ଡେରାବିଶର ପ୍ରସିଦ୍ଧ ଭାଲୁକୁଣୀ ମେଳଣ

ଡେରାବିଶ,୩ା୧୦ (ବେବର୍ତ୍ତା ଅଜୟ ଦାସ): ଉତ୍କଳୀୟମାନଙ୍କ ପାଇଁ ତଅପୋଇ କାହାଣୀ ଏକ ଇତିହାସର ସ୍ମୃତି ସ୍ତମ୍ଭ ପାଲଟିଛି। ଏଥିସହ ଯୋଡ଼ିହୋଇ ରହିଛି ଅତୀତର ସାଧବ ପୁଅଙ୍କ ନୌବାଣିଜ୍ୟ ଯାତ୍ରା। ଏହି ନୌବାଣିଜ୍ୟ ଯାତ୍ରା ପରମ୍ପରା ସହ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲାର ସମ୍ପର୍କ ଅତି ନିବିଡ଼। ଅତୀତର ଏହି ସ୍ମୃତିକୁ ବଜାୟ ରଖିବା ପାଇଁ ଏବଂ ନିଜ ଭାଇମାନଙ୍କର ମଙ୍ଗଳ କାମନା ପାଇଁ ଶ୍ରାବଣ ପୂର୍ଣ୍ଣିମାର ପର ରବିବାର ସେପ୍ଟେମ୍ବର ୩ରୁ ଆରମ୍ଭ ହୋଇଥିବା ଭାଲୁକୁଣୀ ପୂଜା ୫ଟି ରବିବାର ସନ୍ଧ୍ୟାରେ ଗ୍ରାମର ଝିଅମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ମାସେ ଧରି ଏହି ଭାଲୁକୁଣୀ ପୂଜା ପାଇଁ ଚଳଚଞ୍ଚଳ ହୋଇଥିଲା ଡେରାବିଶ ଅଞ୍ଚଳ। ସୋମବାର ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତ ସ୍ଥିତ ରଥପଡ଼ିଆଠାରେ ବହୁ ପ୍ରାଚୀନ ଭାଲୁକୁଣୀ ମେଳଣ ଶେଷ ହୋଇଛି। ପାରମ୍ପରିକ ରୀତିନୀତି ମଧ୍ୟରେ ଏହି ମେଳଣ ରବିବାର ରାତିରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ମେଳଣର ଥାନପତି ରଥପଡ଼ିଆ ମେଢ଼ ମେଳଣ ପଡିଆରେ ଉପବେଶନ କରିବା ପରେ ବିଭିନ୍ନ ଗ୍ରାମରୁ ଭାଲୁକୁଣୀଙ୍କ ସୁସଜ୍ଜିତ ମେଢ ଘଣ୍ଟ, ସଂକୀର୍ତ୍ତନ, ବାଜା ପଟୁଆର ଓ ରଙ୍ଗବେରଙ୍ଗର ଆତସବାଜି ମଧ୍ୟରେ ପ୍ରବେଶ କରିଥିଲା। ମେଳଣରେ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ଦୁମୁକା, ତିଲକପୁର, କଚେରି ତଳ, ଓଝାସାହି, ଚଷାଖଣ୍ଡ, ପାଣ୍ଡେସାହି, ବଣିଆସାହି, କାଜିପୁର ଓ ଦିଆପଡ଼ା, ବାଲିଆ ପଞ୍ଚାୟତ ତୋଟାସାହି, ହୁରାସାହି, ମୁଲଣାପାଟଣା ଓ ଦରବୋଲ, ଚାଟରାଚକଡ଼ା ପଞ୍ଚାୟତର ଗୋବିନ୍ଦପୁର ଓ ଚାଟରାଚକଡା ଏବଂ କାଉପଡ଼ା ପଞ୍ଚାୟତର ସାନଫୋଗଳ ଗ୍ରାମରୁ ୨୩ଟି ମେଢ ସୋମବାର ପୂର୍ବାହ୍ନରେ ମେଳଣ ପଡ଼ିଆରେ ପହଞ୍ଚତ୍ଥିଲେ। ଦୁମୁକା ହାଟ ଥାନପତି ମେଢ ପକ୍ଷରୁ ସମସ୍ତ ମେଢ ନିକଟରେ ଭୋଗ ଲାଗି ସହିତ ଆସନ୍ତା ବର୍ଷ ମେଳଣ ପାଇଁ ବରଣୀ କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ମେଢ ରୋଶଣି ମଧ୍ୟରେ ନିଜ ଗ୍ରାମକୁ ଫେରିଥିଲେ। ପରମ୍ପରା ଅନୁଯାୟୀ, ବିଭିନ୍ନ ସ୍ଥାନରେ ଭୋଗ ଗ୍ରହଣ କରିଥିଲେ। ଏଥିସହ ବିଭିନ୍ନ ମେଢ ସହ ଆସିଥିବା ଗ୍ରାମର ମୁରବିମାନଙ୍କ ମଧ୍ୟରେ ସମ୍ପର୍କ ବନ୍ଧନ ପାଇଁ କୋଳାକୋଳି ହୋଇଥିଲା। ମେଳଣ ଅବସରରେ ପଡ଼ିଆରେ ଶତାଧିକ ଦୋକାନୀ ସେମାନଙ୍କର ଦୋକାନ ପସରା ମେଲାଇଥିଲେ। ଶୃଙ୍ଖଳା ରକ୍ଷା ପାଇଁ ଡେରାବିଶ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଶୃଙ୍ଖଳାରେ ମେଳଣ ଶେଷ ହୋଇଥିବାରୁ କମିଟି ପକ୍ଷରୁ ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?