ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି l ପୂର୍ବତନ ବିଡ଼ିଓ କୈଳାଶ ବେହେରା, ପୂର୍ବତନ ଜିଆର୍‌ଏସ୍‌ ଭାଗ୍ୟଲକ୍ଷ୍ମୀ ସେନାପତି, ସୁଲଣ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଲିଭା ପଲେଇ ହାଜର ହୋଇ ନିଜ ମତ ରଖିଥିଲେ। ଅନ୍ୟପକ୍ଷେ ହାବଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନସୂୟା ବେହେରା ଲିଖିତ ଜବାବ ପ୍ରଦାନ ପାଇଁ ସମୟ ମାଗିଛନ୍ତି। ଆଇନଜୀବୀ ପର୍ଶୁରାମ ପଣ୍ଡା, ୮ଜଣ ଜିଆର୍‌ଏସ୍‌, ୨ଜଣ କନିଷ୍ଠ ଯନ୍ତ୍ରୀ, ୬ଜଣ ପିଇଓ,୧୪ଜଣ ପୂର୍ବତନ ସରପଞ୍ଚ, ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶୀଲ ସେଠ ଜବାବ ଦାଖଲ କରିଛନ୍ତି।

ଅପରପକ୍ଷେ କେତେଜଣ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧି ସେମାନଙ୍କ ଜବାବ ଦାଖଲ କରି ନ ଥିବାରୁ ସେମାନଙ୍କୁ ଜବାବ ଦାଖଲ ପାଇଁ ଲୋକାୟୁକ୍ତ ସୁଯୋଗ ମଧ୍ୟ ଦେଇଛନ୍ତି l ଶୁଣାଣି ପାଇଁ ୧୬।୫।୨୦୨୪କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି l

ସୂଚନାଯୋଗ୍ୟ, ଲୋକାୟୁକ୍ତଙ୍କ ନିକଟରେ ଦାୟର ମାମଲା ନଂ.ଏଲ୍‌ୱାଇ ୬୦୩/୨୦୨୦ ଏବଂ ୧୨୨୫/୨୦୨୦ ଅନୁସାରେ ଗତ ୨୦୧୫- ୨୦୧୬ ରୁ ୨୦୨୦-୨୦୨୧ ବର୍ଷ ପର୍ଯ୍ୟନ୍ତ ସରକାରୀ ଉନ୍ନୟନ କାର୍ଯ୍ୟର ଅଡିଟ ନିର୍ଦ୍ଦେଶ ହୋଇଥିଲା l ଅଡିଟରେ ଅନିୟମିତତା ହୋଇଥିବା ରିପୋର୍ଟ ଆଧାରରେ ଲୋକାୟୁକ୍ତ ଶତାଧିକ ସରକାରୀ କର୍ମଚାରୀ ଏବଂ ଲୋକ ପ୍ରତିନିଧିଙ୍କୁ ନୋଟିସ କରି ଜବାବ ମାଗିଥିଲେ।

ଅପରପକ୍ଷେ କିଛି ସରକାରୀ କର୍ମଚାରୀ କେନ୍ଦୁଝର ଜିଲାପାଳଙ୍କୁ ଲୋକାୟୁକ୍ତ ମଗାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ଆଦେଶକୁ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ। କେସ ନଂ.ଡବ୍ଲୁପି(ସି)୨୨୩୩୩/୨୦୨୩ ଏବଂ ୧୮୪୮୯/୨୦୨୩। କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ l ଯାହାକି ଏବେ ହାଇକୋର୍ଟରେ ବିଚରାଧୀନ ରହିଥିବା ଏବଂ ମଧ୍ୟବର୍ତ୍ତୀ କାଳୀନ ସ୍ଥଗିତାଦେଶ ବଳବତ୍ତର ରହିଥିବା ଆଇନଜୀବୀ ପଣ୍ଡା ଲୋକାୟୁକ୍ତ ନିକଟରେ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?