ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ ଆଦର୍ଶ ଭଲ ବୋଲି ଏଯାଏ ଦଳୀୟ ନେତା, କର୍ମୀମାନେ କହି ବୁଲୁଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଜିଲାର ସମସ୍ତ ଜିଲା ପରିଷଦ ଆସନ ଅକ୍ତିଆର କରି ବିଜେଡି ଏହାର ପ୍ରମାଣ ଦେଇଛି। ଏଭଳିସ୍ଥଳେ ବିଜେଡିର ବିକଳ୍ପ ପାଇଁ ବିରୋଧୀ ବିଶ୍ୱାସ ହୋଇପାରୁନାହାନ୍ତି। ବିଜେଡିର ବିକଳ୍ପ ଦଳ ଭାବରେ ଭାଜପା ଉଭା ହେବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଆସୁଛି ତାହା ଏଯାଏ ଭାଷଣରେ ସୀମିତ ରହିଛି। କଂଗ୍ରେସର ସ୍ଥିତି ଆହୁରି ଦୁର୍ବଳ ହେବା ସହ ଜନଗଣଙ୍କ ସେତେଟା ବିଶ୍ୱାସଭାଜନ ହୋଇ ପାରି ନ ଥିବା ଆଲୋଚନା ହେଉଛି। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏହାର କେତୋଟି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।
୨୦୨୪ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ। ୨୦୧୯ ନିର୍ବାଚନରେ ବିଜେଡିର ଭୋଟହାର ହ୍ରାସ ପାଇଥିବାରୁ ଦଳ ଏଥର ୨୦୧୪ ସ୍ଥିତିକୁ ଫେରିବାକୁ ସମସ୍ତ କୌଶଳ ଆପଣାଇବ ବୋଲି ନେତାମାନେ କହୁଛନ୍ତି। ହେଲେ ୨୦୧୯ ବିଧାନସଭା ନିର୍ବାଚନ ପରେ ଭାଜପା ଶିବିରର ହାଲଚାଲ ସାମାନ୍ୟ ବଦଳିଛି। ଧର୍ମଶାଳାର ୨ ଦଶନ୍ଧିର ଭାଜପା ନେତା ରମେଶ ଚନ୍ଦ୍ର ପରିଡ଼ାଙ୍କ ହାତରୁ ଏଥର ଲଗାମ ଖସିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ନିକଟରେ ସାମାଜିକ କର୍ମୀ ହିମାଂଶୁ ଶେଖର ସାହୁ ଭାଜପାରେ ଯୋଗଦେଇଥିବା ଖବର ବିଜେଡି ଶିବିରକୁ ସାମାନ୍ୟ ବିଚଳିତ କରିଥିବା କୁହାଯାଉଛି। ସେହିପରି କଂଗ୍ରେସରୁ ଭାଜପାକୁ ଡିଅଁା ମାରିଥିବା ଯୁବନେତ୍ରୀ ସ୍ମୃତିରେଖା ପହି ଭାଜପା ଶିବିରର ନେତ୍ରୀ ଭାବେ ଧର୍ମଶାଳାରେ ଉଭା ହୋଇଛନ୍ତି। ସ୍ମୃତିରେଖାଙ୍କ ନେତୃତ୍ୱରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ସେତେଟା ସଫଳ ହୋଇ ନ ଥିଲେ ହେଁ ବିଜେଡି ପାଇଁ ସତର୍କ ଘଣ୍ଟି ହୋଇଥିଲେ। ଭାଜପାର ଅନ୍ୟତମ ନେତା ସର୍ବେଶ୍ୱର ବେହୁରା ଏବେ ଆଇନ ଜାଲରେ ଛନ୍ଦି ହୋଇଥିବାରୁ ତାଙ୍କ ରାଜନୈତିକ ଜୀବନ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳିସ୍ଥିତିରେ ଧର୍ମଶାଳା ଭାଜପାରେ ଏକ ନୂତନ ସମୀକରଣ ସୃଷ୍ଟି ହେବ ବୋଲି ମନେ ହେଉଛି।
