ମରଣଯନ୍ତା ପାଲଟିଛି କେନାଲବନ୍ଧ ରାସ୍ତା

ନିଶ୍ଚିନ୍ତକୋଇଲି,୩।୧୦(ଅଶୋକ କୁମାର ମହାପାତ୍ର):କେନ୍ଦ୍ରାପଡ଼ା ଜିଲା ଛତା ଜଳସମ୍ପଦ ବିଭାଗ ଓ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ୯ ନମ୍ବର କେନାଲବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ କେନାଲବନ୍ଧ ଭୁଶୁଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲା ଛତା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ନିଶ୍ଚିନ୍ତକୋଇଲି ବ୍ଲକ ଦେଇ ପ୍ରବାହିତ ୯ ନମ୍ବର କେନାଲ ରହିଛି। ଏହି କେନାଲବନ୍ଧକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ନିକଟରେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲବନ୍ଧର ବାଲିଆପଦାଠାରୁ ସୁକରପଡା ପର୍ଯ୍ୟନ୍ତ ଦକ୍ଷିଣ ପାର୍ଶ୍ୱକୁ ନିର୍ମାଣ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟହେତୁ ନିର୍ମାଣର ମାତ୍ର ଅଳ୍ପଦିନ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ସେହିପରି ଏହି କେନାଲବନ୍ଧରେ ସେତୁ ନିର୍ମାଣ ଓ ଗାର୍ଡୱାଲ ନିର୍ମାଣରେ ଜଳସମ୍ପଦ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା। ତେବେ ଗାର୍ଡୱାଲ ଓ ସେତୁ ନିର୍ମାଣ ଅଟକଳ ଅନୁଯାୟୀ କରାଯାଇ ନ ଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏବେ କେନାଲବନ୍ଧର ବାଲିଆପଦା ପଞ୍ଚାୟତ ଅନ୍ତର୍ଗତ ଫତେପୁରଠାରେ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ କେନାଲବନ୍ଧ ଭାଙ୍ଗି ଘାଇ ସୃଷ୍ଟିହେବା ନେଇ ଆଶଙ୍କା ରହିଛି। ଏପରି ହେଲେ ଶହ ଶହ ଏକର ଧାନବିଲ ନଷ୍ଟ ହୋଇଯିବ ବୋଲି କେତେଜଣ ଚାଷୀ କହିଛନ୍ତି। ଏହି ରାସ୍ତା ଉପରେ ଗମନାଗମନ ନିମନ୍ତେ ସ୍ଥାନୀୟ ବାଲିଆପଦା, କେଣ୍ଟାଳୋ, କଟରପଡା, ସୁକରପଡା, ସରପଡା ଆଦି ପଞ୍ଚାୟତର ଲୋକେ ନିର୍ଭରଶୀଳ। ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ସମେତ ଅଙ୍ଗନୱାଡି ଶିଶୁମାନେ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତାରେ ଗର୍ତ୍ତ ହୋଇଥିବାରୁ ଦୁର୍ଘଟଣା ହେବାର ଆଶଙ୍କା ରହିଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟିବାର ନଜୀର ରହିଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା କାରଣରୁ ଜରୁରୀ କାଳୀନ ପରିସ୍ଥିତିରେ ଏହି ରାସ୍ତାଦେଇ ଦମକଳ ଗାଡି କିମ୍ବା ଆମ୍ବୁଲାନ ଆସିପାରୁନାହିଁ। ଫଳରେ ବହୁ ସମୟରେ ଗର୍ଭବତ, ପ୍ରସୁତୀଙ୍କ ସମେତ ଶିଶୁମାନେ ଡାକ୍ତରଖାନାକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଦୁଇ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଦାୟିତ୍ୱ ନେବାକୁ କେହି ଆଗକୁ ଆସୁ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ତରଫରୁ ତୁରନ୍ତ ଏନେଇ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଏଠାରେ ଏକ ବଡ଼ଧରଣର ଅଘଟଣକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ ଗାହାଣ କୁହନ୍ତି, ରାସ୍ତାର ଦୁରବସ୍ଥା ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ ଯଦି ସୂଚନା ମିଳେ ତେବେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବାକୁ ଯାଉଥିବା ବେଳେ ପିକଅପ୍ ଭ୍ୟାନ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ; ଅଞ୍ଚଳରେ ଶୋକ

ଭଞ୍ଜନଗର,୧୯।୧୧(ବାବୁଲା ପ୍ରଧାନ): ଭଞ୍ଜନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ କଂଗ୍ରେସ ନେତାଙ୍କ ଦେହାନ୍ତ ହୋଇଛି । ଜଣାଶୁଣା କଂଗ୍ରେସ ନେତା ତଥା…

ମହିଳା ଆଇଆଇସିଙ୍କ ମାନବିକତା, ବର୍ଷାରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି…

ଗଞ୍ଜାମ,୧୯ା୧୧(ବିଦ୍ୟାଧର ସାହୁ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ବୁଧବାରଠାରୁ ଆରମ୍ଭ ହୋଇଛି ବର୍ଷା। ଲଗାଣ ବର୍ଷା ଯୋଗୁ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଏଭଳି ପରିସ୍ଥିତିରେ ଗଞ୍ଜାମ…

ଉପକୂଳମୁହାଁ ବାତ୍ୟା ‘ଅକ୍ୱାନ’: ମହାକାଳପଡ଼ାରେ ହାଇଆଲର୍ଟ, ଫେରିଘାଟ ବନ୍ଦ ସହ ଯୁଦ୍ଧକାଳୀନ ଭିତ୍ତିରେ…

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଘନୀଭୂତ ବାତ୍ୟା ଅକ୍ୱାନ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇ ଆଗକୁ ବଢୁଛି ବୋଲି ପାଣିପାଗ ବିଭାଗ ସତର୍କତା…

ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ଏତିକି ଟଙ୍କା ନେଇ…

ଗୋଲାମୁଣ୍ଡା,୧୯ା୧୧(ବଟକୃଷ୍ଣ ପଣ୍ଡା): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର…

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ୨୧ ପର୍ଯ୍ୟନ୍ତ ଦୁଇଟି ଘାଟି ରାସ୍ତା ବନ୍ଦ କରି…

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ଓ ପଥର ଖସିବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ପ୍ରଶାସନ…

କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର…

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?