ଆମ ଜିଲା ଖବର

ଦାରିଙ୍ଗବାଡିରେ ବିଦ୍ୟୁତ ବିଭ୍ରାଟ: ଡିବିରୀ, ଲଣ୍ଠନ ଭରସା

ଦାରିଙ୍ଗବାଡି, ୫।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର ତଥା ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡିରେ ଦୈନିକ ବିଦ୍ୟୁତ ବିଭ୍ରାଟ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନା ଥାଉ କି, ଶନିବାର ସାରା ଜିଲାରେ ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟାରୁ ସଂଧ୍ୟା…

ପୁଣି ଅଲୋଡା ନବଜାତ ଶିଶୁକନ୍ୟା, ଉଦ୍ଧାର ସହ ଚିକିତ୍ସା ଜାରି

ନୀଳଗିରି, ୫।୧୧(ପ୍ରଶାନ୍ତ କୁମାର ବିଶ୍ବାଳ/ ମାନସ ବିଶ୍ୱାଳ):- ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ନୀଳଗିରି ଏନଏସି ଅଞ୍ଚଳରେ ଦେଖିବାକୁ ମିଳିଛି। ରବିବାର ଭୋର୍‌ ୪ଟା ୫୦ ସମୟରେ ନୀଳଗିରି ଏନ.ଏ.ସିର ୬ ନମ୍ବର୍‌ ୱାର୍ଡ ମସଜିଦ…

ଚମକ ହରାଇଛି ବାଣ ବଜାର

ବ୍ରହ୍ମପୁର,୫ା୧୧(ସୁବାସ ଚନ୍ଦ୍ର ପାଢ଼ୀ)ଦିନ ଥିଲା ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳ ବ୍ରହ୍ମପୁରରେ ବାଲୁଙ୍କେଶ୍ୱର ବାଣ ବଜାର ରହିଥିଲା। ଦୀପାବଳି ଆସିବାର ପ୍ରାୟ ମାସକ ପୂର୍ବରୁ ଏହି ବଜାର ଚଳଚଞ୍ଚଳ ହୋଇ ଉଠୁଥିଲା। ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲାଗୁଡିକରୁ ବ୍ୟବସାୟୀମାନେ ଏଠାକୁ…

ମହିଳାଙ୍କୁ ଖାଇଗଲା ବାଘ

ନୂଆପଡ଼ା,୫ା୧୧(ମକାରୁ ବେମାଲ) ନୂଆପଡ଼ା ଜିଲା ସଦର ରେଞ୍ଜ୍‌ ଧରମବନ୍ଧା ଥାନା ସିଲିଆରିବାହାରା ଗଁାରେ ଶନିବାର ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ମୃତା ହେଲେ ସିଲିଆରିବାହାରା ଗଁାର ପୂର୍ବତନ ୱାର୍ଡମେମ୍ବର ରାମେଶ୍ବରୀ ମାଝି (୫୦)। ସେହିପରି ଏହି ଗଁାଠାରୁ କିଛି…

ଦୁର୍ଦ୍ଦଶାରେ ଦିବ୍ୟାଙ୍ଗ ସୁରେଶଙ୍କ ପରିବାର

କାଏମା,୫ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଭିନ୍ନକ୍ଷମ ସୁରେଶ ମଳିକଙ୍କ ପରିବାର ଦୁଃଖଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ୪୦ ବର୍ଷୀୟ ସୁରେଶଙ୍କ ପରିବାର କହିଲେ ବାପା, ମା’, ସ୍ତ୍ରୀ ଓ ପୁଅଙ୍କୁ ମିଶାଇ ୫ ଜଣ। ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ…

ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ

ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ…

ବ୍ରାଉନ୍‌ସୁଗାର କବଳରେ ଯୁବଗୋଷ୍ଠୀ

ଜଗତ୍‌ସିଂହପୁର, ୫ା୧୧ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର ର଼୍ୟାକେଟ୍‌ ସକ୍ରିୟ ରହିଛି। ଏଥିଯୋଗୁ ବିଶେଷକରି ଯୁବଗୋଷ୍ଠୀ ପ୍ରଭାବିତ ହେଉଛନ୍ତି। ଏହାର ଉଦାହରଣ ଶନିବାର କୁଜଙ୍ଗ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ହସିନା ପ୍ରାଥମିକ ବିଦ୍ୟାଳୟ ନିକଟରୁ…

ଆଇଓସିଏଲ୍‌ ପାଇପ୍‌ ଲାଇନ୍‌ରେ ଫାଟ

ଆଳି,୫ା୧୧(ବନମାଳୀ ସେନାପତି) ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ଯାଇଥିବା ଆଇଓସିଏଲ୍‌ର ପାଇପ୍‌ ଲାଇନରେ ଫାଟ ସୃଷ୍ଟି ହେବା ଯୋଗୁ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଭେଡାଠାରେ ହଜାର ହଜାର ଲିଟର ଡିଜେଲ ମାଟିରେ ଭାସୁଛି। କମ୍ପାନୀ କର୍ତ୍ତୃପକ୍ଷ…

ଚିନିକଳର ସମ୍ପତ୍ତି ନିଲାମ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳ କୋର୍ଟର ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି । କୋର୍ଟରେ ୮୪୦ କୋଟି ଟଙ୍କାର ମାମଲା ଚାଲିଥିବାବେଳେ ଏହାର ନିଲାମ ହୋଇ ପାରିବନି ବୋଲି କୁହାଯାଉଛି । ତେବେ ଋଣ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ…

ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କଲେ ଜିଲାପାଳ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଗୋପାଳପୁର,୪ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶନିବାର ଗୋପାଳପୁର ଏନ୍‌ଏସିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମୀକ୍ଷା କରି ଏନ୍‌ଏସି ଅଧିକାରୀଙ୍କୁ ତାଗିଦ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏସି ପକ୍ଷରୁ…

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କୁଡୁମୀ ଜାତିକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ୍‌ ଦିଆଯାଇଥିଲା। ତେଣୁ ପୁନର୍ବାର ଆଦିବାସୀ ମାନ୍ୟତା ଫେରି ପାଇବା ପାଇଁ ବିଭିନ୍ନ ଗଣଆନ୍ଦୋଳନ ଜାରି ରଖିଛି। କିନ୍ତୁ କିଛିଦିନ ପୂର୍ବରୁ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି…

ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ପୋଲିସ, ଭାଇରାଲ ହେଉଛି ଫଟୋ

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ପୋଲିସର ବର୍ବରତା। ମାନବିକତାର ସୀମା ଟପିଛି ପୋଲିସ। ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛି ପୋଲିସ। ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ। ଦୀପାବଳି ପାଇଁ ପ୍ରତ୍ୟେକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?