ଆମ ଜିଲା ଖବର

ବ୍ଲକ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ମୋରଡା,୧୮।୮(ସ୍ମାରକ ମାଜୀ): ପିସି କାରବାର ବନ୍ଦ ସହ ବିଭିନ୍ନ ଦାବିରେ କଂଗ୍ରେସ ପକ୍ଷରୁ ମୟୁରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ଅବସରରେ କଂଗ୍ରେସ କର୍ମକର୍ତ୍ତା ରାସଗୋବିନ୍ଦପୁର ଅତିରିକ୍ତ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବ୍ଲକ ଅଫିସରେ…

ବ୍ରାଉନସୁଗାର ସହ ଦୁଇଟି କାର୍‌, ଦେଢ଼ ଲକ୍ଷ ଟଙ୍କା ଜବତ, ୫ ଗିରଫ

ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ଉପରେ ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ଗଞ୍ଜେଇ ସହ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ସଫଳ ହୋଇଛି। ଏ ସମ୍ବନ୍ଧରେ ଏ.ଏସ୍‌.ପି. ରାହୁଲ ଗୋୟଲ ସୂଚନା…

କାର୍ଯ୍ୟ ବନ୍ଦ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା

ଭଦ୍ରକ,୧୮।୮(ସନାତନ ରାଉତ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଙ୍ଘର ନିଷ୍ପତ୍ତି କ୍ରମେ ୨ ଦଫା ଦାବି ନେଇ ଭଦ୍ରକ ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁକ୍ରବାର ଧାରଣାରେ ବସିଛନ୍ତି l ଶିକ୍ଷାଗତ ଯୋଗ୍ୟତା ଯୁକ୍ତ-୨ ରୁ ଯୁକ୍ତ-୩ କରିବା…

ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ପିଇଓ

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାରେ ଶୁକ୍ରବାର ଜିଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ( ପିଇଓ)ମାନେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇରୁ ଗ୍ରାଜୁଏସନକୁ ବୃଦ୍ଧି…

ଡେଙ୍ଗୁ ରୋଗୀ ଚିହ୍ନଟ, ପୌର ପ୍ରଶାସନ ବେଫିକର

ସୋନପୁର,୧୮।୮(ମୃତ୍ୟୁଞ୍ଜୟ ଶତପଥୀ): ନଦୀକୂଳିଆ ସହର ସୁବର୍ଣ୍ଣପୁରରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଗତ ୯ ତାରିଖରେ ସହରର ଗ୍ରୀଡକୋ ଅଞ୍ଚଳରେ ଜଣେ ୯ ବର୍ଷୀୟା ବାଳିକାଙ୍କୁ ଡେଙ୍ଗୁ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ସେହିପରି ଜୁଲାଇ ମାସରେ ସୁବର୍ଣ୍ଣପୁର ସହରରେ…

୭ଦିନରେ ଭାଙ୍ଗିଲେଣି ୫ରୁ ଅଧିକ ଘର

ନୂଆଗାଁ ,୧୮ା୮(ବିଜୟ ତ୍ରିପାଠୀ): ସୁନ୍ଦରଗଡ ଜିଲା ନୂଆଗାଁ ଅଞ୍ଚଳରେ ଗତ କିଛିଦିନ ହେବ ହାତୀ ଉପଦ୍ରବ୍ୟ ଥମିବାର ନଁା ଧରୁନାହିଁ। ୨ ଝାଡ଼ଖଣ୍ଡୀ ହାତୀ ଉଭୟ ବିଶ୍ରା ଓ ବୀରମିତ୍ରପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ସାଧାରଣରେ…

୧୧ ଦିନ ପରେ ବର୍ଷା, ଚାଷୀ ସାମାନ୍ୟ ଆଶ୍ୱସ୍ତ

ଉମରକୋଟ,୧୮।୮(ସନ୍ତୋଷ ଶତପଥୀ) : ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଉଭାନ ପ୍ରାୟ। ଦୀର୍ଘ ୧୧ ଦିନ ପରେ ନବରଙ୍ଗପୁର ଜିଲା ଉମରକୋଟରେ ଗୁରୁବାର ବର୍ଷା ହୋଇଛି। ବର୍ଷା ନ ଥିବାରୁ ଧାନଜମିଗୁଡ଼ିକ ଫାଟି…

ଗାୟତ୍ରୀ ସରାଫ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ

କଟକ,୧୮ା୮(କାର୍ତ୍ତିକ ସାହୁ): ଓଡ଼ିଆ ଲେଖିକା ଗାୟତ୍ରୀ ସରାଫଙ୍କୁ ଚଳିତ ବର୍ଷର ସରଳା ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏଥିସହ ପଦ୍ମଶ୍ରୀ ସାବରମତୀ ଓ ନାରୀନେତ୍ରୀ ସ୍ମୃତି ପଟ୍ଟନାୟକଙ୍କୁ ସରଳା ଦେବୀ ସେବା ସମ୍ମାନ ପ୍ରଦାନ କରାଯିବ। ସରଳା ଦେବୀ ସ୍ମୃତି…

ଅନୁଗୋଳ ଅତିରିକ୍ତ ଏସ୍‌ପିଙ୍କ ଅକାଳ ବିୟୋଗ

ଅନୁଗୋଳ,୧୮ା୮(ଅମିତ କୁମାର ସାମଲ): ଅନୁଗୋଳ ଜିଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ (୫୮)ଙ୍କ ଗୁରୁବାର ସକାଳେ ହୃଦ୍‌ଘାତରେ ଅକାଳ ବିୟୋଗ ଘଟିଛି। ବଜାରରୁ ଫେରି ଘରେ କିଛି କାମ କରୁଥିବା ବେଳେ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ସେ…

ରାସ୍ତାରେ ଜମୁଛି ପାଣି

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଓ୍ବାର୍ଡର ବଡ଼ହଳ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଡିଡି କଲେଜ ରୋଡ୍‌ ଓ ଷ୍ଟେଶନ ରୋଡର ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ…

ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍‌

ଟେନ୍‌ସା,୧୮ା୮(ଡି.ଏନ୍‌.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି ରେଳଷ୍ଟେଶନ ରେଳଧାରଣା ପାଶର୍‌ବରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ…

ଆନନ୍ଦ ଚନ୍ଦ୍ର ବେହେରା, ଶିବଶଙ୍କର ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ,୧୮ା୮(କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା। ଭାରତର ପ୍ରଧାନ ବିଚାରପତି (ସିଜେଆଇ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?