ବଳରାମପୁରରେ ପୁଣି ଧସିଲା ବୈତରଣୀ ନଦୀବନ୍ଧ

ଝୁମ୍ପୁରୀ/ଦଶରଥପରୁ,୧୮ା୮(ସରୋଜ ନାୟକ/ମନୋଜ ପୃଷ୍ଟି): ପୁଣି ବୈତରଣୀ ନଦୀ ବନ୍ଧରୁ ପ୍ରାୟ ୫୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀଗର୍ଭରେ ଲୀନ ହୋଇଯାଇଛି। ଫଳରେ ୩ ପଞ୍ଚାୟତର ଅଧିବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଦଶରଥପୁର ବ୍ଲକ୍‌ କମାରଡ଼ିହ ପଞ୍ଚାୟତସ୍ଥ ବଳରାମପୁର ଗ୍ରାମରେ। ଗୁରୁବାର ସକାଳେ ଏହି ଗ୍ରାମ ନିକଟରେ ନିର୍ମାଣାଧୀନ ବୈତରଣୀ ନଦୀବନ୍ଧ ହଠାତ୍‌ ଧସପଡ଼ିବାରୁ ଲୋକେ ଭୟଭିତ ହୋଇ ପଡ଼ିଛନ୍ତି।
ଗତ ୮ ଦିନ ତଳେ ସେହି ବନ୍ଧର ଦତ୍ତପୁରଠାରେ ପ୍ରାୟ ୧୦୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀବନ୍ଧ ଧସିଯାଇଥିଲା। ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ମାଧ୍ୟମରେ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାଜପୁରର ଜଣେ ଠିକାଦାର ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ଠାରୁ ଆଣି କରୁଥିବାବେଳେ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ ବନ୍ଧ ବାରମ୍ବାର ଧସିଯାଉଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ସେହି ବନ୍ଧ ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ନାବାର୍ଡ ସହାୟତାରେ ପ୍ରାୟ ୧୧ କୋଟି ୩୩ ଲକ୍ଷ ୫୦ ହଜାର ଟଙ୍କାର କାର୍ଯ୍ୟ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ପକ୍ଷରୁ କରାଯାଇଥିଲା। ସେତେବେଳେ ରାଜନୈତିକ ଚାପରେ ୨/୩ ଅନଭିଜ୍ଞ ଠିକାଦାରଙ୍କୁ ଏହି ବନ୍ଧର ନିର୍ମାଣ କାର୍ଯ୍ୟ ଦିଆଯାଇଥିବାବେଳେ ଅତି ନିମ୍ନମାନର କାର୍ଯ୍ୟ ପାଇଁ ଲୋକେ ଅସନ୍ତୁଷ୍ଟ ହୋଇଥିଲେ। ଗୁରୁବାର ବନ୍ଧ ଧସିବା ପରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ଦ୍ୱାରା ନିର୍ମାଣାଧୀନ ଏହି ବନ୍ଧର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ପ୍ରମାଣିତ ହୋଇଥିବା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମଳୟ ପଣ୍ଡା ଅଭିଯୋଗ କରିଛନ୍ତି। ଗତ ପ୍ରାୟ ୪ ବର୍ଷ ମଧ୍ୟରେ ଏହି ବନ୍ଧ ନିର୍ମାଣରେ ୨୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି। ମାତ୍ର ବନ୍ଧର ଏପରି ଅବସ୍ଥା ପାଇଁ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ତୁରନ୍ତ ଏହି ନଦୀବନ୍ଧ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବା ସହ ଆଗକୁ ବଡ଼ ବର୍ଷା ଆସୁଥିବାରୁ ଧସିଥିବା ବନ୍ଧର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ଯାଜପୁର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?