ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ

ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ନେତା ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା ଶିକ୍ଷୟିତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡକାୟତ। ଅଭିଯୋଗ ଅନୁସାରେ, ମଙ୍ଗଳବାର ମଧ୍ୟରାତିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ତାଲା ଭାଙ୍ଗି ପଶି ଥିଲେ ଏବଂ ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ସହ ଛୋଟ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଧମକାଇବା ସହ ଯାହା ଅଛି ଦେବାକୁ କହିଥିଲେ। ଏହା ସହ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ। ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହବ ବୋଲି ଜଣାପଡିଛି। ଲୁଟ କରିବାକୁ ଆଠ ଜଣ ଦୁର୍ବୁତ୍ତ ଆସିଥିବା ବେଳେ ଛଅ ଜଣ ଡକାୟତଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି। ଶିକ୍ଷୟିତ୍ରୀଙ୍କ ସ୍ବାମୀ ରୋହିତ ବେହେରା। ଡକାୟତମାନେ ଘରେ ଥିବା ଛୋଟ ପିଲା ଏବଂ ଦୁଇଜଣ ସ୍ତ୍ରୀସ୍ବାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଘରେ ଯାହା ଅଛି ଦେବାକୁ କହିଥିଲେ ନଚେତ ସେମାନଙ୍କୁ ମାରି ଦିଆଯିବ ବୋଲି କହିଥିଲେ। ତେବେ ଘରୁ ସମସ୍ତ ଟଙ୍କା ସୁନା ନେଇ ଡକାୟତମାନେ ଚାଲିଯାଇଥିବା ବେଳେ ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଏସ ଆଇ ସବୀର ଅହମ୍ମଦ ଓ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

ହର୍ମୁଜରେ ପୁଣି ଆକ୍ରମଣ, ଜାହାଜକୁ ଟାର୍ଗେଟ କଲା ଇରାନ, ଜାଣନ୍ତୁ କେଉଁ ଜାହାଜ ଉପରେ ହୋଇଛି ଆକ୍ରମଣ

ତେହରାନ,୨୬।୬: ଶାନ୍ତି ଚୁକ୍ତିନାମା ପରେ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଇରାନ ଏକ ଜାହାଜକୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଏହା…

ସାଧାରଣ ପାସ୍‌ପୋର୍ଟ ଫି’ ୨୫୦୦ ଟଙ୍କାକୁ ବୃଦ୍ଧି, ତତ୍କାଳ ପାଇଁ ଦେବାକୁ ପଡ଼ିବ ୫ ହଜାର

ନୂଆଦିଲ୍ଲୀ,୨୬ା୬(ପି.ଟି.): କେନ୍ଦ୍ର ସରକାର ଦେଶରେ ପାସ୍‌ପୋର୍ଟ ପ୍ରସ୍ତୁତି ଏବଂ ଏହାର ନବୀକରଣ (ରି-ଇସ୍ୟୁ) ଫି’ରେ ବଡ଼ଧରଣର ବୃଦ୍ଧି କରିଛନ୍ତି । ୧୯୮୦ ମସିହାର ‘ପାସ୍‌ପୋର୍ଟ ନିୟମାବଳୀ’ରେ ସଂଶୋଧନ…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

ହଠାତ୍‌ ନାବାଳିକଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri