ମା’ ତାରାତାରିଣୀଙ୍କ ମହାଗୌରୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଶନିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭୋର ସାଢ଼େ ୪ରୁ ମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ମାଜଣା, ମହାଆଳତି ହୋଇ ସକାଳ ୭ଟାରେ ସାହାଣ ମେଲା ହୋଇଥିଲା। ପରେ ମା’ ତାରାତାରିଣୀ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ପରେ ମୁଖ୍ୟ ପୁରୋହିତ ପଣ୍ଡିତ ସୀମାଞ୍ଚଳ ଦାଶ ଶର୍ମାଙ୍କ ଦ୍ୱାରା ଚଣ୍ଡିପାଠ, ହୋମ, ଯଜ୍ଞ ଆରମ୍ଭ ହୋଇଛି। ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣା, ଧ୍ରୁବ ରଣାଙ୍କ ସମେତ ସମସ୍ତ ସେବାୟତ ପୂଜାର୍ଚ୍ଚନାରେ ଲାଗିଛନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ, ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଥାନା ଆଇଆଇସି ସମୀର କୁମାର ରାଉତଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରୁଛନ୍ତି।

ଅନ୍ୟପକ୍ଷେ ପାହାଡ଼ ପାଦଦେଶରେ ମୁଖ୍ୟ ରାସ୍ତା ଉପରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ କରାଯାଥିବା ଗାଡି ପାର୍କିଂ ଷ୍ଟାଣ୍ଡକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାର୍କିଂ ଲାଗି ସ୍ବତନ୍ତ୍ର ସ୍ଥାନ ଯୋଗାଇ ନ ଦେଇ ମୁଖ୍ୟ ଯାତାୟାତ ରାସ୍ତାରେ କିଭଳି ଲୋକଙ୍କୁ ମନଇଚ୍ଛା ପାର୍କିଂ ନାମରେ ଟଙ୍କା ଆଦାୟ କରାଯାଉଥିବା ପର୍ଯ୍ୟଟକ ଏବଂ ଓ ଭକ୍ତମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ପାର୍କିଂ ନାମରେ କରାଯାଉଥିବା ଟଙ୍କା ଆଦାୟକୁ ବନ୍ଦ କରିବା ଲାଗି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri