ଅନାଥ ଶିଶୁକନ୍ୟା ଲିଲିଆନାଙ୍କ ନୂଆ ଠିକଣା ଆମେରିକା

କଟକ,୨୪ା୬ (କାର୍ତ୍ତିକ ସାହୁ): ଅନାଥ ଶିଶୁକନ୍ୟା ଲିଲିଆନାଙ୍କୁ ମିଳିଗଲେ ମାଆବାପା। କଟକର ବସୁନ୍ଧରାରୁ ଯାଇ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହରରେ ନିଜର ନୂଆ ଠିକଣା ସେ ପାଇବ। ସେ ନିଜ ପରିଚୟ ସହ ପରିବାର, ଆବାସ, ମାତାପିତାଙ୍କ ଗହଣରେ ନୂଆ ଜୀବନ ଆରମ୍ଭ କରିବ। ଆମେରିକୀୟ ଦମ୍ପତିଙ୍କୁ ପୋଷ୍ୟସନ୍ତାନ ଭାବେ ଲିଲିଆନାଙ୍କୁ ହସ୍ତାନ୍ତର କରିବା ଅବସରରେ ଶୁକ୍ରବାର ପୂର୍ବାହ୍ନରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଭାବପ୍ରବଣ ଭାବେ ଏହା କହିଛନ୍ତି। ଓକ୍ଲାହୋମା ସହରର ଦମ୍ପତି ବ୍ରିୟାଣ୍ଟ କୋଟ୍ଟଲେ ଏବଂ ତାଙ୍କ ସ୍ତ୍ରୀ ଆନ୍ନା ଏଲିସ କୋଟ୍ଟଲେ ଲିଲିଆନାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି।
୨୦୧୯ ଫେବୃୟାରୀରେ ଖୋର୍ଦ୍ଧା ଶିଶୁ ସୁରକ୍ଷା ସମିତି ଦ୍ୱାରା ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସା ନିମନ୍ତେ କଟକ ଶିଶୁଭବନକୁ ହସ୍ତାନ୍ତର କରାଯାଇଥିଲା। ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଜିଲା ଶିଶୁ ମଙ୍ଗଳ ସମିତି ଶିଶୁଟିର ସେବାଯତ୍ନ ନିମନ୍ତେ କଟକସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରାକୁ ହସ୍ତାନ୍ତର କରିଥିଲେ। ଉକ୍ତ ଶିଶୁକନ୍ୟାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଜିଲା ଶିଶୁ ମଙ୍ଗଳ ସମିତି ୨୦୨୨ ମେ’ ୪ରେ ଅନୁମତି ଦେଇଥିଲେ। ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂଶୋଧନ କର୍ତ୍ତୃପକ୍ଷ ବିନା ଆପତ୍ତିରେ ଆମେରିକାର ଦମ୍ପତିଙ୍କୁ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆମେରିକୀୟ ଦମ୍ପତି କଟକରେ ପହଞ୍ଚତ୍ବା ପରେ ପୋଷ୍ୟ ସନ୍ତାନ ଭାବେ ଶିଶୁକନ୍ୟାଟିକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଏ ସମ୍ପର୍କରେ ଆମେରିକୀୟ ଦମ୍ପତି କହିଛନ୍ତି, ଲିଲିଆନା ସେମାନଙ୍କୁ ଖୁବ୍‌ ଭଲ ପାଉଛି ଏବଂ ସେମାନେ ମଧ୍ୟ ଲିଲିଆନାଙ୍କୁ ତତୋଧିକ ଭଲ ପାଉଛନ୍ତି। ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇ ଲିଲିଆନାର ନୂତନ ଜୀବନ ଯାତ୍ରାରେ ପ୍ରଶାସନର ସହଯୋଗ ଓ ଆଶୀର୍ବାଦ ନୂତନ ପ୍ରେରଣା ବୋଲି କହିଛନ୍ତି। ଲିଲିଆନାଙ୍କୁ ଏକ ନୂତନ ଜୀବନ ଓ ଦିଗ୍‌ଦର୍ଶନ ଦେବା ନିମନ୍ତେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରା, କଟକ ଜିଲା ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, କେନ୍ଦ୍ରୀୟ ପୋଷ୍ୟସନ୍ତାନ କର୍ତ୍ତୃପକ୍ଷ, ଜିଲାକୋର୍ଟ, ଭୁବନେଶ୍ୱର ପାସ୍‌ପୋର୍ଟ ଅଧିକାରୀଙ୍କ ସମେତ ଏହି ଦୀର୍ଘଯାତ୍ରାରେ ଅତ୍ୟନ୍ତ ସହଯୋଗ କରୁଥିବା ତାଙ୍କୁ ଅଭିଭୂତ କରିଛି ବୋଲି ପ୍ରକାଶ କରିଛନ୍ତି। ଲିଲିଆନାଙ୍କ ପୋଷ୍ୟପିତା ପେସାରେ ଜଣେ ପ୍ରବନ୍ଧ ପରୀକ୍ଷକ ଓ ପୋଷ୍ୟମାତା ପେସାରେ ଜଣେ ନର୍ସ। ଇତିମଧ୍ୟରେ ଲିଲିଆନାର ପାସ୍‌ପୋର୍ଟ ପାଇଁ ଭୁବନେଶର ପାସ୍‌ପୋର୍ଟ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିବା ବେଳେ ଭିସା ପାଇବା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଶିଶୁ ହସ୍ତାନ୍ତର କାର୍ଯ୍ୟକ୍ରମରେ କଟକ ଜିଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ, ସଦସ୍ୟ ହରିହର ନାୟକ, ସାମାଜିକ କର୍ମୀ ଗିରିଧାରୀ ନାୟକ, ଅତିରିକ୍ତ ଜିଲାପାଳ ଶିବ ଟୋପୋ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri