Odisha Elections 2024

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି। ଏହା ପରେ ଅଖିଳଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ତେବେ ଅନ୍ୟ ଏକ ଗୋଷ୍ଠୀ ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। ଯଦିଓ ସବୁ ଦଳରେ କନ୍ଦଳ ଲାଗିରହିଛି ହେଲେ ଭାଜପାର ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ପରିଲକ୍ଷିତ ହେଉଛି। ଏହାର ସମାଧାନ ନ ହେଲେ ଏହା ଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।
ସୂଚନା ମୁତାବକ, ଅତୀତରେ ପାଟଣା ନିର୍ବାଚନ ମଣ୍ଡଳୀକୁ ଭାଜପାର ଗଡ଼ କୁହାଯାଉଥିଲା। ମାତ୍ର ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଓ ଗୋଷ୍ଠୀ କନ୍ଦଳ ଭାଜପାର ବିଜୟ ପଥରେ ଅନ୍ତରାୟ ସୃଷ୍ଟି କରୁଛି। ଏଠାରେ ୨୦୧୯ ନିର୍ବାଚନ ସମୟରେ ଭାଜପା ୨ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଯାହା ସେଥର ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଚଳିତ ନିର୍ବାଚନରେ ପୁଣି ଅଖିଳଙ୍କ ବିରୋଧୀ ଗୋଷ୍ଠୀ ପ୍ରତିବାଦ ଆରମ୍ଭ କରିସାରିଲେଣି। ତାଙ୍କ ପ୍ରାର୍ଥିତ୍ୱ ପରିବର୍ତ୍ତନ ଦାବିରେ ଜିଲା କାର୍ଯ୍ୟାଳୟରେ ହୋ ହଲ୍ଲା କରିଛନ୍ତି। ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ କନ୍ଦଳକୁ ପ୍ରଶମିତ ନ କଲେ ୨୦୧୯ ପରି ଦଶା ଭୋଗିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେଡି ପକ୍ଷରୁ ବିଧାୟକ ଜଗନ୍ନାଥ ନାଏକଙ୍କୁ ଦଳ ପୁଣି ଭରସା କରିଛି। ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ଥିଲେ ବି ଦଳର ସୁପ୍ରିମୋଙ୍କ ଭୟରେ ତାହା ପଦାକୁ ଆସୁ ନ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ପକ୍ଷରୁ ଦଳର ହାଇକମାଣ୍ଡ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥିତ୍ୱରେ ମୋହର ମାରିଛନ୍ତି। ହୃଷୀକେଶଙ୍କୁ କଂଗ୍ରେସର ଏକ ଗୋଷ୍ଠୀ ଟିକେଟ ପାଇବା ପୂର୍ବରୁ ବିରୋଧ କରି ଆସୁଥିଲେ ହେଁ ଏବେ ଉକ୍ତ ଗୋଷ୍ଠୀ ସୁପ୍ତ ଆଗ୍ନେୟଗିରି ଭଳି ରହିଛି। କେଉଁ ସମୟରେ ବିସ୍ଫୋରକ ରୂପ ନେବ ତାହା କହିହେବ ନାହିଁ। ୩ ପ୍ରମୁଖ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଊଣା ଅଧିକେ ରହିଥିଲେ ହେଁ ମ୍ୟାନେଜମେଣ୍ଟ ଉପରେ ସବୁ କିଛି ନିର୍ଭର କରୁଛି। ଏଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ଇଂ. ଦୀପକ ନାୟକଙ୍କ ନାମ ଘୋଷଣା କରାଯାଇଛି। ତେବେ ବିଜେଡି ସହ ପ୍ରମୁଖ ବିରୋଧୀ ଦଳ ଭାଜପା ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଛି। ଅପରପକ୍ଷେ ୫ ଥର ବିଧାୟକ ହୋଇଥିବା ଅନୁଭବୀ ନେତା ହୃଷୀକେଶଙ୍କୁ କଂଗ୍ରେସ ଟିକେଟ ଦେଇ ବାଜିମାତ ଲକ୍ଷ୍ୟ ମଧ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି, ଭାଜପା କର୍ମୀଙ୍କ ଉପରେ ଆକ୍ରମଣ ଅଭିଯୋଗ

ସମ୍ବଲପୁର,୨୫ା୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ଶନିବାର...

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି...

ଇଭିଏମ୍‌ ଭାଙ୍ଗି ଫେରାର ହୋଇଯାଉଥିଲେ ପ୍ରଶାନ୍ତ ଜଗଦ୍ଦେବ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକର ଏକ ବୁ୍‌ଥ୍‌ରେ ପଶି ଇଭିଏମ୍‌...

ଇଭିଏମ୍‌ ଭାଙ୍ଗି ପ୍ରଶାନ୍ତ ଜଗଦ୍ଦେବ ଫେରାର

ଖୋର୍ଦ୍ଧା,୨୫ା୫(ପ୍ରଭାତ କୁମାର ପାଣିଗ୍ରାହୀ): ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବୋଲଗଡ ବ୍ଲକର ଏକ ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା...

ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ

ନୟାଗଡ଼,୨୫ା୫: ନୟାଗଡ଼ରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ତେବେ ପ୍ରବଳ ଜନଗହଳି ଯୋଗୁ ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିଛନ୍ତି। ୧୫୮ ନମ୍ବର...

ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼

ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ...

ଭୋଟର ତାଲିକାରେ ନାଁ ନାହିଁ, ବୁଥ୍‌ରେ ଶୋଇ ପ୍ରତିବାଦ କଲେ ରାମଚନ୍ଦ୍ର

ପୁରୀ, ୨୫।୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଭୋଟ ଗ୍ରହଣ କରାଯାଉଛି। ହେଲେ କିଛି ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଏବଂ ଭୋଟର ତାଲିକାରେ ନାଁ...

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri