ବରୀ ବିଜେଡିରେ ଦଳଡିଆଁଙ୍କୁ ନେଇ ଚିନ୍ତା

ରସୁଲପୁର,୧୫ା୫(ରଂଜିତ ରାଉତ): ବରୀ ନିର୍ବାଚନମଣ୍ଡଳୀରେ ୩ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କପତ୍ର ଦାଖଲ ପରେ ଦଳୀୟ ପ୍ରଚାର ତୀବ୍ର ହେବାକୁ ଯାଉଛି। ଏଭଳି ସ୍ଥିତିରେ ବିଜେଡିକୁ ଦଳଡିଆଁ ଚିନ୍ତା ଘାରିଛି। ନିର୍ବାଚନ ପୂର୍ବରୁ ଦଳ ଯାହାକୁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲା, ଏବେ ସେହି ପ୍ରମୁଖ ଜନପ୍ରତିନିଧିମାନେ ଦଳ ଛାଡୁଥିବା ଲକ୍ଷ୍ୟ କରାଯାଉଛି। ନିର୍ବାଚନକୁ ଆଉ ମାତ୍ର ୨ସପ୍ତାହ ବାକି ରହିଲା। ଦଳରେ ଏହି ପ୍ରକ୍ରିୟା ଜାରି ରହିଲେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

୨୦୧୯ ନିର୍ବାଚନ ଫଳାଫଳକୁ ଲକ୍ଷ୍ୟକଲେ ବରୀରେ ବିଜେଡି ଓ ଭାଜପା ମଧ୍ୟରେ ଜିତିବା ବ୍ୟବଧାନ ମାତ୍ର ୪୦୬୨ ଭୋଟ ଥିଲା। ବରୀର ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ ୭୨,୨୨୯ଖଣ୍ଡ ଭୋଟ ମିଳି ଥିବାବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ୬୮,୪୯୭ଖଣ୍ଡ ଭୋଟ ମିଳିଥିଲା। ଏହି ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ୧୦ ପଞ୍ଚାୟତରୁ ବିଜେଡିକୁ ମିଳିଥିବା ଅଗ୍ରଣୀ ଭୋଟ ସୁନନ୍ଦାଙ୍କୁ ଜିତାଇବାରେ ସହାୟକ ହୋଇଥିଲା। ମାତ୍ର ସେହି ଅଞ୍ଚଳରେ ଦଳଡିଆଁମାନେ ବିଜେଡି ପାଇଁ ଚିନ୍ତାର କାରଣ ସାଜିଛନ୍ତି। ତା’ ଉପରେ ନଜର ପକାଇଲେ ଜଣାଯାଏ ଯାଜପୁର ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ରାଜେନ୍ଦ୍ରପୁର ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରା, ସାମନ୍ତାରାପୁର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାଳିକ, ଅତଲାପୁର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ ଓ ସମବାୟ ନେତା ବିଦ୍ୟାଧର କରଣ ପ୍ରମୁଖ ଦଳ ଛାଡି ଭାଜପାରେ ଯୋଗ ଦେଇ ସାରିଛନ୍ତି। ଏମାନେ ସମସ୍ତ ବିଜେଡିରେ ପ୍ରମୁଖ ସେନା ଥିଲେ।

ଦଳ ପାଇଁ ଭୋଟ ସଂଗ୍ରହ କରିବାରେ ଅଗ୍ରଣୀ ଭୂମିକା ଅର୍ଜନ କରିଆସୁଥିଲେ। ନିର୍ବାଚନର ବର୍ଷକ ପୂର୍ବରୁ ଏମାନେ ସମସ୍ତେ ବିଧାୟିକା ସୁନନ୍ଦା ଦାସଙ୍କୁ ବିରୋଧ କରି ମେଳି ବାନ୍ଧି ଥିଲେ। ଅର୍ଥଗାଁ ପଞ୍ଚାୟତର ଅଳପୁଆଠାରେ ମେଳି ହୋଇ ବିଧାୟିକାଙ୍କ କାର୍ଯ୍ୟାଧାରାକୁ ସମାଲୋଚନା କରିଥିଲେ। ସେତେବେଳେ ବିଜେଡି ନେତାମାନେ ଏମାନଙ୍କୁ ବ୍ୟବହାର କରି ବିଧାୟିକାଙ୍କୁ ବରୀରୁ ବିଦା କରିବା ଚକ୍ରାନ୍ତ କରିଥିଲେ। ସେଥିରେ ଚକ୍ରାନ୍ତକାରୀମାନେ ସଫଳ ହେଲେ, ଶେଷରେ ବରୀରେ ବିଜେଡି ବିଧାୟିକା ସୁନନ୍ଦାଙ୍କ ଟିକେଟ କାଟି ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିଛି। ହେଲେ ଅସ୍ତ୍ର ଭାବରେ ବ୍ୟବହାର ହୋଇଥିବା ପୁରୁଣା ନେତାମାନଙ୍କୁ ଧରି ରଖିବାରେ ଦଳ ବିଫଳ ହୋଇଛି। ଏହି ନେତାମାନେ ବିଜେଡି ଛାଡି ଭାଜପାରେ ମିଶିବା ପରେ ଭାଜପାର ବଳ ବଢିଛି। ତେବେ ଏହି ବଳ ଦଳକୁ ବିଜୟୀ କରିବାରେ କେତେ ସହାୟକ ହେଉଛି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇପାରିବ। ଆଉ ଦଳଡିଆଁରୁ ବିଜେଡିକୁ ପହଞ୍ଚିଥିବା କ୍ଷତିକୁ ଭରଣା କରିବା ପାଇଁ ଦଳ କି ରଣନୀତି ଆପଣଉଛି ତା ଉପରେ ସମସ୍ତଙ୍କର ନଜର ରହିଛି।

ବରୀ ନିର୍ବାଚନମଣ୍ଡଳିରେ ୩ଟି ପ୍ରମୁଖ ଦଳ ମଧ୍ୟରେ ଲଢେଇ ସୀମିତ ରହିନାହିଁ। ଏଠାରେ ନବ ନିର୍ମାଣ କୃଷକ ସଂଗଠନ ନିମାଇଁ ରାୟଙ୍କୁ ପ୍ରାର୍ଥୀ କରିଛି। ଚାଷୀ ନେତା ରାୟଙ୍କ ପ୍ରାର୍ଥତ୍ତ୍ୱ କୃଷକମାନଙ୍କ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଉଭୟ ବିଜେଡି ଓ ଭାଜପାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?