ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅମଲା

ବ୍ରହ୍ମପୁର,୯।୧୦(ସ୍ମୃତି ରଞ୍ଜନ ମହାଲିକ୍‌): ମିଳିତ ଅମଲା ସଂଘ ମଞ୍ଚ ଗଞ୍ଜାମ ଜିଲା କମିଟି ପକ୍ଷରୁ ଏକ ବୈଠକ ଗେଟ୍‌ ବଜାର ଏନ୍‌ଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଘର ଜିଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅମଲାମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ହେଉଥିବା ଦୃଷ୍ଟିରୁ ଅମଲାଙ୍କ ସର୍ବନିମ୍ନ ଗ୍ରେଡ ପେ ୪୨୦୦ ଟଙ୍କା ନିର୍ଦ୍ଧାରଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଉଛି। ଦାବି ପୂରଣ ନେଇ ଅମଲାଙ୍କ ପକ୍ଷରୁ ବାରମ୍ବାର ଧାରଣା, ବିକ୍ଷୋଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦ ସ୍ବରୁପ ଗତ ଜୁନ ମାସରେ ରାଜ୍ୟର ସମସ୍ତ ବିଭାଗର ଅମଲାମାନେ ୧୭ ଦିନ ଧରି ସମୂହ ଛୁଟିରେ ଯାଇଥିଲେ। ଫଳରେ ରାଜ୍ୟ ସରକାର ୧ ମାସ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ହୋଇ ନ ଥିବା ନେଇ ମଞ୍ଚ ଅଭିଯୋଗ ହୋଇଛି। ଏଣୁ ଆସନ୍ତା ୧୫ ତାରିଖ ସୁଦ୍ଧା ଦାବି ପୂରଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ମଞ୍ଚ ପକ୍ଷରୁ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ସି.ଏଚ୍‌ ରଜନୀକାନ୍ତ ଓ ସଂଗଠନ ସମ୍ପାଦକ ଶିବ ପ୍ରସାଦ ପାଣିଗ୍ରାହୀଙ୍କ ସମେତ ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…

ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି…

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri