ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ ତଥା ବିଶେଷକରି ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରତିଦିନ ବୈଠକ, ମିଶ୍ରଣ ପର୍ବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ସଂଗଠନ ସୁଦୃଢ଼ କରିବାରେ ଲାଗିଛନ୍ତି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକ ଅଧୀନ କାଣିମହୁଲି ପଞ୍ଚାୟତର କପିଳେଶ୍ୱର ମହାଦେବ ପଡ଼ିଆରେ ଏକ ବୁଥ୍‌ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାପାତ୍ର ଯୋଗଦେଇ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ୫୩ ନମ୍ବର ଜୋନ୍‌ର ଜେଏମ୍‌ଏମ୍‌ର ଜିଲା ପରିଷଦ ପ୍ରାର୍ଥୀ ସଲମା କିସ୍କୁ ତାଙ୍କର କର୍ମୀମାନଙ୍କୁ ନେଇ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ କଂଗ୍ରେସ ନେତା ଶୋଭାକର ମୁଖୀ,ପଞ୍ଚାୟତ ସଭାପତି ଖଗେଶ୍ୱର ନାଏକ,ଶୈଳେନ୍ଦ୍ର ମହାନ୍ତ,ମଞ୍ଜୁତା ବେହେରା, ଦ୍ୱାରିକାନାଥ ଧୀର, ଧ୍ରୁବେନ୍ଦ୍ରନାଥ ସି, ରଞ୍ଜିତା ଧଳ, ଶୈଳେନ୍ଦ୍ର ମହାନ୍ତ, ନବୀନ ବିନ୍ଧାଣୀ, ସନ୍ତୋଷ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ମୋରଡ଼ା ବ୍ଲକ ଅଧୀନ କଲରାଫୁଲିଆଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ମୋରଡ଼ା ପଞ୍ଚାୟତର ୪ ଜଣ ନିର୍ଦ୍ଦଳୀୟ ଓ୍ବାର୍ଡ ସଭ୍ୟା ସଭ୍ୟ କଂଗ୍ରେସରେ ଯୋଗଦେଇଛନ୍ତି। ଓ୍ବାର୍ଡସଭ୍ୟା ଭାରତୀ ପାତ୍ର, ସଭ୍ୟ ରଥ ସୋରେନ, ଧୀରେନ ମଢେଇ, ମିଲନ ସିଂଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରାର୍ଥୀ କର୍ମା ସିଂ, କୁନା ସେଠୀ, ଗୌରମୋହନ ପାତ୍ର ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାପରେ ପାକଟିଆ ପଞ୍ଚାୟତରେ ମଧ୍ୟ ବିଦ୍ୟାଧର ଦେଓଙ୍କ ନେତୃତ୍ୱରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri