ପାର୍ସାଲିରେ ଲାଗିଲା ମାଓବାଦୀ ପୋଷ୍ଟର

ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । କଲ୍ୟାଣସିଂହପୁର ବ୍ଲକ ପାର୍ସାଲିଠାରେ ୪ଟି ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ବାସଧାରା-ନାଗାବଳୀ-ଘୁମୁସୁର(ବାଘୁନା) ମାଓ କମିଟି ଲଗେଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ଉକ୍ତ ପୋଷ୍ଟରରେ ବେଦାନ୍ତ କମ୍ପାନୀର ଦଲାଲ ସାଜିଥିବା ସାଇନିଂ କଳାହାଣ୍ଡି ଏବଂ ଓପିଲିପି ଭଳି ସଂସ୍ଥାକୁ ବନ୍ଦ କରାଯାଉ ବୋଲି ଉଲ୍ଲେଖ ରହିଛି । ଏଥି ସହିତ ବେଦାନ୍ତକୁ ନିୟମଗିରି ଖଣି ଖନନ ଦାବିକୁ ବିରୋଧ ସହ ଜନ ଆନ୍ଦୋଳନ, ସରକାର ଆଦିବାସୀଙ୍କ ଠାରୁ ଜଙ୍ଗଲ ଜମି ଛଡ଼ାଇ ପୁଞ୍ଜିପତି ହାତକୁ ନ ଦେବାକୁ କୁହାଯାଇଛି। ଏହାସହ ନିୟମଗିରିରେ ପର୍ଯ୍ୟଟନ କେନ୍ଦ୍ରକୁ ବନ୍ଦ କରିବାକୁ ଆହ୍ବାନ କରାଯାଇଛି। ଲାଗିଥିବା ୪ଟି ପୋଷ୍ଟରରେ ନିୟମଗିରିରେ ପର୍ଯ୍ୟଟନସ୍ଥଳୀ ହେଲେ ଡଙ୍ଗରିଆ ଝିଅ, ବୋହୁଙ୍କ ଇଜ୍ଜତ ସହ ଲୋକ ଖେଳିବେ, ଡଙ୍ଗରିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରଭାବିତ ହେବ। ଏହା ସହ ଡଙ୍ଗରିଆ ଜନଜାତିକୁ ପଶୁପକ୍ଷୀ ଭଳି ବ୍ୟବହାର ନ କରିବା, ଦୁର୍ବ୍ୟବହାର ନ କରିବା, ପର୍ଯ୍ୟଟନ କେନ୍ଦ୍ରବଦଳରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ, ଟିବି ହସ୍ପିଟାଲ ନିର୍ମାଣ କରାଯାଉ। ଟଙ୍କା ଲୋଭରେ ପର୍ଯ୍ୟଟନ କେନ୍ଦ୍ରକୁ ସମର୍ଥନ କରୁଥିବା ଦଲାଲ ଗୋଷ୍ଠୀ ଏହି କାମରୁ ନିବୃତ ରହିବାକୁ ମଧ୍ୟ ଉଲ୍ଲେଖ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri