କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି। ମଝିପାଳ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ (୮୬) ଓ ବିବାହିତା ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ( ୫୪) ସାଙ୍ଗ ହୋଇ ଘରେ ରହୁଥିଲେ। ୨୦୦୭ରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶାଶୁଘର ଲୋକେ ତାଙ୍କୁ ବାପ ଘରେ ମାଆ ପାଖରେ ଛାଡ଼ି ଦେଇଥିଲେ। ଦୁଇଜଣ ସାଙ୍ଗ ହୋଇ ଗ୍ରାମରେ ରହୁଥିଲେ। ଶୁକ୍ରବାର ରାତିରେ ଆଶାଲତା କୌଣସି କାରଣ ବଶତଃ ତାଙ୍କ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରି ଘରେ ପକାଇ ଦେଇ କବାଟ ବନ୍ଦ କରି ରଖିଥିଲେ। ଦୁର୍ଗାବତୀଙ୍କର ଏକମାତ୍ର ପୁଅ ଆଲୋକ ନିଜ ପରିବାରକୁ ନେଇ ତାଳଚେରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ପୁଅ ଆଲୋକ ମା’ଙ୍କୁ ନିଜ ପାଖକୁ ନେଇ ଯିବାକୁ ଚାହୁଁଥିଲେ ମଧ୍ୟ ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡ଼ି ମା’ ଯାଉ ନ ଥିଲେ । ମା’ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ୍‌ ଯୋଗେ ଯୋଗାଯୋଗ ରଖି ତାଙ୍କର ଭଲମନ୍ଦ ବୁଝୁଥିଲେ। ତେବେ ଶନିବାର ସକାଳେ ମା’ଙ୍କ ଫୋନ୍‌କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ। ଗ୍ରାମବାସୀଙ୍କଠାରୁ ଏହି ଖବର ଜାଣିଥିଲେ। ସଙ୍ଗେସଙ୍ଗେ ସମସ୍ତ ଭଉଣୀ ଓ ସମ୍ପର୍କୀୟଙ୍କୁ ଜଣାଇ ଗ୍ରାମକୁ ଆସିଥିଲେ। ଆସି ମା’ଙ୍କର ମୃତ୍ୟୁ ଦୃଶ୍ୟ ଦେଖି ଭାଙ୍ଗି ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଦୁର୍ଗାବତୀଙ୍କ ୪ ଝିଅ ଓ ପୁଅ ପୋଲିସକୁ ତଦନ୍ତ କରିବାରେ ସହଯୋଗ କରିଥିଲେ। ପୋଲିସ ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌କୁ ଖବର ଦେଇଥିଲେ। ଖବର ପାଇ ଢେଙ୍କାନାଳ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନ ଡାକ୍ତରଖାନାକୁ ପଠାଇଥିଲେ। କାଠ ଫାଳିଆରେ ପିଟିପିଟି ମା’କୁ ହତ୍ୟା କରିଥିବା ହତ୍ୟାକାରୀ ଝିଅକୁ ପୋଲିସ ଭୁବନ ଥାନାକୁ ଆଣି ପଚରାଉଚରା କରିବା ସହିତ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ପାଳପୁର,୯।୫(ନବୀନ ରାଜ ଆଚାରୀ): ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ବିଜେଡି ନିର୍ବାଚନୀ ଇସ୍ତାହାର : ଯୁବତୀଯୁବକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, ମାଗଣା ବିଜୁଳି ସହ BSKY କାର୍ଡକୁ ନେଇ ହେଲା ବଡ଼ ଘୋଷଣା

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri