ଆର୍ଆଇଙ୍କୁ ମରଣାନ୍ତକ ଆକ୍ରମଣ
ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଖୁଣ୍ଟା(ଦେବରଞ୍ଜନ ବେହେରା)/ଗୋପବନ୍ଧୁ ନଗର(ଶାନ୍ତନୁ କୁମାର ମଢୁଆଳ), ୬ା୮ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶର ଖୁଣ୍ଟା ତହସିଲ ଅଧୀନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ବଡ଼ପଥରା ରାଜସ୍ବ ନିରୀକ୍ଷକ (ଆର୍ଆଇ)ଙ୍କୁ ପଥର ଚାଲାଣକାରୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ପଥରମାଡ଼ରେ ଆର୍ଆଇଙ୍କ ମୁଣ୍ଡ ଫାଟି…
ଓଏସ୍ଏସ୍ସି ପ୍ରଶ୍ନପତ୍ର ଲିକ୍ ମାମଲା: ଆଉ ୮ ଗିରଫ
ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ…
ହୀରାକୁଦର ୨୦ ଗେଟ୍ରେ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୫ା୮(ଶୁଭାଶିଷ ପାଢୀ)ହୀରାକୁଦ ଡ୍ୟାମ୍ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବାମପାର୍ଶ୍ୱର ୧୩ ଓ ଡାହାଣପାର୍ଶ୍ୱର ୭ ଗେଟ୍ ଖୋଲାଯାଇଛି। ଫଳରେ ଏବେ ମୋଟ ୨୦ ଗେଟ୍…
ଖବର ପ୍ରକାଶ ପରେ ଚେତିଲେ, ରାସ୍ତାରେ ବିଛାଗଲା ବଜୁରୀ
କଣ୍ଟିପାଳ,୫ା୮(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ‘କର୍ଦ୍ଦମାକ୍ତ ରାସ୍ତାରେ ପିଲାମାନେ ସ୍କୁଲ ଯିବା’ ଶୀର୍ଷକ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଏହି କର୍ଦ୍ଦମାକ୍ତ ରାସ୍ତାରେ ବଜୁରୀ ଗୁଣ୍ଡ…
ବିଦ୍ୟୁତ୍ କାମ କରୁଥିବା ବେଳେ ଲାଗିଲା କରେଣ୍ଟ, ଅସ୍ଥାୟୀ କର୍ମଚାରୀଙ୍କ ମୃତ୍ୟୁ
କୋରାପୁଟ,୫ା୮(ଅମିତାଭ ବେହେରା): ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ବ୍ଲକ ମାନବାର ପଞ୍ଚାୟତର କମାରଗୁଡ଼ାରେ। ଏହି ଗାଁର ପର୍ଶୁରାମ ପାଙ୍ଗି ବୟସ(୨୫) କୋରାପୁଟ ବିଦ୍ୟୁତ…
ନବବଧୂ ମୃତ୍ୟୁ ଘଟଣା: ଜେଲ୍ ଗଲେ ସ୍ବାମୀ, ଶାଶୁ-ଶ୍ୱଶୁର
ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ଜଣେ ନବବଧୂ l ଏନେଇ ଝିଅ ବାପଘର ପକ୍ଷରୁ ହୁମା…
ଟମାଟୋ କିଣାକୁ ନେଇ ଛୁରାମାଡ଼, ଦୁଇ ଗିରଫ
ଘସିପୁରା/ଆନନ୍ଦପୁର,୫ା୮(ନିରଞ୍ଜନ ସାହୁ/ସନ୍ତୋଷ ରାଉତ): ଘସିପୁରା ଥାନା ବାଲିପାଳ ହାଟ ପଡ଼ିଆରେ ଛୁରାମାଡ଼ ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୀତିନ ନାୟକ ଓରଫ ଫୁକୁନ ଓ ହାତୀ ଓରଫ ହରେକୃଷ୍ଣ ନାୟକ। ଶୁକ୍ରବାର…
ଦାବି ପୂରଣ ନ ହେଲେ ବିଦ୍ୟାଳୟରେ ପଡ଼ିବ ତାଲା, ଚେତାବନୀ ଦେଲେ ଶିକ୍ଷକ
ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ପକ୍ଷରୁ ଶନିବାର ବିକ୍ଷୋଭ ଓ ଶୋଭାଯାତ୍ରା କରି ବିଭିନ୍ନ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ପ୍ରଦାନ କରିଥିବା…
ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ରାଇରଙ୍ଗପୁର,୫ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଘୁଙ୍ଗୁ ପାହାଡ଼ି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଜନୈକ ଯୁବକଙ୍କ ବାସଗୃହ ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଯୁବକଙ୍କ ମୃତଦେହକୁ ଶନିବାର…
ବିଭିନ୍ନ ଦାବି ନେଇ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଶୋଭାଯାତ୍ରା
କୋରାପୁଟ,୫ା୮(ଅମିତାଭ ବେହେରା): ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରା କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ ପରିଷଦଠାରୁ ବାହାରିଥିଲା। ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ…
ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ: ଏସ୍ଡିପିଓ, ତହସିଲଦାରଙ୍କୁ ଗୋଡେଇ ପିଟିଲେ
ଫୁଲବାଣୀ/ଫିରିଙ୍ଗିଆ, ୫।୮(ରାକେଶ କୁମାର ରାଉତ/ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେଇଛନ୍ତି। ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକ ଅବରୋଧ କରିଛନ୍ତି। ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର…
ଦାବି ନ ମାନିଲେ ୧୬ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ
କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଏକ ବିରାଟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ସଂଘ ସଭାପତି…
Archives


