ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର

ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।
ନିୟମ ଅନୁଯାୟୀ, ରାସ୍ତାର ଚଉଡ଼ା ୫.୫ ମିଟର ପିଚୁ ସହ ଉଭୟ ପାର୍ଶ୍ୱରେ ମୋରମ ୧.୫ ମିଟର କରି ୮.୫ ମିଟର ଚଉଡ଼ା ହେବା କଥା। ଏହାର ଅବଧି ୨୦୨୩ ଜୁନରୁ ଆରମ୍ଭ ହୋଇ ୯ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ରାସ୍ତା ନିର୍ମାଣ ସମୟରେ ୬ଇଞ୍ଚର ବିଏମଡବ୍ଲ୍ୟୁ ପଡ଼ିବା ସହ ୬ ଇଞ୍ଚର ପିଚୁ ପଡ଼ିବା ନିୟମ ରହିଛି। ମାତ୍ର ଠିକା ସଂସ୍ଥା ଏହି ନିୟମ ଖିଲାପ କରି ନିମ୍ନମାନର କାମ କରିବା ଯୋଗୁ ସ୍ଥାନୀୟ ସୁଙ୍ଗୁଡା ସରପଞ୍ଚ ଅଞ୍ଜୁଲତା ସ୍ବାଇଁ ଓ ପଞ୍ଚାୟତବାସୀ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ତ ଦୂରର କଥା କାମ ତଦାରଖ ପାଇଁ କେହିବି ପରିଦର୍ଶନରେ ଆସିଲେନାହିଁ। କେତେକ ସ୍ଥାନରେ ଗାଡ୍‌ୱାଲ କରିବା ବ୍ୟବସ୍ଥା ରହିଥିଲାବେଳେ ଠିକାସଂସ୍ଥା ବାଲି, ସିମେଣ୍ଟ, ଚିପ୍ସ ଆକଳନ ଅନୁଯାୟୀ ବ୍ୟବହାର ନ କରି ଗାଡୱାଲ କରିବାରୁ ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିଥିଲେ। ଫଳରେ ଠିକାସଂସ୍ଥା କର୍ମଚାରୀ କାମ ବନ୍ଦ କରି ପଳାଇଥିଲେ। ଏହାର କିଛି ଦିନ ପରେ ଠିକା ସଂସ୍ଥା ଅସମ୍ପୂର୍ଣ୍ଣ ଗାଡୱାଲ କାମ ଶେଷ ନ କରି ଅଚାନକ ରାତି ଅଧିଆ ପିଚୁ କରୁଥିବା ଦେଖିବାକୁ ମିଳିଛି।
ଶୁକ୍ରବାର ସୁଙ୍ଗୁଡା ପଞ୍ଚାୟତବାସୀଙ୍କ ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ ନିମ୍ନମାନ କାମ ହେଉଥିବା ଦେଖିବାକୁ ପାଇଥିଲେ। ଆକଳନ ଅନୁଯାୟୀ, ରାସ୍ତା ଚଉଡ଼ା ଅନେକ ସ୍ଥାନରେ କମ କରାଯିବା ସହ ତରବରିଆ ଭାବେ କରାଯାଉଥିବା ପିଚୁ ପତଳା ପକାଯାଉଥିବାରୁ ସୁଙ୍ଗୁଡା ଗ୍ରାମ ନିକଟରେ ତାହା ଉଠିଯାଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ପଚାରିବାରୁ ସେ କାମ ଠିକ ହେଉଥିବା କହି ସଫେଇ ଦେଇଥିଲେ। ତେଣୁ ଏହା ବିରୋଧରେ ପଞ୍ଚାୟତବାସୀ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri