ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଇସ୍ତଫା ଦେଇଛନ୍ତି। ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲା ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ସଭାପତି ଥିଲେ।

ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଚିତ୍ତରଞ୍ଜନ ୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ଚିତ୍ତରଞ୍ଜନ ନର୍ଲା ବିଧାନସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ। ତାଙ୍କ ଟିକେଟ କଟିବା ସହିତ ଦଳ ପକ୍ଷରୁ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ୨୦୧୯ ସେପ୍ଟେମ୍ବରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ଏହାପରେ ବାରମ୍ବାର ଚେଷ୍ଟା ସତ୍ତ୍ବେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନାହାନ୍ତି। ଚିତ୍ତରଞ୍ଜନ ପୁଣି କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ବଢ଼ିଲା ଆଇନଜୀବୀଙ୍କ…

ଭୁବନେଶ୍ୱର,୨୨।୬(ସୁନିତ ମିଶ୍ର): ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା…

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

ଟିମ ଇଣ୍ଡିଆକୁ ଘାରିଲାଣି 2026 ଟି-20 ବିଶ୍ୱକପରୁ ବାହାରି ଯିବାର ଭୟ; ଗୋଟିଏ ପରାଜୟ ବଢାଇଲା ଟେନସନ

ନୂଆଦିଲ୍ଲୀ,୨୨।୬: ଜୁନ ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାଜୟ ବରଣ କରିଥିଲା। ଏହି ଫଳାଫଳ ଗ୍ରୁପ ୧ ପଏଣ୍ଟ ଟେବୁଲର ଗତିଶୀଳତାକୁ ସମ୍ପୂର୍ଣ୍ଣ…

ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ବ୍ୟସ୍ତ ବିଧାୟକ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ , ଛାତ୍ରୀଛାତ୍ରଙ୍କ ଧାରଣା

ମୋରଡା,୨୨/୬(ସ୍ମାରକ ମାଜୀ): ଜୁନ କୋଡିଏ ତାରିଖରେ ମୟୂରଭଞ୍ଜ ଜିଲାରେ ଭାଜପା ସରକାର ୨ ବର୍ଷ ପୂର୍ତ୍ତି ପାଳନ କରି ସଫଳତାର ଗାଥା ଗାଉଥିବା ବେଳେ ମୋରଡା ନିର୍ବାଚନମଣ୍ଡଳୀ…

ସିମେଣ୍ଟ କାରଖାନା ବନ୍ଦ: ତେଜିଲା ଅସନ୍ତୋଷ, ଲୋକେ ଆନ୍ଦୋଳନମୁହାଁ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ମାସ ୧୯ତାରିଖର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ। କାରଖାନା…

ପ୍ରକୃତି ପାଠଶାଳାରେ ଗଛ ଚିହ୍ନିଲେ ପିଲା, ପରିବେଶ ସୁରକ୍ଷା ସହ…

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ପଞ୍ଚାୟତ ଦୁର୍ଗମ ଗଣ୍ଡିଗୁଡ଼ା ଗ୍ରାମରେ ଶିଶୁମାନଙ୍କର ଏକ ଦିବସୀୟ ପ୍ରକୃତି ପାଠଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri