ବିଦ୍ୟୁତ୍ ଖୁଣ୍ଟରେ ପିଟିହୋଇ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ
ସାକ୍ଷୀଗୋପାଳ,୧୬।୧୨(କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀ ଥାନା ଦାଶବିଦ୍ୟାଧରପୁର ପଞ୍ଚାୟତ ଭଣ୍ଡାରିଦଣ୍ଡା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ଇନ୍ଦିପୁର ଗ୍ରାମର ଆଦିତ୍ୟ ପାଢ଼ୀ ଏବଂ…
ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍
ରାଇଘର,୧୬।୧୨(କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାର ଡିଏନ୍କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶ୍ୱଶୁର ବଳି ଜାନି ଏବଂ ଜ୍ୱାଇଁ…
ନୂଆବର୍ଷରୁ ଶ୍ରୀମନ୍ଦିରରେ ପ୍ଲାଷ୍ଟିକ୍, ପଲିଥିନ ମନା
ପୁରୀ, ୧୬ା୧୨(ଅଜିତ୍ ମହାନ୍ତି): ଶ୍ରୀମନ୍ଦିରକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଶୁକ୍ରବାର ଏକ ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ମୁଖ୍ୟ ପ୍ରଶାସକ ଦାସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି…
ଦାରିଙ୍ଗବାଡିରେ ବଢୁଛି ଶୀତ: ଘନ କୁହୁଡିରେ ଦିଶୁନି ବାଟ
ଦାରିଙ୍ଗବାଡି,୧୬।୧୨(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ଶୀତର ପ୍ରକୋପକୁ ଆହୁରି ଦ୍ବିଗୁଣିତ କରିଦେଉଛି। କୁହୁଡି ଯୋଗୁ ଶନିବାର ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ରାତିରେ ଯାତାୟତ…
ଆଜିଠୁ ପହିଲି ଭୋଗ ନୀତି
ପୁରୀ, ୧୬ା୧୨(ଅଜିତ୍ ମହାନ୍ତି): ଶନିବାର ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି…
ଜେନେରେଟର ଧୂଆଁ ନେଲା ୨ ଜୀବନ
ଢେଙ୍କାନାଳ,୧୬ା୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମାନପୁର ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ କାମ କରୁଥିବା ୨ଜଣ ଶ୍ରମିକଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଜେନେରେଟର ଧୂଅଁାରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ…
ପ୍ରକାଶ ପାଇଲା ମେଡିକାଲ ଅଫିସର ପରୀକ୍ଷା ଫଳ
କଟକ,୧୫ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ)- ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ରାଜ୍ୟରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ…
ଶନିବାରଠାରୁ ପହିଲି ଭୋଗ ନୀତି: ରାତି ୨ରେ ଖୋଲିବ ଶ୍ରୀମନ୍ଦିର
ପୁରୀ, ୧୫ା୧୨(ଅଜିତ୍ ମହାନ୍ତି): ଶନିବାର ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି…
ଭାଲୁ ଚଲାପଥ ନେଇ ସତର୍କ
କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜ ଅଧୀନ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭାଲୁ ଉପଦ୍ରବ ବୃଦ୍ଧି ପାଉଛି। ଗାଁ ଜନବସତି ଅଞ୍ଚଳକୁ ଅନେକ ସମୟରେ ଖାଦ୍ୟ ଅନ୍ବେଷଣରେ ଆସୁଥିବା ବେଳେ…
ଧାନ ଚୋରା ଚାଲାଣ ବେଳେ ମାଡିବସିଲା ଯୋଗାଣ ବିଭାଗ
କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା, କଲମପୁର, ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଧାନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଶୁକ୍ରବାର କଳାହାଣ୍ଡି ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡ…
ବାଲି ବୋଝେଇ ଟ୍ରାକ୍ଟର ଜବତ
ବୈଶିଙ୍ଗା,୧୫ା୧୨(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢାବଳଙ୍ଗ ନଦୀ ପଠାରୁ ଚୋରା ବାଲି ନେଇ ବୈଶିଙ୍ଗା ଅଭିମୁଖେ ଆସୁଥିବା ଏକ ଟ୍ରାକ୍ଟରକୁ ବାଲକା ଗ୍ରାମ ରାସ୍ତା ନିକଟରେ ପୋଲିସ ଜବତ କରିଛି। ଟ୍ରାକ୍ଟର ଚାଳକ ସ୍ଥାନୀୟ ଉଲଡିହ ଗ୍ରାମର…
ଚାକିରି ଦେବେ କହି ଠକିଦେଲେ ମହିଳା
ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଞ୍ଚଳର ୪ ଯୁବକ ଠକାମୀର ଶିକାର ହୋଇ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚାକିରି ଦେବା ନାଁରେ ବାରିପଦା ଅଞ୍ଚଳର ଜଣେ ମହିଳା ଲକ୍ଷାଧିକ ଟଙ୍କା ଠକି ନେଇଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି…

