ରାସ୍ତାରୁ ପାଇଥିଲେ ଦାମୀ ମୋବାଇଲ ଶେଷରେ…

ଉମରକୋଟ, ୨୧।୧୦(ସନ୍ତୋଷ ଶତପଥୀ): ଏବେ ମଧ୍ୟ ମଣିଷ ପାଖରେ ମାନବିକତା ଲୋପ ପାଇନାହିଁ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲା ଉମରକୋଟ ଥାନାର ହୋମଗାର୍ଡ ଯୁଗସାଇ ଭତ୍ରା। ଯୁଗସାଇ ଡ୍ୟୁଟି କରିବାବେଳେ ଏକ ମୋବାଇଲ ପାଇ ତାହାକୁ ଫେରାଇ ଦେଇଛନ୍ତି।
ସୂଚନାନୁଯାୟୀ, ଯୁଗସାଇ ଉମରକୋଟ ସହରର ଝରିଗାଁ ରୋଡ୍‌ ଛକରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। ଦୁର୍ଗାପୂଜା ଯୋଗୁ ଗହଳି ଥିବାବେଳେ ସା ପ୍ରାୟ ୪ଟାରେ ସେ ଏକ ଦାମୀ ମୋବାଇଲ ପାଇଥିଲେ। ସେ ଉକ୍ତ ମୋବାଇଲକୁ ଫେରାଇବାକୁ ଛକରେ ଅପେକ୍ଷା କରି ରହିଥିଲେ। ସଂଧ୍ୟା ୬.୩୦ରେ ହଜି ଯାଇଥିବା ମୋବାଇଲ ଖୋଜି ଝରିଗାଁର ବ୍ୟବସାୟୀ କାଳୁ ଅଗ୍ରଓ୍ବାଲ ସେଠାରେ ପହଞ୍ଚି ଥିଲେ। କାଳୁ ଫୋନ୍‌ରେ ଝରିଗାଁ ଥାନାକୁ ମୋବାଇଲ ହଜି ଯାଇଥିବା କଥା ଜଣାଇଥିଲେ। ଯୁଗସାଇ ଝରିଗାଁ ଥାନାକୁ ଜଣାଇ ବ୍ୟବସାୟୀଙ୍କୁ ମୋବାଇଲ ଫେରାଇ ଦେଇଥିଲେ। ମୋବାଇଲ ପାଇ ବ୍ୟବସାୟୀ ଜଣଙ୍କ ଖୁସି ପ୍ରକଟ କରିଥିଲେ। ହୋମ୍‌ଗାର୍ଡଙ୍କ ଏପରି ବଦନ୍ୟତା ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ପାସ୍‌ପୋର୍ଟରେ ଟ୍ରମ୍ପ୍‌ଙ୍କ ଫଟୋ: ବଢୁଛି ଚର୍ଚ୍ଚା

ୱାଶିଂଟନ୍‌, ୩୦ା୪:ଆମେରିକା ପାସ୍‌ପାର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫଟୋ ଦେଖିବାକୁ ମିଳିବ ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି। ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ନିଜର ବ୍ୟକ୍ତିଗତ…

ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…

ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା…

ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ…

କାଳବୈଶାଖୀର ତାଣ୍ଡବ: କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି…

ମୋହନା,୨୯ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରେ ପବନ ଘଡ଼ଘଡ଼ି ସହ କୁଆପଥର ଏବଂ ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଓପିଟିସିଏଲ୍‌ କର୍ମଚାରୀ ଗୁରୁତର

ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା…

କିପରି ହେଲା ମୁନା ମୁଣ୍ଡାଙ୍କ ମୃତ୍ୟୁ, ହଠାତ୍ ଅସୁସ୍ଥ ହେବା ପରେ….

ଦେବଗଡ,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଳାମାଟି ଗ୍ରାମର…

କୋକସରାରେ ମୃଦୁ ଭୂମିକମ୍ପ, ଛାନିଆ ଲୋକେ

କୋକସରା,୨୯ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । କିଛି ସେକେଣ୍ଡ…

ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ଏହି ଦିନ ବାହାରିବ ରେଜଲ୍ଟ

କଟକ,୨୯ା୪(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri