ଆମ ଜିଲା ଖବର

ଜଳସେଚନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଲୋଇସିଂହା,୨୮ା୨(ସୁଶାନ୍ତ ବାରିକ): ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ବିଭିନ୍ନ ଦାବି ନେଇ ବଲାଙ୍ଗୀର ଲୋଇସିଂହା ଥାନା ରୁଗୁଡ଼ିଖାଲଠାରେ ଚାଷୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। କୃଷକ ସଙ୍ଘର୍ଷ ସମିତି ସଭାପତି ରତ୍ନାକର ମିଶ୍ରଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ୫ଟି ପଞ୍ଚାୟତ ନଅଗାଁ…

ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୮।୨ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ ସ୍ମାରକୀ ଭାବେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ୨୦୨୧ ଏପ୍ରିଲ ୨୭ ତାରିଖରେ ପଣ୍ଡିଚେରୀରେ ପଦ୍ମଭୂଷଣ କଥାକାର…

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍‌ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହା ସହ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍‌ରେ…

ଋଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୫୨ କୋଟି

ଛତ୍ରପୁର,୨୮।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣର ଶୁଭାରମ୍ଭ ହୋଇଛି। ବୁଧବାର ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୨୦୨୩ରେ ଏଥିପାଇଁ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା

ପାଟଣା,୨୮।୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ାରେ ମୋ ବସ୍‌ ଯୋଜନାରେ ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତେବେ ବୁଧବାର ବସଷ୍ଟାଣ୍ଡ ପରିସରରେ ଥିବା ଏକ ପୁରାତନ ବର ଗଛର ଡାଳ ଭାଙ୍ଗି ପଡିଥିଲା। ଏଥିରେ ଗଛତଳେ…

ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିବା ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହାର ନକଲ ସେ ଜିଲା…

କାମ ହେଉନି, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଡେରାବିଶ, ୨୮।୨ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର (ଘଣ୍ଟପଦା) ଦେଇ ବହିଯାଇଥିବା ବିରୂପା ନଦୀପଠାରେ ଶାଗୁଣାଘାଇଠାରେ ୨୦୨୩ ଡିସେମ୍ବର ୨ ସନ୍ଧ୍ୟାରେ ୧୦୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ନଦୀପଠା ୧୫…

ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖଇରା ରାଜନୀତି ସରଗରମ

ଖଇରା,୨୮।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଏନଏସି ଘୋଷଣାରୁ ବାଦ୍‌ ପଡିବା ପରେ ଏବେ ରାଜନୀତି ସରଗରମ ହୋଇପଡିଛି। ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ ଖଇରା ପାଣିପାଗ ଅଶାନ୍ତ ହୋଇପଡିଛି। ଗୋଟିଏପକ୍ଷେ ବିରୋଧୀ ଭାଜପା ଓ ଖଇରା ସ୍ବାଭିମାନ…

ଧୂଳିସାତ୍‌ ନୁହେଁ, ନବୀକରଣ ହେବ ବାରବାଟୀ

କଟକ, ୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମକୁ ଧୂଳିସାତ୍‌ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା…

ଢେଙ୍କାନାଳରେ କଲରାପତରିଆଙ୍କ ସଂଖ୍ୟା ବଢୁଛି

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ଜିଲାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷ ହୋଇଥିବା ବାଘ ଗଣନାରୁ ଜଣାପଡିଛି। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ଏବଂ…

ଆସନ ରେଢ଼ାଖୋଲ, ବସୁଛନ୍ତି ବାହାର ନେତା

ସମ୍ବଲପୁର,୨୮।୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ, ନାକଟିଦେଉଳ, ଯୁଯୋମୁରା ଓ ମାନେଶ୍ୱର ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ପରଠାରୁ ନିରବଚ୍ଛିନ୍ନ ଭାବେ ବିଜେଡି ଏହାକୁ ଅକ୍ତିଆର କରିଆସିଛି। ଆସନର ରେଢ଼ାଖୋଲର ହୋଇଥିବା ବେଳେ…

ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା

ବଲାଙ୍ଗୀର,୨୮।୨(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେଉଥିବାରୁ ଟିଟିଲାଗଡ଼କୁ ଲୋକେ ତତଲାଗଡ଼ କହିଥାଆନ୍ତି। ସେଭଳି ଖରା ଆସି ନ ଥିଲେ ମଧ୍ୟ ଏବେ ନିର୍ବାଚନୀ ତାତି ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଲାଣି। ୨୦୧୪ ମସିହାରେ ବିଜେଡି ଯୁବନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?