ଆମ ଜିଲା ଖବର

ଭୋଟ୍‌ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ

ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି ସହ ପୂର୍ବରୁ ଦୀର୍ଘ ୧୧ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା…

ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍‌ ଦେଖାଇଲେ ଯବାନ

ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍‌ଏଫ୍‌ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ…

ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ

ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି ଅଠରନଳାରେ କୌଣସି ବଡ଼ ବିପଦ ନାହିଁ, କେବଳ ଏହାର ସୂଚକଗୁଡ଼ିକରେ…

ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି ତାଲିକାରେ ରାଇକିଆକୁ ସାମିଲ କରାଯାଇଛ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ରାଇକିଆ ସହରରେ…

ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର ଟଙ୍କା ଦିଆଯାଉଛି। ପଞ୍ଚାୟତ ଅଧୀନରେ ଥିବା ଗ୍ରାମର ସମସ୍ତ ହିତାଧିକାରୀ ଏକ ସଙ୍ଗରେ ଆସି…

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ

ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏନେଇ ସହରବାସିନ୍ଦା ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ…

ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍‌ ଲଗାଇବାକୁ ଆସିଥିବା ଗାଡ଼ିକୁ ଶନିବାର ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ…

ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲେ ବ୍ୟକ୍ତି, ଆଖିରେ ପଶିଗଲା ଲୁହାରଡ଼

ବୌଦ୍ଧ,୨୪।୨: ବୌଦ୍ଧ ଜିଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତ ରାସ୍ତା କଡ ମୁକୁଳା ଡ୍ରେନ୍‌ରେ ଖସିପଡ଼ି ଜଣେ ଅଜଣା ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ଡ୍ରେନ୍‌ରେ ପଡ଼ିଯିବା ଫଳରେ ବ୍ୟକ୍ତିଙ୍କ ଆଖିରେ ଲୁହା ରଡ ପଶି ଯାଇଥିବା ବେଳେ ତାଙ୍କୁ…

କୁଟଲାରୀରେ ସପ୍ତାହେ ହେଲା ମିଳୁ ନ ଥିଲା ପାଣି, ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ପ୍ରଶାସନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟୁଲାରୀଗାଁରେ ଗତ ଏକ ସପ୍ତାହ ହେଲା ପିଇବା ପାଣିର ସମସ୍ୟା ଦେଖାଦେଇଛି। ପାହାଡ଼ରୁ ଆସୁଥିବା ଝର ପାଣି ଶୁଖିଯାଇଥିବାରୁ ଆଉ ଗାଁ ଲୋକଙ୍କୁ ପାଣି ମିଳୁନି।…

ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୪।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୂଚୋନାଯୋଗ୍ୟ, ସକାଳେ ଡିଆରଜି ଯବାନମାନେ ସୁକୁମା ଜିଲା ବୁର୍କଲଙ୍କା ଅଞ୍ଚଳରେ ଶର୍ଚ୍ଚିଂ ଅପରେଶନ…

ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ

ପୁରୁଷୋତ୍ତମପୁର,୨୪।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା-ହୁମ୍ମା ରାସ୍ତାର ପ୍ରତାପୁର ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱ ଏକ ବିଲ ମଝିକୁ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନ…

ଛେନାପୋଡ଼ ଦେଇଛି ସ୍ବତନ୍ତ୍ର ପରିଚୟ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକାର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୌମ୍ୟରଞ୍ଜନ ପୂଜାରୀ ଚାକିରି ପଛରେ ନ ଗୋଡାଇ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି। କିଛି ନୂଆ କରିବାର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?