ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ

ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ ୪, ୪୮୦୦୦ ଟଙ୍କା ଜବତ ହୋଇଛି।
ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼ ପଟରୁ ଏକ ଇନୋଭା କାର ନମ୍ବର (ଓଡି୨୫ଡ଼ି୦୦୦୯)ରେ ଯାଉଥିବା ବେଳେ ସ୍ଥାନୀୟ ଓଭରବ୍ରିଜ ଉପରେ ପୋଲିସ ଏବଂ ଫ୍ଲାଇଙ୍ଗ ସ୍କାର୍ଡ ଗାଡିକୁ ଅଟକାଇ ଥିଲେ l ଯାଞ୍ଚ ଦଳ ପକ୍ଷରୁ ଯାଞ୍ଚ ବେଳେ ତାଙ୍କ ଗାଡିରୁ ୪ ଲକ୍ଷ ୪୮ ହଜାର ଟଙ୍କା ମିଳିଥିଲା l ଏତେ ଟଙ୍କା କୋଉଠାରୁ ଆଣିଲେ ସେ ନେଇ ଶ୍ରୀ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଏବଂ ଗାଡି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି l ଏନେଇ ତାଙ୍କୁ ଟିଟିଲାଗଡ଼ ଥାନାରେ ରଖାଯାଇଛି l ନଗଦ ଟଙ୍କା ସହ କାର, ଦଳର ପୋଷ୍ଟର, ଟୋପି ଆଦି ଜବତ କରାଯାଇଛି l ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l

 


Enter your email to get our daily news in your inbox.

All Right Reserved By Dharitri.Com

ବିପୁଳ ପରିମାଣର ଗଞ୍ଜେଇ ଜବତ: ଏକାବେଳକେ ସ୍ବାମୀଙ୍କ ସହ ୨ ସ୍ତ୍ରୀଙ୍କୁ ମାଡ଼ିବସିଲା ପୋଲିସ…

ପଦ୍ମପୁର ,୮।୫ (ପ୍ରଦୀପ୍ତ ଦାଶ ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜଗଦଳପୁର ଥାନା ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୪ଦିନ…

ପରାଜୟ ମାନିଲେ ମମତା! ଶୁୁଭେନ୍ଦୁଙ୍କ ଶପଥ ନେଉ ନେଉ ହଠାତ୍‌ କଲେ ଏମିତି କାମ

କୋଲକାତା,୯।୫: ପଶ୍ଚିମବଙ୍ଗରେ ଭାଜପାର ବିସ୍ମୟକର ବିଜୟ ପରେ, ମମତା ବାନାର୍ଜୀ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିଲେ। କିନ୍ତୁ, ଏବେ ମମତା ବାନାର୍ଜୀ ତାଙ୍କର…

‘ଏବେ ପଶ୍ଚିମବଙ୍ଗ ପୁନଃନିର୍ମାଣ ହେବ’ – ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କୋଲକାତା,୯।୫: ଶନିବାର ପଶ୍ଚିମବଙ୍ଗର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ, ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ସେ ଜୋରାସାଙ୍କୋ ଠାକୁର ବାଡ଼ିରେ ଶ୍ରଦ୍ଧାଞ୍ଜଳି…

ସ୍ପଷ୍ଟ ହେଲା ବିଜୟ ଥାଲାପତିଙ୍କ ରାଜତିଳକ, TVKକୁ ସମର୍ଥନ କଲା ଏହି ଦଳ..

ଚେନ୍ନାଇ,୯।୫: ଥାଲାପତି ବିଜୟ ତାମିଲନାଡୁରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ଶନିବାର ସେ ଆଉ ଏକ ଦଳର ସମର୍ଥନ ପାଇଲେ, ଯାହା ପରେ ତାଙ୍କ ଦଳ ସରକାର…

‘ମୁଁ କଣ କରିବି’, ରୋହିତଙ୍କ ସହ ସେଲଫି ନେବା ବେଳେ ସ୍ବିଚଅଫ ହେଲା ଫୋନ, ତା’ପରେ…

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ କ୍ରିକେଟର । ରୋହିତ ଯେଉଁଠାକୁ ଯାଆନ୍ତି, ତାଙ୍କ ସହିତ ସେଲଫି…

ସୌମ୍ୟଙ୍କ ହତ୍ୟା ମାମଲା: ବଡ଼ କଥା କହିଲେ ଆଇନ ମନ୍ତ୍ରୀ, ଜଣଜଣଙ୍କୁ…

ଭୁୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି।…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri