ହୋଇପାରୁନି ଜମି ଅଧିଗ୍ରହଣ

କଳିଙ୍ଗନଗର,୨ା୬(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଚୋରଦା-ଡୁବୁରିରେ ଟ୍ରାଫିକ ସମସ୍ୟା ବଢ଼ିଚାଲିଛି। ଏହି ରାସ୍ତା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବାବେଳେ ରାସ୍ତାର ମାନପୁରଠାରେ ପୂର୍ବତଟ ରେଳପଥ ଅତିକ୍ରମ କରୁଛି। ପୂର୍ବରୁ ଏହି ରେଳପଥ ଉପରେ ଏକ ଓଭର ବ୍ରିଜ ନିର୍ମାଣ ହୋଇଥିଲା। ମାତ୍ର ସେ ପୋଲ ନିର୍ମାଣରେ ବହୁ ତ୍ରୁଟି ହେବାରୁ ଏବେ ତାହା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲ ଉପରେ ଶିଳ୍ପାଞ୍ଚଳରୁ ଯାତାୟାତ କରୁଥିବା ଅତ୍ୟଧିକ ଭାରିଯାନ ଚଳାଚଳବେଳେ ଅତ୍ୟଧିକ ଚାପ ହେତୁ କମ୍ପନ ହେଉଥିବାରୁ ଯେ କୌଣସି ମୁହୂର୍ତ୍ତରେ ପୋଲରେ ଅଘଟଣ ଘଟିବା ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ୪ ବର୍ଷ ତଳେ ତୁରନ୍ତ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଦୁଇଥର ମାଷ୍ଟର ପ୍ଲାନ ହୋଇସାରିଛି। ବାରମ୍ବାର ପ୍ଲାନ ବଦଳିବା କାରଣରୁ ଦୁଇଥର ଅର୍ଥ ବୃଦ୍ଧି ମଧ୍ୟ କରାଯାଇଛି। ଶେଷ ଅଟକଳ ମୁତାବକ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ନୂତନ ବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ୫୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୩୦ କୋଟି ଟଙ୍କା ରେଲ୍‌ଓ୍ବେ ମଞ୍ଜୁର କରିଥିବା ଜଣାପଡିଛି। ରେଳପଥର ଦୁଇ ପାର୍ଶ୍ୱରେ ମୋଟ ୩୨ଟି ସ୍ପାନ ନିର୍ମାଣ କରାଯିବାକୁ ଥିବାବେଳେ ଏଯାଏ ୩୧ ସ୍ପାନର କାମ ଶେଷ ହୋଇଛି। ପୋଲର ଦାନଗଦି ପଟରେ ଏକ ବ୍ୟକ୍ତିଗତ ଜମିରେ ସମସ୍ୟା ରହିଥିବା କାରଣରୁ ତାହା ଅଦ୍ୟାବଧି ଅଧିଗ୍ରହଣ ହୋଇ ପାରିନାହିଁ। ସମ୍ପୃକ୍ତ ଜମି ମାଲିକ ଜାଗା ନ ଛାଡ଼ିବାରୁ କୌଣସି ପ୍ରକାର ଗୋଟିଏ ସ୍ପାନ କାମ ପାଇଁ ମୂଳରୁ ଖୁଣ୍ଟ ଉଠି ପାରୁନାହିଁ। ଏହି ଅଡୁଆ ପାଇଁ ପୋଲ ନିର୍ମାଣ ଅଧିକ ବିଳମ୍ବିତ ହେଉଛି।
ଅନ୍ୟପକ୍ଷରେ ପ୍ରତିଦିନ ୫୦ ହଜାର ଗାଡ଼ି ଚଳାଚଳ କରୁଥିବା ଏହି ବ୍ୟସ୍ତବହୁଳ ରାସ୍ତାର ପୁରୁଣା ପୋଲରେ ଗାଡ଼ିଗୁଡିକ ଧାଡ଼ି ବାନ୍ଧି ଯାଉଛନ୍ତି। ଭିଡ଼ ପାଇଁ ଶ୍ରମିକ, କର୍ମଚାରୀ ଓ ସାଧାରଣ ଜନତା ନାକେଦମ ହେଉଛନ୍ତି। ସ୍କୁଲ ବସ୍‌, ଅଗ୍ନିଶମ ସେବା ଗାଡ଼ି ଓ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ପ୍ରତ୍ୟହ ବ୍ୟାହତ ହେଉଛି। ସକାଳେ ଓ ସାରେ ବ୍ରିଜ୍‌ରେ ଏମିତି ଅସମ୍ଭାଳ ଭିଡ ଜମୁଛି ଯେ ତା’କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ହଇରାଣ ହେଉଛି। ପୋଲର ଗୋଟିଏ ପଟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାବେଳେ ଅନ୍ୟପଟେ ଆଦୌ କାମ ହୋଇ ପାରୁନାହିଁ। ତେଣୁ ଜମି ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri