ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

ମୋରଡ଼ା,୧୭ା୭(ସ୍ମାରକ ମାଜୀ): ରାଜ୍ୟ ସରକାର ୫-ଟି ଜରିଆରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଉନ୍ନତୀକରଣ କରୁଛନ୍ତି। ଶିକ୍ଷା ପ୍ରତି ପିଲାଙ୍କୁ ଆକର୍ଷିତ କରିବା ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଲକ୍‌ର ଅଁଳାକୁଡ଼ା ପଞ୍ଚାୟତର ଚକଶୁଳିଆପଦାରେ ଥିବା ଉତ୍କଳ ବନାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିନା ଅଧ୍ୟାପକରେ ଶିକ୍ଷା ବ୍ୟବସ୍ଥା ଚାଲିଛି। ମହାବିଦ୍ୟାଳୟଟି ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ଶିକ୍ଷା ବ୍ୟବସ୍ଥା ଉପରେ ସରକାରଙ୍କ ନଜର ପଡୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି l
ସୂଚନା ଅନୁଯାୟୀ, ୧୯୮୮ରେ ପ୍ରତିଷ୍ଠା ହୋଇଥିବା ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ପାଠ୍ୟକ୍ରମ ଖୋଲାଯାଇଛି। ବର୍ତ୍ତମାନ +୨କଳା ଦ୍ୱିତୀୟ ବର୍ଷରେ ୧୨୮ ଛାତ୍ରୀଛାତ୍ର ଅଧ୍ୟୟନରତ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୯୮ ଜଣ ଛାତ୍ରୀଛାତ୍ର ନାମ ଲେଖାଇ ସାରିଲେଣି। ତେବେ ପରିତାପର ବିଷୟ ବର୍ତ୍ତମାନ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଦୌ ଅଧ୍ୟାପକ, ଅଧ୍ୟକ୍ଷ ନାହାନ୍ତି। ବ୍ଲକ୍‌ର ମହାବିଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ସପ୍ତାହରେ ଦିନେ, ୨ଦିନ ଏଠାକୁ ଆସି କାର୍ଯ୍ୟ କରନ୍ତି। ବିଦ୍ୟାଳୟରେ ସମସ୍ତ ବିଭାଗ ଯଥା ଓଡ଼ିଆ, ଇଂରାଜୀ ସାହିତ୍ୟ, ଇତିହାସ, ଅର୍ଥନୀତି, ରାଜନୀତି, ତର୍କ ବିଜ୍ଞାନରେ ନିମନ୍ତ୍ରିତ ଅଧ୍ୟାପକମାନଙ୍କ ଦ୍ୱାରା ସପ୍ତାହରେ ୨ରୁ ୩ ଦିନ ପାଠପଢ଼ା ଚାଲିଛି। ସେହିପରି କିରାଣି ପଦ ଫାଙ୍କା ଥିବାରୁ ଅଫିସ କାର୍ଯ୍ୟ ଖେଳ ଶିକ୍ଷକ ସୁଜିତ ଦାସ, ସହକାରୀ ଲାଇବ୍ରେରିଆନ କମଳଲୋଚନ ସେନାପତି, ପିଅନ ଲକ୍ଷ୍ମଣ ହଁାସଦା କରୁଛନ୍ତି। ୱାଚ୍‌ମ୍ୟାନ ଧରଣୀ ସେଠୀ, ସୁଇପର ସଚିନ କୁମାର ସାଉ ମଧ୍ୟ ସହଯୋଗ କରନ୍ତି। ଏନେଇ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସୁମିତା ହଁାସଦା, ଛାତ୍ର ସାଇନିନାତ ବେହେରା କୁହନ୍ତି, ଚଳିତ ଶିକ୍ଷା ବର୍ଷ ଅଧା ଅତିକ୍ରମ କରିଥିବା ବେଳେ ପାଠପଢ଼ା ହୋଇନାହିଁ। ଫଳରେ କିପରି ବୋର୍ଡ ପରୀକ୍ଷା ଦେବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି। ଯଥାଶୀଘ୍ର ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଁ ଦାବି କରାଯାଇଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉତ୍ତର ଓଡ଼ିଶା ଜୋନ୍‌ କାଉନ୍‌ସିଲର ଜୟଦେବ ପରମାଣିକ କହିଛନ୍ତି, ପୂର୍ବରୁ ସମସ୍ୟା ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗ ଓ ଉପଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ନେଇ ପୁଣି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?