ଅସ୍ତିତ୍ୱ ଖୋଜୁଛି ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୧୮ା୮(ପ୍ରଭାତ ପାଣିଗ୍ରାହୀ): ଐତିହ୍ୟ, ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଏହା ଲୁପ୍ତ ହୋଇଗଲେ, ସେହି ଜାତିର ଅସ୍ତିତ୍ୱ ହଜିଯାଏ। ଏହିକ୍ରମରେ ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି ଗଡ଼ ଏବେ ବିଲୁପ୍ତ ଓ ଭଗ୍ନ ଅବସ୍ଥାରେ ରହିଛି। ଯେଉଁଠାରୁ ଦିନେ ପାଇକ ବୀରମାନେ ଇଂରେଜମାନଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ, ସେହି ଗଡ଼ ଆଜି ନିଜ ପରିଚୟ ଖୋଜୁଛି। ସରକାରଙ୍କ ଅବହେଳା ଯୋଗୁ ଏହି ଗଡ଼ ଲୁପ୍ତ ହେବାକୁ ବସିଛି। ଏହି ଦୁର୍ଗ ଏବେ ଭୂତକୋଠିର ଭ୍ରମ ସୃଷ୍ଟି କରୁଛି। ପ୍ରତ୍ନତତ୍ତ୍ୱ ବିଭାଗ ଖୋର୍ଦ୍ଧା ଦୁର୍ଗର ଉନ୍ନତି ହାତକୁ ନେଇଥିଲା। ବିଭିନ୍ନ ସମୟରେ ଏହାର ପୁନରୁଦ୍ଧାର ଲାଗି ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। ହେଲେ ଏହି ଗଡ଼ ଜରାଜୀର୍ଣ୍ଣ କାରଣରୁ ଏଠାରେ ପର୍ଯ୍ୟଟକଙ୍କ ପାଦ ପଡୁ ନ ଥିବା ଜଣାପଡିଛି।
ପାଇକ ବିଦ୍ରୋହ ଓଡ଼ିଆ ଜାତିର ସ୍ବାଭିମାନ। ଏ ମାଟି ପାଇକମାନଙ୍କ ଅସୀମ ବୀରତ୍ୱ ପାଇଁ ଗର୍ବ କରେ। ତେବେ ଏହି ପାଇକଙ୍କ ଅନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼। ଯାହାକି ଲାଲମାଟିର ଗଡ଼ ବୋଲି କୁହାଯାଏ। ପ୍ରଥମେ ଏହି ମାଟିରୁ ଇଂରେଜ ବିରୋଧରେ ସଶସ୍ତ୍ର ସଂଗ୍ରାମ ଡାକରା ଦିଆଯାଇଥିଲା। ମାଟିର ସୁରକ୍ଷା ପାଇଁ ଅନେକ ପାଇକବୀରଙ୍କୁ ଜନ୍ମ ଦେଇଥିବା ଏହି ଗଡ଼ ନଷ୍ଟ ହେବାକୁ ବସିଛି। ଚାରିଆଡେ ଅନାବନା ଗଛଲତା ମାଡି ଲୁଚିଗଲାଣି। ସରକାର ଗତ ବର୍ଷ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଧାନସଭାରେ ଶ୍ୱେତପତ୍ର ଜାରି କରିଥିବା ବେଳେ ଏହାର ଅସ୍ତିତ୍ୱ ସହ ଜଡିତ ଖୋର୍ଦ୍ଧାଗଡର ବିକାଶକୁ ଅଣଦେଖା କରୁଛନ୍ତି। ଏପରିକି ସ୍ଥାନୀୟ ଜିଲା ପ୍ରଶାସନର ଅବହେଳା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗଡର ପୁନରୁଦ୍ଧାର ହୋଇପାରୁନଥିବା ବୁଦ୍ଧିଜୀବୀ, ଗବେଷକମାନେ କହିଛନ୍ତି। ଗବେଷକ ଗୋପାଳକୃଷ୍ଣ ଦାସଙ୍କ ମତରେ ୧୫୬୮ ମସିହାରେ ଗଜପତି ମୁକୁନ୍ଦଦେବ ନିହତ ପରେ ରାଜ୍ୟରେ ଅରାଜକତା ଦେଖାଯାଇଥିଲା। କଳାପାହଡ଼ ଉକତ୍ଳରେ ଧ୍ୱଂସ ତାଣ୍ଡବ ରଚିବା ଆରମ୍ଭ କରିଥିଲା। ଅନେକ ମଠ, ମନ୍ଦିର ଧ୍ୱଂସ ପାଇଲା। ରମେଇ ରାଉତରାୟ ବରୁଣେଇ ପାଦଦେଶରେ ଜଗନ୍ନାଥପୁର-କଟକ ନାମରେ ୧୫୬୮ରେ ଏକ ନୂତନ ଗଡ଼ ନିର୍ମାଣ କରିଥିଲେ। ରମେଇ ରାଉତରାୟ ଗଜପତି ରାମଚନ୍ଦ୍ର ଦେବ ଭାବେ ପରିଚିତ ହେଲେ। ଗଡ଼ର ପୂର୍ବ ଦିଗରେ ଥିବା ବର୍ତ୍ତମାନର ବଡ଼ତୋଟା