କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ନାହିଁ ଗୋଟିଏ ବି ଗଛ

କେନ୍ଦ୍ରାପଡ଼ା, ୨୦ା୧ (ଜଗନ୍ନାଥ ଧଳ): କଟକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୭ବର୍ଷ ତଳେ ଗଛ କଟାଯାଇଥିଲା। ଏବେ ସୁଦ୍ଧା ନୂଆ ରାସ୍ତାରେ ଗଛଟିଏ ନାହିଁ। ଏ ନେଇ ପୂର୍ବରୁ ଅନଶନ ଓ ଗଣଧାରଣା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସତ୍ତ୍ୱେ ପ୍ରଶାସନ ନୀରବ ରହିଛି। ବନୀକରଣ ପାଇଁ ଆସୁଥିବା ଅର୍ଥର ବିନିଯୋଗ କେଉଁଠାରେ ହେଉଛି ବୋଲି ସ୍ଥାନୀୟ ଜିଲାବାସୀ ପ୍ରଶ୍ନ ଉଠାଇଲେଣି।

ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୦୬ରେ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦେଇ ନବୀକରଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ବର୍ଷ ଟେଣ୍ଡର ହୋଇ ମାତ୍ର ୩ବର୍ଷ ମଧ୍ୟରେ ପ୍ରଶସ୍ଥ ରାସ୍ତା ସହ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲା। ଏଥିପାଇଁ ତତ୍କାଳୀନ ସମୟରେ କଟକ ଓ କେନ୍ଦ୍ରାପଡ଼ା ଜିଲାର ୯୫ଟି ଗ୍ରାମର ଜନବସତିକୁ ସ୍ଥାନାନ୍ତର ସହ ଦୋକାନ ବଜାର ଭଙ୍ଗାଯାଇ ଜମି ଅଧିଗ୍ରହଣ କରାଯାଇଥିଲା। ଏପରିକି ରାସ୍ତା ପ୍ରଶସ୍ତୀକରଣ ପାଇଁ ୬୪ଟି ଧର୍ମପୀଠ ଓ ଅନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ କଟକ ଜିଲାର ଜଗତପୁରଠାରୁ ଭାୟା କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଦେଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ବହୁ ପ୍ରାଚୀନ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ ଆଦି ଗଛକୁ ହଣା ଯାଇଥିଲା। ଏପରିକି ରାଜକନିକା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ଫଳନ୍ତି ନଡ଼ିଆ ଗଛକୁ କଟାଯାଇଥିଲା।
ଏହାକୁ ଇତିମଧ୍ୟରେ ୧୭ ବର୍ଷ ବିତିଛି। ବିଭିନ୍ନ କାରଣରୁ କାର୍ଯ୍ୟ ବନ୍ଦ ରହିଥିବା ଏହି ରାସ୍ତାର ନିର୍ମାଣ ଗତ ୬ ବର୍ଷ ପୂର୍ବେ ସରିଛି। ରାସ୍ତା ନିର୍ମାଣ ପରେ ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଗୋଟିଏ ବି ଗଛ ନାହିଁ। ଫଳରେ ଚଳିତ ଖରାଦିନ ଯାତ୍ରୀଙ୍କ ପାଇଁ ଖରାପ ସମୟ ଆସୁଛି। ସାମାଜିକ କର୍ମୀ ବାନାମ୍ବର ସାହୁ କହିଛନ୍ତି, ରାସ୍ତା ନବୀକରଣ ସମୟରେ ପରିବେଶକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ। ରାସ୍ତା ପାର୍ଶ୍ୱରୁ ଗୋଟିଏ ଗଛ କଟାଗଲେ ୧୦ ଗୁଣା ଗଛ ଲଗାଇବାକୁ ପ୍ରାବଧାନ ଅଛି, ଯାହା ଜଗତପୁର-ଚାନ୍ଦବାଲି ରାଜ୍ୟ ରାଜପଥରେ ଲାଗୁ ହୋଇନାହିଁ। ଶହଶହ ବର୍ଷର ଫଳନ୍ତି ଗଛ କଟାଯାଇଛି। ଏହାର ଭରଣା ହୋଇନାହିଁ। ଅପରପକ୍ଷରେ ସୀମିତ ସ୍ଥାନର ରାସ୍ତା ନିକଟରେ ସରକାରୀ ଯୋଜନାରେ କେତେକ ଆକାଶୀ ଗଛ ଲଗାଯାଉଛି, ଯାହା ପରିବେଶର ସୁରକ୍ଷା ପାଇଁ ଯଥେଷ୍ଟ ନୁହେଁ। ଗମନାଗମନର ବିକାଶକୁ ସମସ୍ତେ ସ୍ବାଗତ କରୁଛନ୍ତି। ଆବଶ୍ୟକ ମୁତାବକ ଗଛ କଟାଯାଉଛି। ତେବେ ଏହାର ଭରଣା ହେଉ ନ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ଜୀବଜଗତ ହେଉଛନ୍ତି। ସେହିପରି ରାଜକନିକାସ୍ଥ ସମ୍ଭାବନା ଅନୁଷ୍ଠାନର ସ୍ବେଚ୍ଛାସେବୀ ଶ୍ରୀକାନ୍ତ ନାୟକ କହିଛନ୍ତି, ବ୍ଲକ ଅଞ୍ଚଳର ଏହି ରାସ୍ତାର ବନୀକରଣ ନାମରେ ଆସିଥିବା ୮୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି। ବ୍ଲକ ଅଞ୍ଚଳ ରାସ୍ତାର ଦୁଇପାର୍ଶ୍ୱରେ ୩୧୦୦ ନଡ଼ିଆ ଗଛ ଲଗାଇବାକୁ ଦୁଇଟି ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଥିଲା। ତେବେ ନିମ୍ନମାନର ଗଛ ଓ ରକ୍ଷଣାବେକ୍ଷଣ ପାଇଁ ସମୁଦାୟ ୩୧ଟି ଗଛ ମଧ୍ୟ ରାସ୍ତାରେ ନାହିଁ। ଏଥିପାଇଁ ସମ୍ଭାବନା ପକ୍ଷରୁ ଆନ୍ଦୋଳନ ସହିତ ଅନଶନ ହୋଇଥିଲା। ତତ୍କାଳୀନ ଜିଲାପାଳ ରେଘୁଜି ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅପରପକ୍ଷରେ ନିମ୍ନମାନର କାର୍ଯ୍ୟ ହୋଇଥିବା ବନ ବିଭାଗ ପକ୍ଷରୁ ତଦନ୍ତ ପରେ ଆରଡିସିଙ୍କୁ ରିପୋର୍ଟ ଯାଇଛି। ଏହାକୁ ନେଇ ସମ୍ଭାବନା ଅନୁଷ୍ଠାନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ରାଜ୍ୟ ରାଜପଥରେ ବନୀକରଣକୁ ନେଇ ହୋଇଥିବା ଅଭିଯୋଗର କିଛି ମାତ୍ରାରେ ତଦନ୍ତ ହୋଇଛି। ଏହି ତଦନ୍ତ ଶେଷ ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?