ବରୀ ବିଜେଡିରେ ଦଳଡିଆଁଙ୍କୁ ନେଇ ଚିନ୍ତା

ରସୁଲପୁର,୧୫ା୫(ରଂଜିତ ରାଉତ): ବରୀ ନିର୍ବାଚନମଣ୍ଡଳୀରେ ୩ପ୍ରମୁଖ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କପତ୍ର ଦାଖଲ ପରେ ଦଳୀୟ ପ୍ରଚାର ତୀବ୍ର ହେବାକୁ ଯାଉଛି। ଏଭଳି ସ୍ଥିତିରେ ବିଜେଡିକୁ ଦଳଡିଆଁ ଚିନ୍ତା ଘାରିଛି। ନିର୍ବାଚନ ପୂର୍ବରୁ ଦଳ ଯାହାକୁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲା, ଏବେ ସେହି ପ୍ରମୁଖ ଜନପ୍ରତିନିଧିମାନେ ଦଳ ଛାଡୁଥିବା ଲକ୍ଷ୍ୟ କରାଯାଉଛି। ନିର୍ବାଚନକୁ ଆଉ ମାତ୍ର ୨ସପ୍ତାହ ବାକି ରହିଲା। ଦଳରେ ଏହି ପ୍ରକ୍ରିୟା ଜାରି ରହିଲେ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି।

୨୦୧୯ ନିର୍ବାଚନ ଫଳାଫଳକୁ ଲକ୍ଷ୍ୟକଲେ ବରୀରେ ବିଜେଡି ଓ ଭାଜପା ମଧ୍ୟରେ ଜିତିବା ବ୍ୟବଧାନ ମାତ୍ର ୪୦୬୨ ଭୋଟ ଥିଲା। ବରୀର ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସଙ୍କୁ ୭୨,୨୨୯ଖଣ୍ଡ ଭୋଟ ମିଳି ଥିବାବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ୬୮,୪୯୭ଖଣ୍ଡ ଭୋଟ ମିଳିଥିଲା। ଏହି ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ୧୦ ପଞ୍ଚାୟତରୁ ବିଜେଡିକୁ ମିଳିଥିବା ଅଗ୍ରଣୀ ଭୋଟ ସୁନନ୍ଦାଙ୍କୁ ଜିତାଇବାରେ ସହାୟକ ହୋଇଥିଲା। ମାତ୍ର ସେହି ଅଞ୍ଚଳରେ ଦଳଡିଆଁମାନେ ବିଜେଡି ପାଇଁ ଚିନ୍ତାର କାରଣ ସାଜିଛନ୍ତି। ତା’ ଉପରେ ନଜର ପକାଇଲେ ଜଣାଯାଏ ଯାଜପୁର ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ରାଜେନ୍ଦ୍ରପୁର ପୂର୍ବତନ ସରପଞ୍ଚ ସୁଶାନ୍ତ ବେହେରା, ସାମନ୍ତାରାପୁର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ମହାଳିକ, ଅତଲାପୁର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ସାହୁ ଓ ସମବାୟ ନେତା ବିଦ୍ୟାଧର କରଣ ପ୍ରମୁଖ ଦଳ ଛାଡି ଭାଜପାରେ ଯୋଗ ଦେଇ ସାରିଛନ୍ତି। ଏମାନେ ସମସ୍ତ ବିଜେଡିରେ ପ୍ରମୁଖ ସେନା ଥିଲେ।

ଦଳ ପାଇଁ ଭୋଟ ସଂଗ୍ରହ କରିବାରେ ଅଗ୍ରଣୀ ଭୂମିକା ଅର୍ଜନ କରିଆସୁଥିଲେ। ନିର୍ବାଚନର ବର୍ଷକ ପୂର୍ବରୁ ଏମାନେ ସମସ୍ତେ ବିଧାୟିକା ସୁନନ୍ଦା ଦାସଙ୍କୁ ବିରୋଧ କରି ମେଳି ବାନ୍ଧି ଥିଲେ। ଅର୍ଥଗାଁ ପଞ୍ଚାୟତର ଅଳପୁଆଠାରେ ମେଳି ହୋଇ ବିଧାୟିକାଙ୍କ କାର୍ଯ୍ୟାଧାରାକୁ ସମାଲୋଚନା କରିଥିଲେ। ସେତେବେଳେ ବିଜେଡି ନେତାମାନେ ଏମାନଙ୍କୁ ବ୍ୟବହାର କରି ବିଧାୟିକାଙ୍କୁ ବରୀରୁ ବିଦା କରିବା ଚକ୍ରାନ୍ତ କରିଥିଲେ। ସେଥିରେ ଚକ୍ରାନ୍ତକାରୀମାନେ ସଫଳ ହେଲେ, ଶେଷରେ ବରୀରେ ବିଜେଡି ବିଧାୟିକା ସୁନନ୍ଦାଙ୍କ ଟିକେଟ କାଟି ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିଛି। ହେଲେ ଅସ୍ତ୍ର ଭାବରେ ବ୍ୟବହାର ହୋଇଥିବା ପୁରୁଣା ନେତାମାନଙ୍କୁ ଧରି ରଖିବାରେ ଦଳ ବିଫଳ ହୋଇଛି। ଏହି ନେତାମାନେ ବିଜେଡି ଛାଡି ଭାଜପାରେ ମିଶିବା ପରେ ଭାଜପାର ବଳ ବଢିଛି। ତେବେ ଏହି ବଳ ଦଳକୁ ବିଜୟୀ କରିବାରେ କେତେ ସହାୟକ ହେଉଛି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇପାରିବ। ଆଉ ଦଳଡିଆଁରୁ ବିଜେଡିକୁ ପହଞ୍ଚିଥିବା କ୍ଷତିକୁ ଭରଣା କରିବା ପାଇଁ ଦଳ କି ରଣନୀତି ଆପଣଉଛି ତା ଉପରେ ସମସ୍ତଙ୍କର ନଜର ରହିଛି।

ବରୀ ନିର୍ବାଚନମଣ୍ଡଳିରେ ୩ଟି ପ୍ରମୁଖ ଦଳ ମଧ୍ୟରେ ଲଢେଇ ସୀମିତ ରହିନାହିଁ। ଏଠାରେ ନବ ନିର୍ମାଣ କୃଷକ ସଂଗଠନ ନିମାଇଁ ରାୟଙ୍କୁ ପ୍ରାର୍ଥୀ କରିଛି। ଚାଷୀ ନେତା ରାୟଙ୍କ ପ୍ରାର୍ଥତ୍ତ୍ୱ କୃଷକମାନଙ୍କ ଭୋଟକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଉଭୟ ବିଜେଡି ଓ ଭାଜପାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri