କଂଗ୍ରେସ ଭୋଟ ଉପରେ ସମସ୍ତଙ୍କ ନଜର

ଜଗତ୍‌ସିଂହପୁର, ୧୮ା୮(ପ୍ରମୋଦ କୁମାର ନାୟକ): ୨୦୨୪ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ମଧ୍ୟ ସେତିକି ହେଉଛି। ଏ ପରିସ୍ଥିତିରେ ଜଗତ୍‌ସିଂହପୁର ଜିଲା ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ବିଗତ ୩ ନିର୍ବାଚନକୁ ଅନୁଧ୍ୟାନ କଲେ ଜଣାଯାଏ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଓ ତୃତୀୟରେ ଭାଜପା ରହିଛି। କିନ୍ତୁ ୨୦୧୯ ନିର୍ବାଚନ ପରେ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦୁର୍ବଳ ହେବା ପ୍ରକାରାନ୍ତରେ ବିଜେଡି ଅପେକ୍ଷା ଭାଜପାକୁ ସୁହାଇଛି। ବିଶେଷକରି ଭାଜପା ନେତା ସମ୍ପଦ ସ୍ବାଇଁଙ୍କ ନେତୃତ୍ୱ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ଏନେଇ ଚର୍ଚ୍ଚା ଜୋର ଧରିଛି।
୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦାମୋଦର ରାଉତଙ୍କୁ ୫୩%, ସ୍ବାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କୁ ୨୯% ଓ କଂଗ୍ରେସର ପ୍ରମୋଦ କିଶୋର ଜେନାଙ୍କୁ ୧୧% ଭୋଟ ମିଳିଥିଲା। ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ବିଜେଡି ପ୍ରାର୍ଥୀ ୩୦,୩୫୧ ଖଣ୍ଡ ଭୋଟ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀଙ୍କୁ ହରାଇଥିଲେ। ୨୦୧୪ରେ ଚିତ୍ର ବଦଳି ଥିଲା। ଏହି ନିର୍ବାଚନରେ ଦାମୋଦର ରାଉତ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇ ୬୦% ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ବଦଳି ଥିଲା। ପ୍ରମୋଦଙ୍କ ସ୍ଥାନରେ ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରି ଦଳ ଭଲ ପ୍ରଦର୍ଶନ କରିଥିଲା। ଅର୍ଥାତ୍‌ ବାପିଙ୍କ ସପକ୍ଷରେ ୩୩% ଭୋଟ ଯାଇଥିଲା। ଭାଜପା ପ୍ରାର୍ଥୀ ଦୀପ୍ତିରେଖା ନାୟକଙ୍କୁ ମାତ୍ର ୪% ଭୋଟ ମିଳିଥିଲା। ଏହି ନିର୍ବାଚନରେ କଂଗ୍ରେସଠାରୁ ବିଜେଡି ପ୍ରାର୍ଥୀ ୩୮,୬୦୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ଏଥିରୁ ସ୍ପଷ୍ଟ ଯେ ବିଜେଡି, କଂଗ୍ରେସ ଭୋଟ ତୁଳନାରେ ଭାଜପାର ସ୍ଥିତି ଅତି ଦୁର୍ବଳ ଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି, କଂଗ୍ରେସ ତୁଳନାରେ ଭାଜପା ସ୍ଥିତି ଆଶାତୀତ ଭାବେ ସୁଦୃଢ ହୋଇଥିବା ପ୍ରମାଣିତ ହୋଇଛି। ବଡ଼ କଥା ହେଲା ଏହି ନିର୍ବାଚନରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବିଜେଡି ଟିକେଟ୍‌ ନ ଦେଇ ତାଙ୍କ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିଥିଲା। ସମ୍ବିତ ୪୫% ଭୋଟ ପାଇ ଜିତିଥିଲେ ସୁଦ୍ଧା ଦଳ ୧୫% କମ୍‌ ଭୋଟ ପାଇଥିଲା। କଂଗ୍ରେସ ପ୍ରାର୍ଥୀ ବାପି ମଧ୍ୟ ୨% କମ ଅର୍ଥାତ୍‌ ୩୧% ଭୋଟ ପାଇଥିଲେ। କିନ୍ତୁ ଭାଜପା ସପକ୍ଷରେ ୧୮% ଅଧିକ ଅର୍ଥାତ୍‌ ୨୨% ଭୋଟ ଯିବା ଆଲୋଚନାର ବିଷୟ ହୋଇଥିଲା। କାରଣ ଭାଜପା ପକ୍ଷରୁ ଦୀପ୍ତିରେଖାଙ୍କ ବଦଳରେ ସମ୍ପଦଙ୍କୁ ପ୍ରାର୍ଥୀ କରାଯିବାରୁ ଏଭଳି ସଫଳତା ମିଳିଥିଲା। ଏହି ନିର୍ବାଚନରେ ଦାମ ରାଉତଙ୍କ ପୁଅ ହୋଇଥିବା ସାଙ୍ଗକୁ ବିଜେଡି ଫ୍ଲୋ ସମ୍ବିତଙ୍କୁ ବିଜୟୀ କରିବାରେ କେତେକାଂଶରେ ସହାୟତା କରିଥିଲା। ପରବର୍ତ୍ତୀ ସମୟରେ ବିଜେଡିରେ ଗୋଷ୍ଠୀ କନ୍ଦଳ ସମ୍ବିତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ବାପି ମଧ୍ୟ ୨୦୧୯ ନିର୍ବାଚନ ପରଠାରୁ ଏପରି କି ପୌର ନିର୍ବାଚନରେ ମଧ୍ୟ ଏକ ପ୍ରକାର ନୀରବ ରହିଥିଲେ। ଏହାର ଫାଇଦା ଭାଜପା ନେତା ସମ୍ପଦ ନେଉଛନ୍ତି। କଂଗ୍ରେସ ଭୋଟ ହାତେଇବା ପାଇଁ ଜୋରଦାର ଲାଗି ପଡିଛନ୍ତି। ନିର୍ବାଚନ ମଣ୍ଡଳୀର ସର୍ବାଧିକ ଭୋଟର କୁଜଙ୍ଗ ବ୍ଲକ ଅଞ୍ଚଳରେ ଅଛନ୍ତି। ଏହି ବ୍ଲକର ଅନେକ କଂଗ୍ରେସ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାରେ ସମ୍ପଦ ସଫଳ ହୋଇଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଆଗାମୀ ନିର୍ବାଚନରେ ଭାଜପା ତାର ଦୃଢ ସ୍ଥିତି ପ୍ରଦର୍ଶନ କରିବାକୁ ଯାଉଛି। ଏ ସମ୍ପର୍କରେ ବାପି ଓ ସମ୍ବିତଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?