ଅନ୍ୟପକ୍ଷରେ ବିଜେଡିର କେତେକ ଆଗଧାଡିର ନେତା କଳାପଥର ଲୁଟ ଅଭିଯୋଗରେ ବିପୁଳ ଟଙ୍କାର ଜରିମାନାରେ ଛନ୍ଦି ହୋଇଥିବାରୁ ସେମାନଙ୍କ ଭୂମିକା ସନ୍ଦେହରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଏକାଧିକ ପଥର ବ୍ୟବସାୟୀଙ୍କ ଉପରେ ପ୍ରାୟ ୩୦୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଦୀର୍ଘଦିନ ଧରି ଏଠାରେ କ୍ଷମତାରେ ରହିବା, ଗତ ପଞ୍ଚାୟତ ନିର୍ବାଚନରେ ଦଳ ମଧ୍ୟରେ ମାଳମାଳ ଆଶାୟୀ ସୃଷ୍ଟି ହେବା ଆଦି ପ୍ରସଙ୍ଗ ବିଜେଡି ବିପକ୍ଷରେ ନକାରାତ୍ମକ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଇଛି।
ନିର୍ବାଚନ ରଣନୀତି ଓ ପରିଚାଳନାରେ ଧୁରୀଣ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ବିଜେଡିର ଭୋଟହାର ବୃଦ୍ଧି ପାଇଁ ଏବେଠାରୁ ଗଁା ଗଣ୍ଡାରେ ଲୋକ ସମ୍ପର୍କକୁ ଶକ୍ତିଶାଳୀ କରିବାକୁ ଲାଗି ପଡ଼ିଲେଣି। ତେବେ ସରକାରଙ୍କ କେତେକ ଜନହିତକର ଯୋଜନା ଯଥା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଯୋଜନା, ରାଶନ ସାମଗ୍ରୀ ଯୋଗାଣରେ ଦୁର୍ନୀତି, ରାସ୍ତା ନିର୍ମାଣରେ ଅନିୟମିତତା, ଅହେତୁକ ବିଦ୍ୟୁତ କାଟ, ବାଲି ଓ କଳାପଥର ଲୁଟ ନିୟନ୍ତ୍ରଣରେ ବିଫଳ ଇତ୍ୟାଦି ବିଜେଡି ପାଇଁ ସାମାନ୍ୟ ଅଡୁଆ ହୋଇପାରେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୬୮.୬୦%, ଭାଜପା ୧୨.୫୨% ଓ କଂଗ୍ରେସ ୧୩% ଭୋଟ ହାତେଇ ପାରିଥିଲା। ହେଲେ ୨୦୧୯ ନିର୍ବାଚନରେ ଭାଜପା ୨୮.୧୨% ଭୋଟ ପାଇଥିଲା। ବିଜେଡିର ଭୋଟହାର ହ୍ରାସ ପାଇ ୫୮.୬୧ରେ ପହଞ୍ଚିଥିଲାବେଳେ କଂଗ୍ରେସ ୧୦.୭୫%ରେ ସୀମିତ ରହିଥିଲା। ବର୍ତ୍ତମାନ ସ୍ଥିତି ବଦଳିଛି। ରାଜ୍ୟ ସରକାରଙ୍କ ଅନେକ କଲ୍ୟାଣମୂଳକ କାର୍ଯ୍ୟ ନିମନ୍ତେ ସରକାରୀ ଅଧିକାରୀ ଭାବେ ୫-ଟି ସଚିବ ବିଭିନ୍ନ ଜିଲା ଗସ୍ତ ଜାରି ରଖିଥିବାବେଳେ ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଏହା ଶାସକ ଦଳ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଭାଜପା ନେତାଙ୍କ କାର୍ଯ୍ୟଧାରା ଓ ଉପଯୁକ୍ତ ରଣନୀତି ଅଭାବ ଯୋଗୁ ଦଳ ସେତେଟା ଜନଗଣଙ୍କ ବିଶ୍ୱାସଭାଜନ ହୋଇ ପାରୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?