ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଖାଦ୍ୟ ସମସ୍ୟା

କୋଣାର୍କ,୨୪।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବନ ବିଭାଗ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଖାଦ୍ୟ ଅଭାବଜନିତ ସମସ୍ୟା ଯୋଗୁ ଗାଁମୁହାଁ ହୋଇଥିବା ଏକ ହରିଣର କୋଣାର୍କ- କାକଟପୁର ମୁଖ୍ୟରାସ୍ତାର ବଢେଇ ଛକରେ ଶୁକ୍ରବାର ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ହରିଣର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ହରିଣଙ୍କ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ନିମନ୍ତେ ଏମ୍‌ଜିଏନ୍‌ଆରଇଜିଏସ୍‌ ଓ କାମ୍ଫା ଯୋଜନା ମାଧ୍ୟମରେ ଜଙ୍ଗଲ ମଧ୍ୟରେ ଘାସ ଚାଷ ଓ ପୋଖରୀ ଖନନ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଥିବା ବେଳେ ନାମକୁ ମାତ୍ର କାର୍ଯ୍ୟ କରାଯାଇ କେବଳ କାଗଜ କଲମରେ କାର୍ଯ୍ୟ ହେଉଥିବାରୁ ପରିବେଶ ପ୍ରେମୀ ଓ ପଶୁ ପ୍ରେମୀ ଅସନ୍ତୋଷ ପ୍ରକାଶ କରି ଏହାର ସତ୍ୟତା ଅନୁସନ୍ଧାନ ପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି। ଅନ୍ୟପଟେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଥିବା ବିଭିନ୍ନ ଇକୋ ଡେଭେଲପମେଣ୍ଟ କମିଟି ଦ୍ବାରା ପରିଚାଳିତ ବନ୍ୟଜନ୍ତୁଙ୍କ ଖାଦ୍ୟାଭାବ ଜନିତ ସମସ୍ୟା ଯୋଗୁ ହରିଣ ସମେତ ବିଭିନ୍ନ ବନ୍ୟଜନ୍ତୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ବିଭିନ୍ନ ସମୟରେ ବୁଲା କୁକୁର, ମାଂସ ଲୋଲୁପ ଶିକାରୀ ଓ ଗାଡି ଧକ୍କାରେ ମୃତ୍ୟୁ କରୁଥିବା ନଜିର ରହିଛି।
ଶୁକ୍ରବାର ପୂର୍ବାହ୍ନରେ ଖାଦ୍ୟ ଅନ୍ବେଷଣରେ ଆସି କୋଣାର୍କ ଥାନା ଅଧୀନ କୋଣାର୍କ – କାକଟପୁର ରାସ୍ତାର ବଢେଇ ଛକରେ ଏକ ଅଜଣା ଗାଡି ଧକ୍କାରେ ଏକ ବାଲି ହରିଣର ମୃତ୍ୟୁ ଘଟିଛି। ଖବରପାଇ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଟିମ୍‌ ଆସି ମୃତ ହରିଣଟିକୁ ଜବତ କରି କୋଣାର୍କ ପଶୁ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ କାର୍ଯ୍ୟାଳୟ ପରିସରରେ ପୋତା ଯାଇଥିବା କୋଣାର୍କ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି। ଆଗାମୀ ଦିନରେ ବନ୍ୟପ୍ରାଣୀଙ୍କ ନିମନ୍ତେ ବିଭାଗ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୋଣାର୍କ ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri