ଟଙ୍କା ଖର୍ଚ୍ଚ ହେଉଛି,ସୁଧୁରୁନି

ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା):ଟଙ୍କା ଆସିବ, ଖର୍ଚ୍ଚ ହେବ, ରାସ୍ତାଘାଟକୁ ନେଇ ବ୍ୟାସନଗର ସହରର ସମସ୍ୟା ଯେମିତିକୁ ସେମିତି ରହିବ। ଗତ କିଛିବର୍ଷ ହେଲା ବିଭିନ୍ନ ଅନୁଦାନରେ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଏଭଳି ଚାଲିଛି । ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଏବଂ ଦାୟିତ୍ୱ ଖସାଇବା ଆଦି କାରଣ ଯୋଗୁ ଅନେକ କୋଟି ଟଙ୍କା ବିନିଯୋଗ ସତ୍ତ୍ବେ ପ୍ରମୁଖ ରାସ୍ତାଗୁଡିକର ପ୍ରଶସ୍ତିକରଣ ଓ ନବୀକରଣର କାମ ଫଳବତୀ ହେଉନାହିଁ। ଏହାବାଦ୍‌ ପୌର ପରିଷଦର ସମ୍ପୃକ୍ତ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥରୁ ପ୍ରାୟ ୩୦% ପିସି ଆକାରରେ ନେଉଥିବାରୁ କାର୍ଯ୍ୟ ଅତି ନିମ୍ନମାନର ହୋଇ ଦୀର୍ଘସ୍ଥାୟୀ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବ୍ୟାସନଗର ସହରର ସମସ୍ତ ରାସ୍ତାକୁ ଫେବର ପକାଇ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାପୂର୍ବରୁ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬ କୋଟି ଟଙ୍କା ମହଜୁଦ ଥିଲା ବୋଲି ଜଣାପଡିଛି। ଏହିକ୍ରମରେ ସମୁଦାୟ ୩୩ କୋଟି ଟଙ୍କା କେମିତି ଖର୍ଚ୍ଚ ହେବ ସେଥିପାଇଁ ପୌର ପରିଷଦ ପକ୍ଷରୁ କସରତ ଚାଲିଥିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ଏହି ସହର ପରିଚିତ। ଏଠାରେ ବେସରକାରୀ ଭାବେ ଏବେ ଲୋକ ସଂଖ୍ୟା ପ୍ରାୟ ଦେଢ ଲକ୍ଷ ଟିପିଲାଣି। ଦେଶ ଓ ଦେଶ ବାହାରୁ ଏଠାକୁ ବିଭିନ୍ନ କାର୍ଯ୍ୟରେ ଲୋକେ ଆସିଥାନ୍ତି। କିନ୍ତୁ ସହରର ଏଭଳି ବିପର୍ଯ୍ୟସ୍ତ ରାସ୍ତା ଦେଖି ସେମାନଙ୍କ ମଧ୍ୟରେ ଏକ ନକରାତ୍ମକ ଭାବନା ସୃଷ୍ଟି ହେଉଥିବା ସୂଚନା ମିଳିଥାଏ। ବ୍ୟାସନଗର ସହରର ୯ନଂ. ୱାର୍ଡ଼ ଦୁର୍ଗା କଲୋନୀସ୍ଥିତ ବରିଷ୍ଠ ନାଗରିକ ମଞ୍ଚ ଓ ଚୋରଦା ବିଦ୍ୟୁତ୍‌ ଗ୍ରୀଡ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ନ ଦେଖିଲା ଲୋକେ କେବେ ବିଶ୍ୱାସ କରି ପାରିବେ ନାହିଁ। ବ୍ୟାସନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଚୋରଦା ଧବଳଗିରି ମୁଖ୍ୟ ରାସ୍ତାରୁ କାଳୀ ମେଳଣ ପଡିଆକୁ ସଂଯୋଗ କରୁଥିବା କଚ୍ଚା ରାସ୍ତାରେ ବଡ଼ ବଡ଼ ଗାତ ମାନ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି। ଯାହାଫଳରେ ରାସ୍ତାଟି ସାଧାରଣ ଯାତାୟତ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡିଛି। ଉକ୍ତ ରାସ୍ତା ଉପରେ ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମଞ୍ଚ, ସତ୍ୟସାଇ ସଂଘ, ନିକଟ ବାସିନ୍ଦା ବିଶେଷ କରି ବିଦ୍ୟୁତ କାର୍ଯ୍ୟାଳୟକୁ ବିଦ୍ୟୁତ ଦେୟ ଓ ଅନ୍ୟାନ୍ୟ କାର୍ଯ୍ୟ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ସେମାନେ ରାସ୍ତା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲରେ ପଡି ଆହତ ହେବା ସହ ଛାତ୍ରୀଛାତ୍ରମାନେ ପାଣି କାଦୁଅରେ ପଶି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା ବାରମ୍ବାର ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ କାଉନସିଲରଙ୍କୁ ଜଣାଉଥିଲେ ସୁଦ୍ଧା କିଛି ସୁଫଳ ମିଳି ପାରୁନାହିଁ। ଏହାବାଦ୍‌ ୧୦ ନଂ. ୱାର୍ଡ କହ୍ନେଇପୁର ହେନା ଆପାର୍ଟମେଣ୍ଟ ରାସ୍ତା ଓ ଆଦିବାସୀ ସାହି, ୮ ନଂ. ୱାର୍ଡର ନୀଳାଚଳ କଲୋନୀ ଓ ଘନଶ୍ୟାମ ପଣ୍ଡାଙ୍କ ଘରଠାରୁ ବି.ଏନ. ମହାନ୍ତି ପର୍ଯ୍ୟନ୍ତ ରାସ୍ତା ବି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହିସବୁ ରାସ୍ତାର ମରାମତି ଓ ପ୍ରଶସ୍ତିକରଣ କାର୍ଯ୍ୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯିବ ବୋଲି ଅନୁଷ୍ଠିତ ବୈଠକରେ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ପରବର୍ତ୍ତି ସମୟରେ ପ୍ରତିଶ୍ରୁତି ସବୁ ଉଭେଇ ଯାଉଥିବା ସହରବାସୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ରାସ୍ତାରୁ ଜବରଦଖଲ ହଟାଯିବାକୁ ପୂର୍ବରୁ ବହୁବାର ନିଷ୍ପତ୍ତି ହୋଇଥିଲା । ଜବରଦଖଲ ଉଚ୍ଛେଦରେ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ସହାୟତା ପାଇଁ ଭେଣ୍ଡିଂ ଜୋନ ଓ ପାର୍କିଂ ଜୋନ ସକାଶେ ସ୍ଥାନ ନିର୍ଦ୍ଧାରଣ କରିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ଏହା ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିଲା। କିନ୍ତୁ ଏହି ନିଷ୍ପତ୍ତିର ବହୁ ସମୟ ଅତିକ୍ରାନ୍ତ ହେବାକୁ ଯାଉଥିବାବେଳେ ନିରାଶ ହେବାକୁ ପଡୁଛି। ଏ ସଂକ୍ରାନ୍ତରେ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସହରର ରାସ୍ତାଘାଟର ମରାମତି ଓ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହାସହ ଗୁଣମାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri