ଅଧାବାଟରେ ତଦନ୍ତ, ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା ଏହି ଡାକ୍ତରଖାନା କେତେଜଣଙ୍କ ପାଇଁ ବେଆଇନ ରୋଜଗାରର ପନ୍ଥା ପାଲଟିଛି। ଗତବର୍ଷ ନଭେମ୍ବର ୧୬ରେ ଏମ୍‌କେସିଜି ମେଡିକାଲର ସେଣ୍ଟ୍ରାଲ ଗୋଦାମରୁ ରୀତିମତ ସରକାରୀ ଔଷଧ, ଇଞ୍ଜେକ୍ସନ ଲୁଟ ଚାଲିଥିବା ଓ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିବା ସୁରାକ ମିଳିଥିଲା। ସେ ସମୟରେ ଜଣେ ଆଟେଣ୍ଡାଣ୍ଟ ସର୍ଜରୀ ୱାର୍ଡରୁ ଔଷଧ, ଇଞ୍ଜେକ୍ସନ ଚୋରି କରୁଥିବା ସିସିଟିଭି ଫୁଟେଜରୁ ଧରାପଡ଼ିବା ପରେ ର଼୍ୟାକେଟର ଭୂମିକା ପଦାକୁ ଆସିଥିଲା। ସେହିପରି ଗତ କିଛିଦିନ ତଳେ ବଡ଼ ଡାକ୍ତରଖାନାର ପୁରୁଣା ଇନଡୋର୍‌ କୋଠାରୁ ଏଭଳି ବିପୁଳ ପରିମାଣ ଇଞ୍ଜେକ୍ସନ୍‌ ଜବତ ହୋଇଥିଲା। ଯାହାକି ବାହାରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି। ବିଗତ ଦିନରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି। କିନ୍ତୁ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ନାଁକୁ ମାତ୍ର ତଦନ୍ତ କରି ଘଟଣାକୁ ଚାପି ଦେଉଥିବା ଅଭିଯୋଗ ହେଉଛି।
ରୋଗୀଙ୍କ ପାଇଁ ବଡ଼ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ ଓଏସ୍‌ଏମସି (ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେସନ୍‌)ରୁ ମାଗଣା ଔଷଧ ଆସିଥାଏ। ଏହି ଔଷଧ ରଖିବା ପାଇଁ ଏମକେସିଜି ପରିସରରେ ସ୍ବତନ୍ତ୍ର ଭାବେ ଡ୍ରଗ୍‌ ହାଉସ୍‌ ରହିଛି। ସେହିପରି ଯେଉଁ ଔଷଧ ସରକାରଙ୍କ ତରଫରୁ ଯୋଗାଣ ହୋଇ ନ ଥାଏ, ତାହା ମେଡିକାଲ କର୍ତ୍ତୃପକ୍ଷ ଘରୋଇ ସଂସ୍ଥାରୁ କ୍ରୟ କରିଥାନ୍ତି। ଗତ ଜୁଲାଇ ୧୦ତାରିଖ ରାତିରେ ମେଡିକାଲ ଫାଣ୍ଡି ପୋଲିସ ବଡ଼ ଡାକ୍ତରଖାନା ଫାଣ୍ଡି ପୋଲିସ ଏକ ମୋବାଇଲ୍‌ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ଯାଞ୍ଚ କରୁଥିବା ବେଳେ ପୁରୁଣା ଇନଡୋର୍‌ କୋଠାର ଏକ ବସ୍ତାରେ ଥିବା ୨୫ ପ୍ୟାକେଟ୍‌ ଇଞ୍ଜେକ୍ସନ୍‌ ଜବତ କରିଥିଲା। ସେହି ଆଣ୍ଟିବାୟୋଟିକ୍‌ (ସେଫ୍ଟ୍ରିଆକ୍ସଜୋନ୍‌ ଆଣ୍ଡ୍‌ ସଲ୍ବାକ୍ଟମ୍‌) ଇଞ୍ଜେକ୍ସନ୍‌ କିଏ ସେଠାରେ ରଖିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଏହି ଇଞ୍ଜେକ୍ସନ ବଡ଼ ଡାକ୍ତରଖାନା ପାଇଁ ଘରୋଇ ସଂସ୍ଥାରୁ କ୍ରୟ କରାଯାଇଥିଲା। ତେବେ ରୋଗୀଙ୍କୁ ଦେବା ବଦଳରେ ସେଠାକୁ କେମିତି ଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ଗତବର୍ଷ ଜଣେ ଆଟେଣ୍ଡାଣ୍ଟ୍‌ ସର୍ଜରି ବିଭାଗରୁ ଔଷଧ ଚୋରି କରି ନେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ସମ୍ପୃକ୍ତ ଆଟେଣ୍ଡାଣ୍ଟ୍‌ ଗିରଫ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହି କାରବାର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଥିଲା, ଏହି ଔଷଧ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ଦିଗ ପ୍ରତି ଆଉ ତଦନ୍ତ ହେଲା ନାହିଁ। ପୁରୁଣା କୋଠାରୁ ଇଞ୍ଜେକସନ ଜବତ ଘଟଣା ନେଇ ତଦନ୍ତକାରୀ ଅଧିକାରୀ ତଥା ଏସଆଇ ଏସ. କେ. ଭୂୟାଁ କହିଛନ୍ତି ,
ଏମକେସିଜି ଅଧିକ୍ଷକଙ୍କ ରିପୋର୍ଟ ଆଧାରରେ ବୈଦ୍ୟନାଥପୁର ଥାନାରେ ୩୨୬/୨୩ ରେ ଏକ ମାମଲା ରୁଜୁ ହୋଇଛି। ମାମଲା ପରେ ପୋଲିସ ସନ୍ଦେହରେ କେତେଜଣ କର୍ମଚାରୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି। ହେଲେ ଏ ଯାବତ ଅଭିଯୁକ୍ତ ଚିହ୍ନଟ ହୋଇପାରିନାହାନ୍ତି। ଅନ୍ୟପଟେ ଏମକେସିଜି କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଠିତ ଏକ ଟିମ ବିଭାଗୀୟ ତଦନ୍ତ କରିଥିଲେ। ଉକ୍ତ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପୋଲିସ ନିକଟରେ ଦାଖଲ ହୋଇପାରିନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?