ନଦୀରେ ପଶି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଲେ

ସୋରଡ଼ା,୧୩।୯(ଲମ୍ବୋଦର ପାଣିଗ୍ରାହୀ):ସୋରଡ଼ା ବ୍ଲକର ଆଦିବାସୀ ବହୁଳ ତଥା ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଡାକ୍ତରୀ ଦଳର ୭ଜଣିଆ ଟିମ୍‌ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଓ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଗଣା ଔଷଧ ବଣ୍ଟନ ଜାରି ରଖିଥିବା ଦେଖାଯାଇଛି। ମିନାଜାଡି, ଗମ୍ଭାରୀଗୁ, ଗୋଛା, ସାହାଣଗଣ୍ଡା, ପଙ୍କଳଗାଁ, ସରାବାଡି ଆଦି ଗ୍ରାମରେ ଶତ ପ୍ରତିଶତ ଆଦିବାସୀ ପରିବାର ବାସ କରନ୍ତି। ଗମନାଗମନ ପାଇଁ ସେମାନଙ୍କୁ ଅନୁକୂଳ ସମୟ ସାପେକ୍ଷ ନଥିବାରୁ ତଥା କିଛି ଗ୍ରାମମାନଙ୍କୁ ଯାତ୍ରୀବାହୀ ବସ ସେବା ନଥିବା ଯୋଙ୍ଗୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମତେ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ୭ ଜଣିଆ ଟିମ୍‌ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି। ସବୁଠାରୁ ବଡ଼କଥା ଯାତାୟତ ସୁବିଧା ନଥିବାରୁ ଭ୍ରାମ୍ୟମାଣ ଟିମ୍‌ ନଦୀ ଭିତରେ ପଶି ବଣ ପାହାଡ଼ ଘେରା ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି। ଶୂନରୁ ୫ ବର୍ଷର ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଟିକାକରଣ କରୁଥିବା ଦେଖାଯାଇଛି। ଡାକ୍ତର ଦେବୀ ପ୍ରସାଦ ପଟନାୟକଙ୍କ ତତ୍ତ୍ୱାବଧାନରେ ଫାର୍ମାସିଷ୍ଟ ସଞ୍ଜିତ ପାତ୍ର, ସ୍ବାସ୍ଥ୍ୟ କର୍ମୀ ସଞ୍ଜିତା କୁମାରୀ ସାହୁ, ଅହଲ୍ୟା ମଲିକ, ଆଶା କମର୍ର୍ୀ, ନମିତା ପଥି ଓ ଅଙ୍ଗନବାଡି କର୍ମୀ, ସହଯୋଗୀ ପିନ୍ତୁ ନାୟକ ପ୍ରମୁଖ ସାମିଲ ଅଛନ୍ତି । କେଉଁଠି ଚାଲି ଚାଲି ତ କେଉଁଠି ପାଣି ଭିତରେ ପଶି ଯାଉଥିବା ଦେଖାଯାଇଛି। ମଙ୍ଗଳବାର କରଡା ନଦୀଗର୍ଭରେ ପଶି ଗୋଛା ପଞ୍ଚାୟତର ପଙ୍କଳ ଗ୍ରାମକୁ ଯାଇଥିଲେ। ଏହିଦଳ ଶିଶୁମାନଙ୍କୁ ଟିକାକରଣ କରିଥିଲେ ଓ ବର୍ଷା ଦିନରେ ସ୍ବାସ୍ଥ୍ୟର କିପରି ଯତ୍ନ ନେବା, ଡେଙ୍ଗୁ, ମେଲେରିଆରୁ ରକ୍ଷା ପାଇବା ପାଇଁ ଉପାୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?