ଆମ ଜିଲା ଖବର

ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍‌

ଟେନ୍‌ସା,୧୮ା୮(ଡି.ଏନ୍‌.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି ରେଳଷ୍ଟେଶନ ରେଳଧାରଣା ପାଶର୍‌ବରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ…

ଆନନ୍ଦ ଚନ୍ଦ୍ର ବେହେରା, ଶିବଶଙ୍କର ମିଶ୍ର ହେବେ ହାଇକୋର୍ଟ ବିଚାରପତି

କଟକ,୧୮ା୮(କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ୨ ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନେ ହେଲେ ଆଇନଜୀବୀ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରା। ଭାରତର ପ୍ରଧାନ ବିଚାରପତି (ସିଜେଆଇ)…

ଆଟେଣ୍ଡାଣ୍ଟଙ୍କ ହାତରେ ୟୁନାନି ଡାକ୍ତରଖାନା

ଚମ୍ପୁଆ,୧୮ା୮(ମହେଶ୍ୱର ଦାସ) : କେନ୍ଦୁଝର ଜିଲା ଚମ୍ପୁଆ ୟୁନାନି ଡାକ୍ତରଖାନା ଆଟେଣ୍ଡାଣ୍ଟଙ୍କ ଦ୍ୱାରା ପରିଚାଳିତ ହେଉଛି। ଡାକ୍ତରଖାନାରେ ୧୩ ବର୍ଷ ହେବ ବିଭାଗୀୟ ଡାକ୍ତର ନ ଥିବା ବେଳେ ନୂତନ ନିଯୁକ୍ତ ହୋଇନାହାନ୍ତି। ଏପରିକି ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ…

ରାସ୍ତା ଅବସ୍ଥା ଶୋଚନୀୟ: ଧାନତଳି ରୋଇ ପ୍ରତିବାଦ

ଉଦଳା,୧୮।୮(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାଠାରୁ ବାଲିଛତ୍ରାକୁ ସଂଯୋଗ ହୋଇଥିବା ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନେଇ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତର ଲୋକେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ଅଧିକାରୀ ଓ ଜିଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ…

୫ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୧୮ା୮(ଅଶୋକ କୁମାର ମହାପାତ୍ର): ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନ କଟିକଟା ପଞ୍ଚାୟତର ପାରସାଇଲୋ…

ଗଣମାଧ୍ୟମ ଗଣତନ୍ତ୍ରର ଜଗୁଆଳି

ବାଲେଶ୍ୱର,୧୮।୮(ମାନସ ବିଶ୍ୱାଳ): ଗଣତନ୍ତ୍ରର ମୁଖ୍ୟ ସ୍ତମ୍ଭ ହେଉଛି ଗଣମାଧ୍ୟମ ଓ ଯୁବପିଢ଼ି। ‘ଧରିତ୍ରୀ’ ଖବରକାଗଜ ରାଜ୍ୟର ଏକ ଶକ୍ତିଶାଳୀ ସ୍ବର ଭାବେ ପ୍ରତିପାଦିତ ହୋଇଛି। ସଭ୍ୟତା ଆରମ୍ଭରୁ ପୃଥିବୀ ଯେତେ ପ୍ରକାର ଶାସନ ବ୍ୟବସ୍ଥାକୁ ଆପଣାଇଛି, ସେଥିମଧ୍ୟରୁ ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ।…

ଯୁବପିଢ଼ି ହିଁ ବଡ଼ଧରଣର ସମାଧାନ କରିପାରିବେ

କେନ୍ଦ୍ରାପଡ଼ା/ଡେରାବିଶ, ୧୮ା୮(ଜଗନ୍ନାଥ ଧଳ/ବେବର୍ତ୍ତା ଅଜୟ ଦାସ): ଆମମାନଙ୍କ ମଧ୍ୟରେ ପ୍ରଶ୍ନ ପଚାରିବାର ମାନସିକତା ପିଲାବେଳେ ଦେଖାଦେଇଥାଏ। ପିଲାମାନେ ପଚାରି ପଚାରି ସବୁକଥା ଜାଣିବାକୁ ପାଇଥାନ୍ତି। ପରବର୍ତ୍ତୀ ସମୟରେ ଆମେ ଯେତେବେଳେ ସମାଜ ଭିତରକୁ ପ୍ରବେଶ କରୁ, ଶିକ୍ଷାନୁଷ୍ଠାନ ଯାଉ ଏବଂ ବୟସ୍କ…

ସୁରକ୍ଷା ବଳୟରେ ଖଣି ଖନନ

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ପଳାଶପଙ୍ଗା ରାଜସ୍ବ ସର୍କଲ ଅନ୍ତର୍ଗତ ମୁରୁସୁଆଁ ପଥର ଖଣି ପରିବେଶ ଓ ଖଣି ପ୍ଲାନ୍‌ ନୀତିନିୟମ ଉଲ୍ଲଂଘନ କରି ଖନନ କରୁଥିବା ଅଭିଯୋଗ ହେଉଛି। ମାଇନିଂ ପ୍ଲାନ୍‌ ଉଲ୍ଲଂଘନ କରାଯାଇ ଅସୁରକ୍ଷିତ ପ୍ରଣାଳୀରେ…

ଅସ୍ତିତ୍ୱ ଖୋଜୁଛି ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା,୧୮ା୮(ପ୍ରଭାତ ପାଣିଗ୍ରାହୀ): ଐତିହ୍ୟ, ସଂସ୍କୃତି ହେଉଛି ଗୋଟିଏ ଜାତିର ପରିଚୟ। ଏହା ଲୁପ୍ତ ହୋଇଗଲେ, ସେହି ଜାତିର ଅସ୍ତିତ୍ୱ ହଜିଯାଏ। ଏହିକ୍ରମରେ ଗରିମାମୟ ଐତିହ୍ୟକୁ ନିଜ ବକ୍ଷରେ ଜାବୁଡି ଧରି ଦଣ୍ଡାୟମାନ ରହିଛି ଖୋର୍ଦ୍ଧାଗଡ଼। ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଏହି…

ଅଭିନୟରେ ଗ୍ରାମ ଦୁଃଖ ଜଣାଇଲେ କୁନି କଳାକାର

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ପୋଲିସ ପଡିଆଠାରେ ଆୟୋଜିତ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଖୁଣ ଅଭିନୟ ମାଧ୍ୟମରେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଜଣାଇଛନ୍ତି ଜଣେ…

ଲଣ୍ଡା ପାହାଡ଼ରେ ସବୁଜିମା

ସମ୍ବଲପୁର,୧୮ା୮(ଶୁଭାଶିଷ ପାଢ଼ୀ): ସହର ଉପକଣ୍ଠରେ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ସମ୍ବଲପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ ଯୋଜନାରେ ବୃକ୍ଷ ରୋପଣ କରାଯାଉଛି। ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବା ସହ ପୁନରୁଦ୍ଧାର କରାଯାଉଛି। ତଥ୍ୟ ଅନୁଯାୟୀ ୩ବର୍ଷ ଭିତରେ ପ୍ରାୟ…

ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର

କେନ୍ଦ୍ରାପଡ଼ା,୧୮ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି। ମାତ୍ର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି ବୋଲି ସାଧାରଣରେ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?