ସମନ୍ବୟ ଅଭାବରୁ ସମସ୍ୟାରେ ସହରବାସୀ

ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ ସମସ୍ୟା ଭୋଗିବାକୁ ପଡ଼ୁଛି ସହରବାସୀଙ୍କୁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ବର୍ଷେ ତଳୁ ପ୍ରସ୍ତାବ ଅନୁମୋଦନ ହୋଇସାରିଛି। ହେଲେ ବିଭାଗ ଏଯାଏ ରାସ୍ତା କାମ କରି ନ ଥିବାବେଳେ ଏ ସମ୍ପର୍କରେ ଅଜ୍ଞ ପୌରସଂସ୍ଥା ମୁକ୍ତା ଯୋଜନାରେ ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ଆରମ୍ଭ କରିବା ଓ ତାହାକୁ ପୂର୍ତ୍ତ ବିଭାଗ ମଙ୍ଗଳବାର ବନ୍ଦ କରାଇବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ସହରର ଗଣେଶ ବଜାରଠାରୁ ରଥଗଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ଚଉଡା କରିବା ପାଇଁ ବର୍ଷେ ତଳୁ ପ୍ରାୟ ୨କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଉକ୍ତ ପ୍ରସ୍ତାବକୁ ଅନୁମୋଦନ ମଧ୍ୟ ମିଳିସାରିଥିଲା। କିନ୍ତୁ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଯୋଗୁ କାର୍ଯ୍ୟ କରାଯିବା ତ ଦୂରର କଥା ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇପାରି ନାହିଁ ା ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଉକ୍ତ ରାସ୍ତାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ପୂର୍ତ୍ତ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନ ଥିବାବେଳେ ସହରବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲା ପୌରସଂସ୍ଥା। ଏପରି କି ମୁକ୍ତା ଯୋଜନାରେ ୨ଟି ପର୍ଯ୍ୟାୟରେ ୯ଲକ୍ଷ ଓ ୧୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ସହ ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତା କଡରେ ପେଭର ବ୍ଲକ ପକାଇବା ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜେସିବି ଲଗାଇ ରାସ୍ତା କଡକୁ ଖୋଳି ଦିଆଯାଇଥିଲା। ରାସ୍ତା କାମ ଆରମ୍ଭର ୩ଦିନ ପରେ ହଠାତ୍‌ ପୂର୍ତ୍ତ ବିଭାଗ ଚେଇଁ ଉଠିଥିଲା। ଉକ୍ତ ରାସ୍ତା ପୂର୍ତ୍ତ ବିଭାଗର ହୋଇଥିବାରୁ ବିଭାଗ ହିଁ ଉନ୍ନତୀକରଣ କରିବ ବୋଲି କହି ପୌରସଂସ୍ଥାର କାର୍ଯ୍ୟକୁ ବନ୍ଦ କରାଇଥିଲା। ଗୋଟିଏ ରାସ୍ତାକୁ ନେଇ ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ଏପରି ବିବାଦୀୟ ସ୍ଥିତି ସୃଷ୍ଟି ହେବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏଥିପାଇଁ ସେମାନଙ୍କୁ ବେଶ୍‌ ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ୁଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ପରେ ପୌରସଂସ୍ଥା ଖୋଳିଥିବା ରାସ୍ତାପାର୍ଶ୍ୱରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଉକ୍ତ ଅଞ୍ଚଳର ବ୍ୟବସାୟୀ ଓ ସ୍ଥାନୀୟ ଲୋଙ୍କୁ ଯାତାୟାତରେ ବଡ଼ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ସହରର କେତେଜଣ ଲୋକଙ୍କ ଘରେ ଏହି କାଦୁଅ ପାଣି ପଶିଯାଇଥିବା ଅଭିଯୋଗ ହେଉଛି। ପାନୀୟ ଜଳ ପାଇପ୍‌ ଫାଟି ଯାଇଥିବାରୁ ଲୋକଙ୍କ ସମସ୍ୟା ଅଧିକ ବଢ଼ିଯାଇଛି। ଏହାକୁ ନେଇ ସହରବାସୀଙ୍କ ସମେତ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜୟନ୍ତ ନାୟକ କହିଛନ୍ତି, ଗଣେଶ ବଜାରରୁ ରଥଗଡ଼ା ପର୍ଯ୍ୟନ୍ତ ରାସ୍ତା ଚଉଡା ହେବା ନିମନ୍ତେ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଟିକେ ବିଳମ୍ବ ହେଉଥିଲା। ରାସ୍ତା ପୂର୍ତ୍ତ ବିଭାଗର ହୋଇଥିବାରୁ ପୌରସଂସ୍ଥା ଆରମ୍ଭ କରିଥିବା କାମ ବନ୍ଦ କରାଯାଇଛି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ସହ ରାସ୍ତାକାମ ଲକ୍ଷ୍ମୀପୂଜା ପୂର୍ବରୁ ଶେଷ କରିବା ନିମନ୍ତେ ଚେଷ୍ଟା କରାଯିବ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର କହିଛନ୍ତି, ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାର ଉନ୍ନତୀକରଣ ନ କରିବାରୁ ପୌରସଂସ୍ଥା ମୁକ୍ତା ଯୋଜନାରେ କାମ ଆରମ୍ଭ କରିଥିଲା। ପୂର୍ତ୍ତ ବିଭାଗ ମନା କରିବା ପରେ କାମ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri