Odisha Elections 2024

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବରୁ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ରବିବାର ତାଙ୍କୁ ପରିରର୍ତ୍ତନ କରି ଦଳ ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି। ଏହା ପରେ ଏଠିକାର କଂଗ୍ରେସ ରାଜନୀତି ପୂର୍ବେ ଅପେକ୍ଷା ବର୍ତ୍ତମାନ ଅଧିକ ଚଳଚଞ୍ଚଳ ହୋଇଉଠିଛି। ଏହି ଆସନରେ ଗତ ନିର୍ବାଚନଗୁଡିକ ଭଳି ଚଳିତ ଥର ମଧ୍ୟ ତ୍ରିମୁଖୀ ପ୍ରତିଦନ୍ଦିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ବିଜେଡି ପକ୍ଷରୁ ବର୍ତ୍ତମାନ ବିଧାୟକ ଚକ୍ରମଣି କହଁର ଦ୍ୱିତୀୟ ଥର ପାଇଁ ଦଳୀୟ ଟିକେଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ଦଳରୁ ଉପେନ୍ଦ୍ର ପ୍ରଧାନ ଓ ଭାଜପାରୁ କଳ୍ପନା କହଁର ଟିକେଟ୍‌ ପାଇବା ପରେ ବିଭିନ୍ନ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ସିମନ ମଳିକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୧୪ରେ ରାଜୀବ ପାତ୍ର ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ରେ ଚକ୍ରମଣି ବିଜେଡି ଟିକେଟ୍‌ ପାଇ ବିଜୟୀ ହୋଇଥିଲେ । ଉଲ୍ଲେଖନୀୟ ଘଟଣା କ୍ରମରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ଟି ନିର୍ବାଚନରେ ବାଲିଗୁଡ଼ାରେ କଂଗ୍ରେସ ପ୍ରାର୍ଥୀ ଦ୍ୱିିତୀୟ ସ୍ଥାନରେ ରହିଆସୁଛନ୍ତି । ଇତି ମଧ୍ୟରେ ପୁଣିଥରେ ଏଠାରୁ ବିଧାୟକ ଚକ୍ରମଣିଙ୍କୁ ଟିକେଟ୍‌ ମିଳିଥିବାରୁ ବିଜେଡି ତାହାର ସମସ୍ତ ଆଶାୟୀ, କର୍ମକର୍ତ୍ତା, ପଞ୍ଚାୟତ ସ୍ତରୀୟ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦଳ ପୁଣିଥରେ ଏଠାରେ ନିଜର ପ୍ରଭାବ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବାବେଳେ ଭାଜପା ଓ କଂଗ୍ରେସ ଏହାର ମୁକାବିଲା ନିମନ୍ତେ ସେମାନଙ୍କର ସବୁଠାରୁ ଅଲଗା ନୂତନ ରଣକୌଶଳ ଆରମ୍ଭ କରି ଦେଇଛନ୍ତି। ଯେଉଁଥିପାଇଁ କଂଗ୍ରେସ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ଭାଜପା ଚଳିତ ଥର ମହିଳା କାର୍ଡ ଖେଳି ଜଣେ ଉଚ୍ଚ ଶିକ୍ଷିତା ସ୍ଥାନୀୟ ଆଦିବାସୀ ମହିଳା କଳ୍ପନା କହଁରଙ୍କୁ ପ୍ରାର୍ଥୀ କରିଛି । କଳ୍ପନା ଟିକେଟ୍‌ ପାଇବା ପରେ ଭାଜପା କର୍ମୀ ଘରକୁ ଘର ଯାଇ ଦଳ ତଥା ସଂଗଠନକୁ ମଜବୁତ୍‌ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କୁଇ ସମାଜ ତରଫରୁ ବାଲିଗୁଡା ଆସନର ଭାଜପା ପ୍ରାର୍ଥୀ ଅଣ ଆଦିବାସୀ ବୋଲି କୁହାଯିବା ସହ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଏହିସବୁ କାରଣରୁ ବାଲିଗୁଡ଼ା ବିଧାନସଭା ଆସନକୁ ନେଇ ନିର୍ବାଚନୀ ରାଜନୀତି ସରଗରମ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଡିଆ ରେଞ୍ଜରୁ ଆସିଲା ଦୁଃଖଦ ଘଟଣା: ଟ୍ରେଞ୍ଜ ଗାତରେ ପଡ଼ି ଗର୍ଭବତୀ ହାତୀର ମୃତ୍ୟୁ

ବାଲେଶ୍ୱର,୨୮।୫: ବାଲେଶ୍ୱର ଜିଲା କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ମଙ୍ଗଳବାର ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି। ଖୋଲାଯାଇଥିବା ଏକ ଟ୍ରେଞ୍ଜ ଗାତରେ ପଡିରେ ଏକ...

ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ

ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ...

ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ...

ଜୁନ ୪ ନବୀନ ସରକାରଙ୍କ ଏକ୍ସପାଏରୀ ଡେଟ୍‌: ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୪: ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି।...

ଡ୍ରାଇଭିଂବେଳେ ଫୋନ୍‌ ବ୍ୟବହାର, ଯାଇଛି ୧୬୩ ଜୀବନ

ଭୁବନେଶ୍ୱର,୨୮।୫(ସୂର୍ଯ୍ୟକାନ୍ତ ବେହେରା):ଗାଡ଼ି ଚଳାଇବାବେଳେ ଡ୍ରାଇଭରମାନେ ମୋବାଇଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏହାକୁ ଅଧିକାଂଶ ମାନୁ ନ ଥିବାରୁ ଦୁର୍ଘଟଣା ବଢ଼ୁଛି। ଗାଡି...

ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ଭାଜପା ସୁରକ୍ଷା ଦେବା ଲଜ୍ଜାଜନକ

ଭୁବନେଶ୍ୱର,୨୮ା୫(ଅନିଲ ଦାସ):ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଭାଜପା ଗଣମାଧ୍ୟମ ସାମ୍ନାକୁ ଆସି କରୁଥିବା ଉଦ୍ୟମ ଲାଗି ଲଜ୍ଜିତ ହେବା ଉଚିତ...

ପରାଜୟ ଜାଣି ବିଜେଡି ଅଧିକ ଟଙ୍କା ବାଣ୍ଟୁଛି: ଭାଜପାର ଗୁରୁତର ଅଭିଯୋଗ

ଭୁବନେଶ୍ୱର, ୨୮।୫(ବ୍ୟୁରୋ):ଚଳିତ ନିର୍ବାଚନର ୩ୟ ପର୍ଯ୍ୟାୟ ଶେଷ ପରେ ବିଭିନ୍ନ ସଂସ୍ଥାର ଆକଳନ ଭାଜପା ସପକ୍ଷରେ ଯାଉଥିବା ଜାଣିପାରି ଶାସକ ବିଜେଡି ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ...

କମ ନମ୍ବର ରଖିବାରୁ ମୂଷା ଔଷଧ ପିଇଦେଲେ ଛାତ୍ରୀ

ହାଟଡିହୀ,୨୮l୫(ଶୁଭକାନ୍ତ ନାୟକ): ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିବାରୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ଛାତ୍ରୀ ସୋମବାର ବିଷ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri