ସୁରକ୍ଷା ବଳୟରେ ଖଣି ଖନନ

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ପଳାଶପଙ୍ଗା ରାଜସ୍ବ ସର୍କଲ ଅନ୍ତର୍ଗତ ମୁରୁସୁଆଁ ପଥର ଖଣି ପରିବେଶ ଓ ଖଣି ପ୍ଲାନ୍‌ ନୀତିନିୟମ ଉଲ୍ଲଂଘନ କରି ଖନନ କରୁଥିବା ଅଭିଯୋଗ ହେଉଛି। ମାଇନିଂ ପ୍ଲାନ୍‌ ଉଲ୍ଲଂଘନ କରାଯାଇ ଅସୁରକ୍ଷିତ ପ୍ରଣାଳୀରେ ଖନନ ହେଉଥିବାରୁ ପରିବେଶ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏଥିସହ ଏହା ବନ୍ୟପ୍ରାଣୀ, ଗୃହପାଳିତ ପଶୁ ଏବଂ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସେହିପରି ପଥର ଖଣିରେ ବର୍ଷାପାଣି ଜମାହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।
ଖଣି ଚାରିପାଖରେ ୭.୫ ମିଟର ସେଫ୍‌ଟି ଜୋନ୍‌ ବା ସୁରକ୍ଷା ବଳୟ ରହିବା କଥା। କିନ୍ତୁ ଏଠାରେ ତାହାକୁ ନଷ୍ଟକରି ବେଧଡ଼କ ଖନନ କରାଯାଇଛି। ଏପରିକି ବ୍ରାଣ୍ଡ୍‌ ଷ୍ଟିଲ୍‌ କାରଖାନା ପାଚେରିକୁ ସଂଲଗ୍ନ ଏହି ପଥର କ୍ୱାରି ବିପଦପୂର୍ଣ୍ଣ ଭାବେ ଗଭୀର ଭାବେ ପଥର ଖୋଳାଯାଇଥିବାରୁ କାରଖାନା ପାଇଁ ବିପଦ ସୃଷ୍ଟି କରୁଛି। ଏହାର ପରିସୀମାକୁ ଚିହ୍ନଟକରି ପିଲାର ପୋତିବା ସହ ଚାରିପାଖରେ ବନୀକରଣ କରିବା ନିୟମ ରହିଥିଲେ ହେଁ ପିଲାର ପୋତାଯାଇ ନାହିଁ କିମ୍ବା ବନୀକରଣ କରାଯାଇନାହିଁ। ଫଳରେ ପଥର ଖଣି ସୀମା ଅସୁରକ୍ଷିତ ହୋଇ ରହିବା ସହ ଭୁଶୁଡ଼ିବା ଆଶଙ୍କା ରହିଛି। ଖଣିକୁ ନିୟମିତ ରାଜସ୍ବ କିମ୍ବା ଖଣି ବିଭାଗ ଯାଞ୍ଚକରୁ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି ବୋଲି ସ୍ଥାନୀୟ ମତପ୍ରକାଶ ପାଉଛି। ବଡ଼ ମେଶିନରେ ଖଣି ଖନନ ହେଉଛି। ଖଣିର ବର୍ଜ୍ୟ ବା ଓଭର ବର୍ଡନ ରଖିବା ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇ ନ ଥିବାରୁ ପରିବେଶ ପ୍ରଦୂଷଣ ହେବା ସହ ଖଣି ପରିସର ଅସୁରକ୍ଷିତ ହୋଇପଡ଼ିଛି। ନିୟମ ଅନୁସାରେ ଖନନ ପରେ ପଥର ଖଣ୍ଡକୁ ନିର୍ଦ୍ଦିଷ୍ଟ ଜାଗାରେ ଷ୍ଟକ୍‌ କରି ତାହାର ମାପଚୁପ ପରେ ପରିବହନ କରାଯିବ। ମାତ୍ର ପୂର୍ବରୁ ଏହି ଖଣିରେ ରାଜସ୍ବ ବିଭାଗର କୌଣସି କର୍ମଚାରୀ ଯାଉ ନ ଥିବାରୁ ଅଦ୍ୟାବଧି କେତେ ଖନନ ହୋଇଛି ଓ କେତେ ପରିବହନ ହୋଇଛି ତାହାର ହିସାବ ରହୁନାହିଁ। ମାଇନିଂ ପ୍ଲାନ୍‌ ଉଲ୍ଲଂଘନ କରି ବ୍ୟାପକ ପରିମାଣର ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ହୋଇଥିବାରୁ ଖଣି ବିଭାଗ ଏହାର ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ନେଇ କେନ୍ଦୁଝର ସର୍କଲ ଖଣି ଉପନିର୍ଦ୍ଦେଶକ ବିଷ୍ଣୁପଦ ରାଉତ କହିଛନ୍ତି, ପଥର ଖଣି ପୂର୍ବରୁ ରାଜସ୍ବ ବିଭାଗ ପାଖରେ ଥିଲା। ଏବେ ଏହା ଖଣି ବିଭାଗକୁ ହସ୍ତାନ୍ତର ହୋଇଛି। ଯେଉଁସବୁ ଅଭିଯୋଗ ହେଉଛି ଏହାର ଯାଞ୍ଚ ପରେ ପଦକ୍ଷେପ ନିଆଯିବ। ଖଣିର ପରିଚାଳକ ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି, ଖଣିରେ ପାଣି ଭର୍ତ୍ତି ହୋଇଥିବାରୁ କାମ ବନ୍ଦ ରହିଛି। ସରକାରୀ ନୀତିନିୟମ ଅନୁଯାୟୀ କାମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri