ଆମ ଜିଲା ଖବର

ଗାଁକୁ ପଶି ଆସିଥିବା ହରିଣକୁ ମାରିଦେଲେ

ହାଟଡି଼ହୀ,୧୧।୨(ଡି.ଏନ.ଏ.): କେନ୍ଦୁଝର ଜିଲା ହଦଗଡ଼ ଅଭୟାରଣ୍ୟରୁ ନିକଟସ୍ଥ ଚଞ୍ଚଳପଡ଼ା ଗାଁକୁ ପଶି ଆସିଥିବା ଏକ ହରିଣକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ସେହି ଗ୍ରାମର ପଞ୍ଚାନନ ବେହେରାଙ୍କୁ ଗିରଫ କରିଥିବା ବନଖଣ୍ଡ ଅଧିକାରୀ ସୁମିତ ମହାନ୍ତି...

ଉତ୍ତରାଖଣ୍ଡରେ ମୟୂରଭଞ୍ଜର ଯୁବକ ନିଖୋଜ

ଖୁଣ୍ଟା,୧୧।୨(ଡି.ଏନ.ଏ.)- ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ଜନିତ ବନ୍ୟାରେ ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବାଙ୍ଗରା ପଞ୍ଚାୟତ ଅନ୍ତର୍ଗତ ସାତପଉଟିଆ ଗ୍ରାମର ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ସେ ହେଲେ ରବୀନ୍ଦ୍ର ନାଥ ହାଁସଦାଙ୍କ ପୁଅ ପର୍ଶୁରାମ (୪୧)।...

ଦାୟିତ୍ୱରୁ ହଟିବ ଓରେଡା

ଯାଜପୁର ଅଫିସ,୧୧ା୨: ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ୱରୁ ଓରେଡା(ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି) ହଟିବ। ଏହି ପ୍ରକଳ୍ପରେ ଅନିୟମିତତା ଓ ପରିଚାଳନାଗତ ତ୍ରୁଟି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଆସିବା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ...

୨ଶହ ବର୍ଷ ପରେ ବେଲାଦୁଲାରେ ଛାତଘର

ଆଠମଲ୍ଲିକ,୧୧ା୨: ଗାଁରେ କୋଠାଘର ନିର୍ମାଣ ହେଉଥିଲେ ମଧ୍ୟ ଛାତ ପଡ଼ୁ ନ ଥିଲା। ମା’ ରକ୍ତମାଉଳୀଙ୍କ କୋପର ଶିକାର ହେବା ଭୟରେ କିଏ ଟାଇଲ ଛପର କରୁଥିଲେ ତ ଆଉ କିଏ ଆଜବେଷ୍ଟସ ପକାଇ ପୂର୍ବ ପରମ୍ପରା, ଅନ୍ଧବିଶ୍ୱାସକୁ ଆହୁରି...

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ ଏସ୍‌ଓପି ଅନୁଯାୟୀ ଏଣିକି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ସବୁଦିନ ଦାରୁଦିଅଁଙ୍କ ଦର୍ଶନ କରିପାରିବେ। ପୂର୍ବରୁ...

‘ରୋଷେଇ କରୁଥିବା ବେଳେ ଝିଅକୁ ଜାଳି ଦେଲେ’

ରେଢାଖୋଲ,୧୧ା୨: ଶାଶୁଘର ଲୋକେ ମୋ ଝିଅକୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେଇଛନ୍ତି। ରେଢାଖୋଲ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ ବେହେରା। ପୋଲିସ ଦଫା ୪୯୮(କ), ୨୯୪, ୩୦୨, ୩୦୪ (କ)/୩୪ ଆଇପିସି ଓ...

ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଚିତ୍ରକୋଣ୍ଡା,୧୦ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଓଡ଼ିଶା ଏସ୍‌ସି ଏସ୍‌ଟି ଉନ୍ନୟନ ବିଭାଗ...

ପ୍ରେମିକାଙ୍କୁ ଅସଦାଚରଣ କରିବାରୁ ଗାଡ଼ି ଚାଳକଙ୍କୁ ହତ୍ୟା

ବୋରିଗୁମ୍ମା,୧୦ା୨: ଭୁବନେଶ୍ୱରରୁ ଗାଡ଼ି ଭଡ଼ାରେ ନେଇ ଚାଳକଙ୍କୁ ହତ୍ୟାକରି କାର୍‌ ନେଇ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ପୋଲିସ ଗିରଫ କରିଛି। କାର୍‌ ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧୀର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି...

କାଳ ସାଜିଲା ନଦୀରେ ଗାଧୋଇବା: ୩ ନାବାଳକ ମୃତ

ରାଉରକେଲା,୧୦।୨: ସୁନ୍ଦରଗଡ଼ ଜିଲା ଝିରିପାଣି ଥାନା ଅଧୀନ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ବୁଧବାର ୩ ଜଣ ନାବାଳକ ଭାସି ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ...

୨୮ କୋଟି ଟଙ୍କାର ୧୪ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୧୦।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗୁରୁବାର ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ପ୍ରକଳ୍ପର ଉଦ୍‌ଘାଟନ ହେବ। ଦୀର୍ଘଦିନ ଧରି କିଛି ପ୍ରକଳ୍ପର ନିର୍ମାଣ ସରିଥିଲେ ମଧ୍ୟ କରୋନା ମହାମାରୀ...

ପୋଲ ନିର୍ମାଣ ଦାବିରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋରାପୁଟ,୧୦।୨(ସ୍ବ.ପ୍ର.) : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ମାଳିମୁଣ୍ଡାଠାରୁ ଡୁମୁରିଗୁଡା ଗ୍ରାମ ମଧ୍ୟରେ ଏକ ପୋଲ ନିର୍ମାଣ ଦାବିରେ ଡୁମୁରିଗୁଡ଼ା ଗ୍ରାମବାସୀ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଏଯାଏ ଡମୁରିଗୁଡ଼ା ଏକ ଅପହଞ୍ଚ...

ଟିକା ନେଲେ କୋରାପୁଟ ନୂତନ ଜିଲାପାଳ

କୋରାପୁଟ,୧୦।୨(ସ୍ବ.ପ୍ର.): ସରକାରଙ୍କ ପକ୍ଷରୁ କୋଭିଡ୍‌ ମହାମାରୀ ବିରୋଧରେ ବର୍ତ୍ତମାନ ସାରାଦେଶରେ ଟିକାକରଣ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର କୋରାପୁଟର ନୂତନ ଜିଲାପାଳ ମହମ୍ମଦ ଅବଦୁଲ ଅକ୍ତାର କୋଭିଡ ଟିକା ନେଇ ସରକାରଙ୍କ ଏହି ଟିକାକରଣ ଅଭିଯାନକୁ ଆଗକୁ ନେବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri