Odisha Elections 2024

ଅନାଥ ଶିଶୁକନ୍ୟା ଲିଲିଆନାଙ୍କ ନୂଆ ଠିକଣା ଆମେରିକା

କଟକ,୨୪ା୬ (କାର୍ତ୍ତିକ ସାହୁ): ଅନାଥ ଶିଶୁକନ୍ୟା ଲିଲିଆନାଙ୍କୁ ମିଳିଗଲେ ମାଆବାପା। କଟକର ବସୁନ୍ଧରାରୁ ଯାଇ ଆମେରିକାର ଆଲାବାମା ରାଜ୍ୟସ୍ଥିତ ଓକ୍ଲାହୋମା ସହରରେ ନିଜର ନୂଆ ଠିକଣା ସେ ପାଇବ। ସେ ନିଜ ପରିଚୟ ସହ ପରିବାର, ଆବାସ, ମାତାପିତାଙ୍କ ଗହଣରେ ନୂଆ ଜୀବନ ଆରମ୍ଭ କରିବ। ଆମେରିକୀୟ ଦମ୍ପତିଙ୍କୁ ପୋଷ୍ୟସନ୍ତାନ ଭାବେ ଲିଲିଆନାଙ୍କୁ ହସ୍ତାନ୍ତର କରିବା ଅବସରରେ ଶୁକ୍ରବାର ପୂର୍ବାହ୍ନରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଭାବପ୍ରବଣ ଭାବେ ଏହା କହିଛନ୍ତି। ଓକ୍ଲାହୋମା ସହରର ଦମ୍ପତି ବ୍ରିୟାଣ୍ଟ କୋଟ୍ଟଲେ ଏବଂ ତାଙ୍କ ସ୍ତ୍ରୀ ଆନ୍ନା ଏଲିସ କୋଟ୍ଟଲେ ଲିଲିଆନାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି।
୨୦୧୯ ଫେବୃୟାରୀରେ ଖୋର୍ଦ୍ଧା ଶିଶୁ ସୁରକ୍ଷା ସମିତି ଦ୍ୱାରା ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିକିତ୍ସା ନିମନ୍ତେ କଟକ ଶିଶୁଭବନକୁ ହସ୍ତାନ୍ତର କରାଯାଇଥିଲା। ଏ ସଂକ୍ରାନ୍ତରେ ସୂଚନା ପାଇବା ପରେ ଜିଲା ଶିଶୁ ମଙ୍ଗଳ ସମିତି ଶିଶୁଟିର ସେବାଯତ୍ନ ନିମନ୍ତେ କଟକସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରାକୁ ହସ୍ତାନ୍ତର କରିଥିଲେ। ଉକ୍ତ ଶିଶୁକନ୍ୟାକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଜିଲା ଶିଶୁ ମଙ୍ଗଳ ସମିତି ୨୦୨୨ ମେ’ ୪ରେ ଅନୁମତି ଦେଇଥିଲେ। ଏହାପରେ କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂଶୋଧନ କର୍ତ୍ତୃପକ୍ଷ ବିନା ଆପତ୍ତିରେ ଆମେରିକାର ଦମ୍ପତିଙ୍କୁ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆମେରିକୀୟ ଦମ୍ପତି କଟକରେ ପହଞ୍ଚତ୍ବା ପରେ ପୋଷ୍ୟ ସନ୍ତାନ ଭାବେ ଶିଶୁକନ୍ୟାଟିକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ଏ ସମ୍ପର୍କରେ ଆମେରିକୀୟ ଦମ୍ପତି କହିଛନ୍ତି, ଲିଲିଆନା ସେମାନଙ୍କୁ ଖୁବ୍‌ ଭଲ ପାଉଛି ଏବଂ ସେମାନେ ମଧ୍ୟ ଲିଲିଆନାଙ୍କୁ ତତୋଧିକ ଭଲ ପାଉଛନ୍ତି। ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇ ଲିଲିଆନାର ନୂତନ ଜୀବନ ଯାତ୍ରାରେ ପ୍ରଶାସନର ସହଯୋଗ ଓ ଆଶୀର୍ବାଦ ନୂତନ ପ୍ରେରଣା ବୋଲି କହିଛନ୍ତି। ଲିଲିଆନାଙ୍କୁ ଏକ ନୂତନ ଜୀବନ ଓ ଦିଗ୍‌ଦର୍ଶନ ଦେବା ନିମନ୍ତେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ବସୁନ୍ଧରା, କଟକ ଜିଲା ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, କେନ୍ଦ୍ରୀୟ ପୋଷ୍ୟସନ୍ତାନ କର୍ତ୍ତୃପକ୍ଷ, ଜିଲାକୋର୍ଟ, ଭୁବନେଶ୍ୱର ପାସ୍‌ପୋର୍ଟ ଅଧିକାରୀଙ୍କ ସମେତ ଏହି ଦୀର୍ଘଯାତ୍ରାରେ ଅତ୍ୟନ୍ତ ସହଯୋଗ କରୁଥିବା ତାଙ୍କୁ ଅଭିଭୂତ କରିଛି ବୋଲି ପ୍ରକାଶ କରିଛନ୍ତି। ଲିଲିଆନାଙ୍କ ପୋଷ୍ୟପିତା ପେସାରେ ଜଣେ ପ୍ରବନ୍ଧ ପରୀକ୍ଷକ ଓ ପୋଷ୍ୟମାତା ପେସାରେ ଜଣେ ନର୍ସ। ଇତିମଧ୍ୟରେ ଲିଲିଆନାର ପାସ୍‌ପୋର୍ଟ ପାଇଁ ଭୁବନେଶର ପାସ୍‌ପୋର୍ଟ କାର୍ଯ୍ୟାଳୟକୁ ଆବେଦନ କରାଯାଇଥିବା ବେଳେ ଭିସା ପାଇବା ପାଇଁ ଦିଲ୍ଲୀରେ ପ୍ରକ୍ରିୟା ଚାଲିଥିବା ଜଣାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ଶିଶୁ ହସ୍ତାନ୍ତର କାର୍ଯ୍ୟକ୍ରମରେ କଟକ ଜିଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ, ସଦସ୍ୟ ହରିହର ନାୟକ, ସାମାଜିକ କର୍ମୀ ଗିରିଧାରୀ ନାୟକ, ଅତିରିକ୍ତ ଜିଲାପାଳ ଶିବ ଟୋପୋ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଏବଂ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri