ଏନ୍‌ଏସି ବୈଠକରେ ୧୦ କାଉନସିଲର ଅନୁପସ୍ଥିତ

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ସଭା ଗୃହରେ ମଙ୍ଗଳବାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ଇଓ ଅବିନାଶ ମିଶ୍ର ମଞ୍ଚାସିନ ଥିବା ବେଳେ ୧୨କାଉନସିଲରଙ୍କ ମଧ୍ୟରୁ ୬ ଓ ୯ ନଂ ଓ୍ବାର୍ଡ କାଉନସିଲର ଅରୁଣ ପଣ୍ଡା ଓ ସ୍ବାଗତ ଆଶିଷ ନାୟକ ଯୋଗ ଦେଇଥିଲେ। ଉପନଗରପାଳଙ୍କ ସମେତ ୧୦ କାଉନସିଲର ଅନୁପସ୍ଥିତ ଥିଲେ। ଅନ୍ୟପଟେ ବୈଠକ ପୂର୍ବରୁ ୱାର୍ଡ ନଂ ୨ ମହିଳା କାଉନସିଲର ରୀତାଦେବି ମହାରଣା ଓ ୱାର୍ଡ ନଂ ୧୧ କାଉନସିଲର ମୋହନ ରେଡ଼ିଙ୍କ ରେଜିଷ୍ଟରରେ ସ୍ବାକ୍ଷର କରିଥିଲେ। ଏନେଇ ଉଭୟ କାଉନସିଲର ଅଧିବେଶନ ନିମନ୍ତେ ସ୍ବାକ୍ଷର କରି ନଥିବା ଦର୍ଶାଇ ଇଓ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ଏବଂ ପରବର୍ତ୍ତି ସମୟରେ କାଉନସିଲର ମହାରଣା ନିଜ ସ୍ବାକ୍ଷର କାଟିଦେଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ୭ ନଂ ୱାର୍ଡ କାଉନସିଲର ପୁରୁଷୋତ୍ତମ ସାହୁ ଏବଂ ୧୨ ନଂ ୱାର୍ଡର ଚନ୍ଦ୍ରଶେଖର ରେଡ଼ି କିଭଳି ବୈଠକ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉପନଗରପାଳ ଓ ଅନ୍ୟାନ୍ୟ କାଉନସିଲରଙ୍କ ଅନୁପସ୍ଥିତରେ କେମିତି ବୈଠକ କରାଗଲା ବୋଲି ଇଓ ମିଶ୍ରଙ୍କୁ ପ୍ରଶ୍ନ କରିବା ସହ ହୋହାଲ୍ଲା କରିଥିଲେ। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ବିଭିନ୍ନ ୱାର୍ଡ କାଉନସିଲର ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକାଶ ଯୋଗ୍ୟ, ଅଧିବେଶନରେ ଅନୁପସ୍ଥିତ ରହିଥିବା ରୀତାଦେବୀ ମହାରଣା ଓ ମୋହନ ରେଡ୍ଡି ରେଜିଷ୍ଟରରେ କରିଥିବା ସ୍ବାକ୍ଷର ବୈଠକ ପୂର୍ବରୁ ନିଆଯାଇଥିବା ଲିଖିତ ଅଭିଯୋଗ ଗଣମାଧ୍ୟମକୁ ହସ୍ତଗତ ହୋଇଛି। ଚତୁରତାର ସହ ବୈଠକ ପୂର୍ବରୁ ରେଜିଷ୍ଟର ଦସ୍ତଖତ ନିଆଯାଇଥିବା ଲିଖିତ ଅଭିଯୋଗ ପତ୍ରରେ ଉଭୟ କାଉନସିଲର ଉଲେଖ କରିଛନ୍ତି। ନିର୍ବାଚନ ପର ଠାରୁ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷଙ୍କ ମଧ୍ୟରେ ତୁତୁ ମେଁମେ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?