ସ୍ବାମୀ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା,୩।୧୦(ସଙ୍ଗୀତା ଜେନା):ରାଉରକେଲା ଉଦିତନଗର ଥାନା ଅଧୀନ ବିରଜାପାଲି ନିକଟରେ ରବିବାର ଅପରାହ୍ନରେ ହୋଇଥିବା ଉତ୍ତେଜନାକୁ ପ୍ରଶମିତ କରିବାକୁ ଯାଇଥିବା ମହିଳା ଏଏସ୍‌ଆଇ ଆଲିସ ନାରମି ଲୁଗୁନ(୩୭)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ମୃତା ଏଏସ୍‌ଆଇଙ୍କ ସ୍ବାମୀ ସଞ୍ଜୟ ଲାକ୍ରା(୪୨) ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଉଦିତନଗର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ହତ୍ୟା ମାମଲା (ନଂ.୩୧୪/୨୩) ରୁଜୁ କରିବା ସହ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଉକ୍ତ ଯୁବତୀଙ୍କୁ ଛାଡିଦେବାକୁ ଦାବି କରି ସ୍ଥାନୀୟ ବସ୍ତିବାସିନ୍ଦା ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହର ଇନ୍‌କ୍ୱେଷ୍ଟ କରାଯାଇଥିଲା। ମୃତଦେହରେ ମାଡ଼ ଦାଗ ଦେଖିବା ପରେ ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ।
ସଞ୍ଜୟଙ୍କ ଅଭିଯୋଗ ଅନୁସାରେ, ଆଲିସଙ୍କ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲା। ସେ ରବିବାର ସକାଳେ ଡ୍ୟୁଟି ପାଇଁ ଥାନାକୁ ରିପୋର୍ଟ କରିଥିଲେ। ଅପରାହ୍ନ ୧ଟା ୨୫ମିନିଟ୍‌ରେ ସେ ପୁଅଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେତେବେଳେ କୌଣସି ଅସୁବିଧା ନ ଥିଲା। ଅପରାହ୍ନ ପ୍ରାୟ ୫ଟା ସମୟରେ ଆଲିସ ହାଇଟେକ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଞ୍ଜୟ ସୂଚନା ପାଇଥିଲେ ଏବଂ ହସ୍ପିଟାଲରେ ପହଞ୍ଚତ୍ବା ପରେ ଆଲିସଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଏହି ସମୟରେ ଆଲିସଙ୍କ ଗାଲ ଫୁଲିଯାଇଥିବା ଏବଂ ମୁହଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ବୋଲି ସଞ୍ଜୟ କହିଛନ୍ତି। ଅପରପକ୍ଷେ ଆଲିସ ଦିବଂଗତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପିଏସ୍‌ଓ ଥିଲେ। ଏହି ମୃତ୍ୟୁ ପଛରେ ଅନେକ ରହସ୍ୟ ଅଛି। ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ସେହିପରି ମୃତା ଏଏସ୍‌ଆଇଙ୍କ ଦିଅର ଜୟନ୍ତ ଲାକ୍ରା ସମସ୍ତ ଘଟଣା ସମ୍ପର୍କରେ ପୋଲିସ ଠିକ୍‌ ତଥ୍ୟ ଦେଉନାହିଁ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ଉଦିତନଗର ଥାନା ଅଧୀନ ବିରଜାପାଲି ରୋଡ୍‌ରେ ଏକ କାର୍‌ (ନଂ.ଓଡ଼ି୧୪ଏଲ/୮୬୮୫) ଓ ରାଜାଗୋଲ୍ଡ ନାମକ ଘରୋଇ ବସ୍‌ (ନଂ.ଓଆର୧୬ଇ/୦୯୬୫) ମଧ୍ୟରେ ଧକ୍କା ହୋଇଥିଲା। ଏହାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କେତେଜଣ ଯୁବକ ବସ୍‌କୁ ପଥର ମାଡ଼ କରିଥିଲେ। ଖବର ପାଇ ଏଏସ୍‌ଆଇ ଆଲିସ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହାଇଟେକ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବସ୍‌ର ୨ଜଣ କର୍ମଚାରୀ ଆହତ ହୋଇ ଆର୍‌ଜିଏଚରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri