ମାମୁଘରେ ଭାଣିଜୀଙ୍କ ହତ୍ୟା ଉପରୁ ପରଦା ହଟାଇଲା ପୋଲିସ

ଭୁବନ,୨୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା କୁନିନ୍ଦା ଗ୍ରାମର ମାମୁ ସୁଦାମ ବାରିକଙ୍କ ଘରେ ରହୁଥିବା କଲେଜ ଛାତ୍ରୀ ଭାଣିଜୀ ପଦ୍ମିନୀ ନାୟକଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୋଳିସ। ଫେସ୍‌ବୁକ୍‌ ସମ୍ପର୍କରୁ ପ୍ରେମିକ ସାଜିଥିବା ମୁଆ ଗ୍ରାମର ପ୍ରମୋଦ ବାହାଲିଆ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପ୍ରକାଶ କରିଛି। ଗିରଫ ପରେ ଅଭିଯୁକ୍ତ ପ୍ରମୋଦଙ୍କୁ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

ପୋଲିସ ସୂଚନା ମୁତାବକ, ବାସୁଦେଇପୁର ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ପଦ୍ମିନୀ ପିଲାବେଳୁ କୁନିନ୍ଦା ଗ୍ରାମସ୍ଥିତ ମାମୁ ଘରେ ରହି ପାଠ ପଢୁଥିଲେ। ଯୁକ୍ତ ୩ରେ ପଢ଼ୁଥିବା ପଦ୍ମିନୀଙ୍କ ସହ ଫେସବୁକରେ ଅଭିଯୁକ୍ତ ପ୍ରମୋଦଙ୍କ ପରିଚୟ ହୋଇଥିଲା। ପରେ ଏହା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ତେବେ ଗତ ୧୫ ତାରିଖରେ ମାମୁ ସୁଦାମ କ୍ରିକେଟ୍‌ ମ୍ୟାଚ ଦେଖିବକୁ ଯାଇଥିଲେ। ମାଈଁ ମଧ୍ୟ ଘରେ ନ ଥିଲେ।

ଏହାର ସୁଯୋଗ ନେଇ ପଦ୍ମିନୀ ପ୍ରେମିକ ପ୍ରମୋଦଙ୍କୁ ଫୋନ କରି ଡକାଇଥିଲେ। ପ୍ରମୋଦ ଏକ ବାଇକ୍‌ (ନଂ. ଓଡି ୦୬ ଜେ ୬୯୯୨)ରେ କୁନିନ୍ଦା ଗ୍ରାମକୁ ଯାଇଥିଲେ। ହେଲେ ମକର ଯାତ୍ରା ଦେଖିବାକୁ ନେଇ ପଦ୍ମିନୀ ଓ ପ୍ରମୋଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗିଯାଇ ପ୍ରମୋଦ ଏକ ପ୍ଲାଷ୍ଟିକ ରଶିରେ ପଦ୍ମିନୀଙ୍କ ବେକକୁ ଚିପି ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ପଳାଇଯାଇ ଶାମଳ ଗ୍ରାମ ନିକଟରେ ଅନ୍ୟ ଜଣେ ଲୋକଙ୍କ ମୋବାଇଲରୁ ପଦ୍ମିନୀଙ୍କ ମାମୁଙ୍କୁ ଫୋନ କରି ପଦ୍ମିନୀ ଘରେ ପଡ଼ିଥିବା ଜଣାଇଥିଲେ।

ଖବରପାଇ ମାମୁ ସୁଦାମ ଘରେ ପହଞ୍ଚି ପଦ୍ମିନୀଙ୍କୁ ଭୁବନ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତା ଛାତ୍ରୀଙ୍କ ବାପା ବ୍ରହ୍ମାନନ୍ଦ ଏ ନେଇ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୧୮/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨ଟି ଟିମ ଗଠନ କରାଯାଇ ତଦନ୍ତ ପରେ ଅଭିଯୁକ୍ତ ପ୍ରମୋଦଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଭାତ କୁମାର ତ୍ରିପାଠୀ, ଥାନା ଅଧିକାରୀ ନରେଶ କୁମାର ସାହୁ ଓ ଅତିରିକ୍ତ ଥାନା ଅଧିକାରୀ ମନସିନୀ ମହାନ୍ତି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ଚୁଲି ନିକଟରେ ବସି ନିଆଁ ପୋଉଁଥିଲେ, ଭାଙ୍ଗି ପଡ଼ିଲା କାନ୍ଥ: ଚାଲିଗଲା ବୃଦ୍ଧଙ୍କ ଜୀବନ

ପାଟଣା ,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମର ଢିପା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ…

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ଠିକା କାମରୁ ୩୦ ପ୍ରତିଶତ ଦାଦାବଟି ଦେବା ପାଇଁ ପଡୋଶୀଙ୍କୁ ଧମକ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ଦାଦାବଟି ନଦେବାରୁ ପଡ଼ୋଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କେ. ନୂଆଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri