ଗ୍ରାମବାସୀ ଧରିବାରେ ରାଜସ୍ବ ବିଭାଗର ନିଦ ଭାଙ୍ଗିଲା

ଖଇରା, ୧୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ବାଉଁଶଗଡିଆ କୋହ୍ଳସାହି ନିକଟରୁ ମୋରମ ଚୋରାଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ସୋମବାର ରାତିରେ ଏହାକୁ ଧରି ଖଇରା ତହସିଲଦାରଙ୍କୁ ଖବର ଦେଇଥିଲେ। ବଡ ଧରଣର ଗଣ୍ଡଗୋଳ ରୋକିବାକୁ ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣା ମୋରମ ଉତ୍ତୋଳନରେ ବ୍ୟବହୃତ ଜେସିବି ଓ ମୋରମ ବୋଝେଇ ଟ୍ରକକୁ ଜବତ କରି ଖଇରା ଥାନା ପରିସରକୁ ଆଣିଛନ୍ତି। ଜବତର ୧୨ଘଣ୍ଟା ବିତିଯାଇଥିଲେ ହେଁ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ପାରିବା ବିଭାଗର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଜବତ ପରେ ବାଉଁଶଗଡିଆ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ମୋରମ ଓ ମାଙ୍କଡା ଚାଲାଣ ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରୁଛି।
ଯେ, ଶାରୀଶୁଆ ପାହାଡ ସଂଲଗ୍ନ ଉକ୍ତ କୋହ୍ଳସାହି, ରମଦା, ମହୁଲପଙ୍ଖା, ରଟିଣା, ବରପଦା, ବଗେଇପୁର ଓ ଆମ୍ବହତା ଆଦି ଗ୍ରାମ ନିକଟରେ ଅନ୍ୟୁନ ୨ବର୍ଷ ଧରି ମୋରମ ଓ ମାଙ୍କଡା ଖୋଳା ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ନିରୀହ ଆଦିବାସୀଙ୍କୁ ଢାଲ କରି ସେମାନଙ୍କ ନିକଟରୁ ଶାଗମାଛ ଦରରେ ଜମି ଲିଜ୍‌ରେ ଆଣି କିଛି କ୍ଷମତାଶାଳି ବ୍ୟକ୍ତି ମୋରମ ଓ ମାଙ୍କଡା ପଥରଚାଲାଣ କରି କୋଟି କୋଟି ଟଙ୍କାର ଲାଭ କରୁଥିଲେ। ହେଲେ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ରାଜସ୍ବ ବିଭାଗ ଜାଣି ନ ଜାଣିଲା ପରି ଚୁପ୍‌ ହୋଇ ବସିରହିଥିଲା। ଶେଷରେ ସ୍ଥାନୀୟ ଗ୍ରାମବାସୀ ଏକଜୁଟ ହୋଇ ମୋରମଚାଲାଣକାରୀଙ୍କ ଧମକକୁ ନ ଡରି ସାହସ ବାନ୍ଧି ଜେସିବି ମୋରମ ବୋଝେଇ ଗାଡିକୁ ଅଟକାଇଥିଲେ। ମୋରମ ଚାଲାଣକାରୀ ଓ ସ୍ଥାନୀୟ ଆଦିବାସୀ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଘଟଣା ବଢିବାକୁ ନ ଦେଇ ଖଇରା ତହସିଲଦାର ସଦଳବଳେ ବାଉଁଶଗଡିଆ କୋହ୍ଳସାହିରେ ପହଞ୍ଚି ମଙ୍ଗଳବାର ସକାଳେ ଗ୍ରାମବାସୀ ଅଟକ ରଖିଥିବା ଜେସିବି ଓ ମୋରମ ବୋଝେଇ ଟ୍ରକ ଧରି ଖଇରା ଥାନାକୁ ଆଣିଥିଲେ। ଏଭଳି ଧରପଗଡ ପରେ ବଡ ଧରଣର ମାଙ୍କଡା ଓ ମୋରମ ଲୁଟକୁ ପ୍ରମାଣିତ କରୁଛି। ବହୁ କ୍ଷମତାଶାଳୀ ବ୍ୟକ୍ତି ଏଥିରେ ଜଡିତ ଥିବାରୁ ଘଟଣାକୁ ଚପାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଘଟଣା ଉପଜିଲାପାଳଙ୍କ ବିଚାରାଧୀନ ରହିଛି। ତାଙ୍କ ନିଷ୍ପତ୍ତି ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଣୁ ଘଟଣାରେ ରାଜନୈତିକ ବ୍ୟକ୍ତି ତହସିଲରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକାରୀ ଜଡିତ ଥିବାରୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?