ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ
ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, କଂଗ୍ରେସର ବରିଷ୍ଠ ନେତା ଆପଲସ୍ୱାମୀ କାଡ୍ରାକା ଓ ଭାଜପାର…
ନିର୍ବାଚନ ପ୍ରଚାର କଲେ ମା’-ପୁଅ
ଭୁବନେଶ୍ୱର,୩୧।୩: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନୀ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି। ଟିକେଟ ପାଇଥିବା ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଲେଣି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଚିକିଟି ନିର୍ବାଚନ ମଣ୍ଡଳି ବିଜେଡି ପ୍ରାର୍ଥୀ…
ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍ଜେଟ୍
ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍ଜେଟ୍ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନବନ୍ଦରରରୁ ସ୍ପାଇସ୍ ଜେଟ୍ତା ’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ…
ଓଲଟିଲା ଗ୍ୟାସ୍ ଟ୍ୟାଙ୍କର, ଲୋକେ ଆତଙ୍କିତ
ଖଲ୍ଲିକୋଟ,୩୧ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଲଟି ପଡ଼ିଛି ଏକ ଗ୍ୟାସ ଟ୍ୟାଙ୍କର। ବ୍ରହ୍ମପୁରଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଭାରତ ଗ୍ୟାସ୍ ଟ୍ୟାଙ୍କର ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ…
ଦୁର୍ନୀତି ଲୁଚାଇବାକୁ ମାର୍ଚ୍ଚରେ ବନୀକରଣ
ଲୋଇସିଂହା,୩୧ା୩(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ସାଲେଭଟା ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲ ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣରେ ଦୁର୍ନୀତି ହୋଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଶନିିବାର ଏହିଭଳି ଅଭିଯୋଗ କରିଛି ବଙ୍ଗାବାହାଲ ବନ ସୁରକ୍ଷା ସମିତି। ଦୁର୍ନୀତିକୁ…
ଲହୁଣୀପଡ଼ା ଅଞ୍ଚଳରେ ବୁଲୁଛି ବାଘ
ଲହୁଣୀପଡା,୩୧।୩(ଦାଶରଥି ପଣ୍ଡା)ସୁନ୍ଦରଗଡ଼ ଜିଲା ଲହୁଣୀପଡା ଅଞ୍ଚଳର ବିଭିନ୍ନ ଗ୍ରାମରେ ବାଘ ବୁଲୁଥିବା ଚର୍ଚ୍ଚା ଜୋର ଧରିଛି। ବାଘ ବୁଲୁଥିବା ନେଇ ଆଲୋଚନା ଶୁଣିବାକୁ ମିଳୁଛି। ଯେଉଁ ଯେଉଁ ଅଞ୍ଚଳରେ ବାଘ ବୁଲୁଛି ବୋଲି ଚର୍ଚ୍ଚା ଜୋର ଧରିଛି ସେ ଅଞ୍ଚଳର ଲୋକମାନେ…
କୌଣସି ଶକ୍ତି ଭାଜପାର ବିଜୟକୁ ରୋକିପାରିବ ନାହିଁ: ଜୟନାରାୟଣ
ସମ୍ବଲପୁର,୩୧ା୩(ବି.ଶଙ୍କର)୨୦୧୯ ସାଧାରଣ ନିର୍ବାଚନ ପରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସାଧାରଣ ନିର୍ବାଚନ ଆଉ ପ୍ରାୟ ଦୁଇମାସ ବାକି ଥିବାବେଳେ ପୁଣି ସେ ଦୃଷ୍ଟିଗୋଚର ହୋଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସେ ୨୦୨୪ ନିର୍ବାଚନରେ…
ଅଲଗା ହେବାକୁ ନାରାଜ
ସୁନାବେଡ଼ା,୩୧ା୩(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)ଝିଅମାନଙ୍କୁ ସ୍ବତନ୍ତ୍ର ଭାବରେ ଶିକ୍ଷିତ କରିବାକୁ ୧୯୯୫ରେ ସୁନାବେଡ଼ାଠାରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଝିଅମାନଙ୍କ ନାମ ଲେଖାଇ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ୨୦୦୦ରେ ଏଠାରେ…
ଫୁଲଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି ଚାଷୀ
ମାଲକାନଗିରି, ୩୧ା୩ (ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲାରେ ଫୁଲଚାଷ ପାଇଁ ଭିତ୍ତିଭୂମି, ଉପଯୁକ୍ତ ଜଳବାୟୁ, ଉର୍ବର ମୃତ୍ତିକା ଥିବା ସତ୍ତ୍ୱେ ଏଠାରେ ଫୁଲ ଚାଷ ପାଇଁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଜିଲାବାସୀ ବିଭିିନ୍ନ ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ ଓ ସଭା ସମିତି…
ଚାଷଜମି ଦେଇ ବାଲିଚାଲାଣ
ଜଳେଶ୍ୱର, ୩୧ା୩(ରବିନାରାୟଣ ପାତ୍ର)ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ବାଲି ସଇରାତଗୁଡିକୁ ଖଣିବିଭାଗ ଅଦ୍ୟାବଧି ନିଲାମ ଦେଇ ନ ଥିବାରୁ ବିଭିନ୍ନ ସ୍ଥାନରୁ ପ୍ରତିଦିନ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଛି। ଏଥିରେ ବାଲିମାଫିଆ…
ପୁରୁଷ ୱାର୍ଡରେ ତାଲା, ବାରଣ୍ଡାରେ ରୋଗୀ
ଆନନ୍ଦପୁର,୩୧ା୩(ଉମେଶ ଚନ୍ଦ୍ର ପାଢ଼ୀ)କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପୁରୁଷ ୱାର୍ଡ ବନ୍ଦ ରହିଛି। ଓ୍ବାର୍ଡ ଛାତରୁ ପ୍ଲାଷ୍ଟର ଖସି ଜଣେ ରୋଗୀ ଆହତ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବନ୍ଦ କରିଥିବା ବେଳେ ରୋଗୀ ବାରଣ୍ଡରେ ଚିକିତ୍ସିତ ହେଉଥିବା ଦେଖାଯାଇଛି।…
ତାତି ବଢ଼ାଉଛି ପଥର ଚଟାଣ, ଫୁଙ୍ଗୁଳା ପାହାଡ଼
କେନ୍ଦୁଝର,୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)ଏକଦା ଶୀତଳ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ କେନ୍ଦୁଝର ଏବେ କିଛି ବର୍ଷ ହେଲା ଉତ୍ତପ୍ତ ଜିଲାରେ ପରିଣତ ହୋଇଛି। ଶନିବାର ଜିଲାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ଥିବା…