ହାଇସ୍କୁଲ ରାଜାଙ୍କର ଅସ୍ତ୍ରାଗାର ବୋଲି ଅନୁମାନ କରାଯାଉଥିବା ଐତିହାସିକମାନେ କୁହନ୍ତି ା ଗଡ଼ ମଧ୍ୟରେ ୧୫ଏକର ପରିମିତ ସ୍ଥାନରେ ରହିଥିବା ରାଣୀ ପୋଖରୀ ରହିଛି। ଏଥିସହିତ ଗଡ ମଧ୍ୟରେ ହନ୍ତେଶ୍ୱରୀ ମନ୍ଦିର ରହିଥିଲା। ଯାହା ଧ୍ୱଂସାଭିମୁଖୀ ଅବସ୍ଥାରେ ରହିଛି। କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ଏହି ଗଡ଼ର ପୁନରୁଦ୍ଧାର କରାଗଲେ, ସାରା ଦେଶରେ ଏହାର ଗୌରବ ବଢିବ। ପାଇକ ବୀର ଏବଂ ଏହି ଗଡର ଐତିହ୍ୟ ସମ୍ପର୍କରେ ସାରା ସମାଜ ଜାଣିପାରିବ। ସେହିପରି ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଖୋର୍ଦ୍ଧାଗଡ଼ର ଏକ ଗରିମାମୟ ଐତିହ୍ୟ ରହିଛି। ଏହି ଗଡରେ ବହୁ ଐତିହ୍ୟ କୀର୍ତ୍ତିରାଜି କାଳଖଣ୍ଡରେ ବିଲୁପ୍ତ ଅବସ୍ଥାରେ ରହିଛି। ଗଡ଼ ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜି ସଂରକ୍ଷଣ ହୋଇପାରିବ। ଏହା ଓଡ଼ିଆ ଜାତିର ଗୌରବକୁ ବୃଦ୍ଧି ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ସମ୍ମାନ ବଢିପାରିବ। ଓଡ଼ିଶା ପାଇକ ଆଖଡ଼ା ମହାସଂଘ ସମ୍ପାଦକ ଡ.ଦିଲୀପ ଶ୍ରୀଚନ୍ଦନ କୁହନ୍ତି, ଏହି ଗଡ ହେଉଛି ଓଡ଼ିଆ ଜାତିର ସ୍ବାଭିମାନ। ଏହି ଗଡ ସହିତ ଓଡ଼ିଆ ପାଇକ ବୀରଙ୍କ ବୀରତ୍ୱର ଗାଥା ଜଡିତ ରହିଛି। ଏହାର ପୁନରୁଦ୍ଧାର କରାଗଲେ କେବଳ ଖୋର୍ଦ୍ଧା ନୁହଁ ବରଂ ଓଡ଼ିଶାର ଗୌରବ ବଢିପାରିବ। ଖୋର୍ଦ୍ଧା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି କୁହନ୍ତି, ଏହି ଗଡ଼ର ପୁନରୁଦ୍ଧାର ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ପାଇକବୀରଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ। ଗବେଷକ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ପାଇକ ବିଦ୍ରୋହ ସହ ଖୋର୍ଦ୍ଧାଗଡ ଅଙ୍ଗାଙ୍ଗୀ ଭାବେ ଜଡିତ। ଏହାର ପୁନରୁଦ୍ଧାର କରାଗଲେ, ପାଇକ ବୀରଙ୍କ ବୀରତ୍ୱ, ଶୌଯ୍ୟ, ପରାକ୍ରମକୁ ଆଗାମୀ ପିଢି ଜାଣିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ପାଇକ ବିଦ୍ରୋହର ସ୍ମୃତି ସ୍ବରୂପ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ୨୦୧୯ ମସିହାରେ ବରୁଣେଇ ପାଦଦେଶରେ ଶିଳାନ୍ୟାସ କରିଥିଲେ। ତେବେ ସ୍ମାରକୀ ସହ ଖୋର୍ଦ୍ଧାଗଡର ପୁନରୁଦ୍ଧାର ଜରୁରୀ। ଏହି ଗଡରୁ ପାଇକ ବୀରମାନେ ଯୁଦ୍ଧ ରଣକୌଶଳ ବିଷୟରେ ଆଲୋଚନା କରି ପରବର୍ତ୍ତୀ ସମୟରେ ସଂଗ୍ରାମରେ ଯାଶ ଦେଇଥିଲେ। ପାଇକ ବିଦ୍ରୋହର ସମସ୍ତ ସ୍ମୃତି ଖୋର୍ଦ୍ଧାଗଡ ସହ ଜଡିତ। ଏହାର ପୁନରୁଦ୍ଧାର ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?