼ିଗୁଡିକ ଧାଡ଼ି ବାନ୍ଧି ଯାଉଛନ୍ତି। ଭିଡ଼ ପାଇଁ ଶ୍ରମିକ, କର୍ମଚାରୀ ଓ ସାଧାରଣ ଜନତା ନାକେଦମ ହେଉଛନ୍ତି। ସ୍କୁଲ ବସ୍‌, ଅଗ୍ନିଶମ ସେବା ଗାଡ଼ି ଓ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ପ୍ରତ୍ୟହ ବ୍ୟାହତ ହେଉଛି। ସକାଳେ ଓ ସାରେ ବ୍ରିଜ୍‌ରେ ଏମିତି ଅସମ୍ଭାଳ ଭିଡ ଜମୁଛି ଯେ ତା’କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ହଇରାଣ ହେଉଛି। ପୋଲର ଗୋଟିଏ ପଟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାବେଳେ ଅନ୍ୟପଟେ ଆଦୌ କାମ ହୋଇ ପାରୁନାହିଁ। ତେଣୁ ଜମି ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?