ଆମ ଜିଲା ଖବର

ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା

ଟେନ୍‌ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା…

ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ

ନବରଙ୍ଗପୁର,୨୯।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ସମସ୍ୟା ଲାଗିରହିଛି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଏପରି ଏକ ଘଟଣା ରାଇଘର ବ୍ଲକ କଚରପରା ଅଲେଖ ମହିମା ହାଇସ୍କୁଲରେ ଘଟିଛି।…

ଗୁରୁଡ଼ାରୁ ପଞ୍ଜାବ ଯାତ୍ରା

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍‌ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ଦ୍ୱାରା ପରିଚାଳିତ…

ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇବୋହୂ ମୃତ

ଯୋଡ଼ା/ଚମ୍ପୁଆ,୨୮ା୭(ମାନସ ମହାନ୍ତି/ମହେଶ୍ୱର ଦାଶ): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୁଲ୍ଡୁଙ୍ଗ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଜମିରେ ହିଡ଼ କଟାକୁ କେନ୍ଦ୍ରକରି ସମ୍ପର୍କୀୟ ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇ ବୋହୂଙ୍କ ମୃତ୍ୟୁ ହୋଇଛି। ମୃତକ ଦେଓଝର…

ଗୋଡ଼ାଇ କାମୁଡିଲା ଶିଆଳ: ୩ ଶିଶୁ ସମେତ ୧୦ ଆହତ

ଖଇରା (ଉତ୍କଳବନ୍ଧୁ ପଣ୍ଡା)/ସୋର (ଜନ୍ମେଜୟ ମିଶ୍ର),୨୯।୭: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମରେ ଶୁକ୍ରବାର ଏକ ଶିଆଳ ଆତଙ୍କ ଖେଳାଇଛି। ୩ଜଣ ଶିଶୁ ସମେତ ୧୦ଜଣଙ୍କୁ ଶିଆଳ କାମୁଡି ଖଣ୍ଡିଆଖାବରା କରିପକାଇଛି। ପରେ ଗ୍ରାମର ପୋଷା କୁକୁରଙ୍କ ସହାୟତାରେ…

ପକ୍କାଘର ପାଇବାରୁ ବଞ୍ଚିତ ୨ ଅସହାୟ ଭଉଣୀ

ରଘୁନାଥପୁର,୨୯।୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାରଙ୍କ କଟକଣା ସତ୍ତ୍ୱେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇ ନେବାକୁ ସକ୍ଷମ ହେଉଥିବାବେଳେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରେ ପକ୍କାଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ ପାରୁ ନ ଥିବାବେଳେ…

ନିରାମୟ ଯୋଜନାରେ ମିଳୁନି ଔଷଧ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ରାଜନଗର, ଆଳି, ରାଜକନିକା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରିଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ସରକାର କହୁଛନ୍ତି,…

ମିଳୁନି ପାଣି, ମଣିଷକୁ କୁମ୍ଭୀର ନେଉଛି ଟାଣି

କେନ୍ଦ୍ରାପଡ଼ା, ୨୯ା୭ (ଜଗନ୍ନାଥ ଧଳ): ଜାତୀୟଉଦ୍ୟାନ ଭିତରକନିକାର କୁମ୍ଭୀର ସଂଖ୍ୟା ବୃଦ୍ଧି କେନ୍ଦ୍ରାପଡ଼ା ଜିଲା ପାଇଁ ଆତଙ୍କ ହୋଇଛି। ୨ ମାସରେ କେବଳ ବ୍ରାହ୍ମଣୀ ନଦୀ ଓ ନାଳ ସଂଲଗ୍ନ ଅଞ୍ଚଳରୁ ୪ ଜଣଙ୍କ ଜୀବନ ଅକାଳରେ ନଷ୍ଟ ହୋଇଛି। ଉପାନ୍ତ…

ଥମିଯାଇଛି ସ୍ଥାନୀୟ ନିଯୁକ୍ତି, ଦୁର୍ନୀତି ପ୍ରସଙ୍ଗ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ରାଜନୀତିରେ ବିରୋଧୀଙ୍କ ଭୂମିକା ଅତି ନଗଣ୍ୟ। ତୃଣମୂଳସ୍ତରରେ ବିରୋଧୀଙ୍କ ସଂଗଠନ ଅତି ଦୁର୍ବଳ ରହିଥିବାବେଳେ ସବୁଠି ପ୍ରାୟ ଫାଳ ଫାଳ। ଶାସକ ବିଜେଡିର ସଂଗଠନ ଆଗରେ ବିରୋଧୀ ସମ୍ପୂର୍ଣ୍ଣ ଭାବେ ହାତ ଟେକିଦେଇଥିବା ମନେହେଉଛି। ସାଧାରଣ…

ଗୋଚର ଜମିରେ ବେଆଇନ ନିର୍ମାଣ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ସରକାରୀ ଜମି ଥିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଗୋଚର ଜମିରେ ଗଛ କାଟି ବେଆଇନ ଭାବେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାଜପୁର…

ରାସ୍ତାରେ ଧାନତଳି ରୋଇଲେ ଗ୍ରାମବାସୀ

ଉଦଳା,୨୯ା୭(ସନ୍ତୋଷ କୁମାର ବାଚ୍ଛିନୀ): ଗଁାକୁ ନାହିଁ ଭଲ ରାସ୍ତା। ଆଣ୍ଠୁଏ ଲେଖାଏ ଖାଲ। କାଦୁଅ ପଚପଚ ରାସ୍ତାରେ ବର୍ଷାଦିନେ ଯାଇଆସି ହେଉନାହିଁ। ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କରୁନାହିଁ। ଏଥିରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଜିଲା କପ୍ତିପଦା…

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣବଳାତ୍କାର

କୁଚିଣ୍ଡା,୨୯ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଆଇପିସି ଦଫା ୩୭୬, ୩୭୬(ଡି), ୩୬୬, ୧୨୦(ବି)ରେ ଏକ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?