ଆମ ଜିଲା ଖବର

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ୨ ନାବାଳକଙ୍କ ଜୀବନ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ କ୍ଷେତରେ ଖଞ୍ଜା ଯାଇଥିବା ୟୁଜିବି ଲ୍ୟାଣ୍ଡମାଇନ୍‌ ସଂସ୍ପର୍ଶରେ ଆସି ସୋମବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୋଡଗା ଗ୍ରାମର ଲକ୍ଷ୍ମଣ ଓୟାମ (୧୩) ଓ ବେଟି ଓୟାମ (୧୧)। ମିଳିଥିବା ସୂଚନା…

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ୪ ନମ୍ବର ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀମାନେ ଯାଞ୍ଚ କରିବା ସମୟରେ…

କୋଟିଆରେ ୭୬.୫୩ ପ୍ରତିଶତ ମତଦାନ: ଭୋଟରଙ୍କ ପାଇଁ ତତ୍ପରତା ଦେଖାଇଲା ଓଡ଼ିଶା, ଆନ୍ଧ୍ର

ପଟ୍ଟାଙ୍ଗି,୧୩ା୫(ଶରତ ଧଳ): ପ୍ରଥମ ପର୍ଯ୍ୟାୟ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ସୋମବାର ଭୋଟର ନିଜ ନିଜ ମତ ସାବ୍ୟସ୍ତ କରିଛନ୍ତି। ସୀମାନ୍ତ ଭୋଟରଙ୍କ ପାଇଁ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟର ଜିଲା ଓ ବ୍ଲକ ପ୍ରଶାସନ ଭୋଟରଙ୍କୁ ଗାଡିରେ ମତଦାନ କେନ୍ଦ୍ରରେ…

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ ହୋଇଥିବା ବେଳେ ଗାଁରେ ମତଦାନ କେନ୍ଦ୍ର କରିବାକୁ ଦାବି କରି ଭୋଟ ବର୍ଜନ କରିଛନ୍ତି…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌: ୨୦ ଆହତ

କେନ୍ଦୁଝର,୧୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ମା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋମବାର ଅପରାହ୍ନରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ…

ଚେକିଂ ବେଳେ କାର୍‌ରୁ ବିପୁଳ ପରିମାଣର ଟଙ୍କା ଜବତ

ବୌଦ୍ଧ,୧୩।୫ (ଅଜିତ କୁମାର ବାରିକ): ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଗାଡି ଯାଞ୍ଚ ବେଳେ ଏକ କାର୍‌ରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି। ଏକ କଳା ରଙ୍ଗର କାର୍‌…

୩ଟା ସୁଦ୍ଧା କୋରାପୁଟରେ ୫୩.୨୭ ପ୍ରତିଶତ ମତଦାନ

କୋରାପୁଟ,୧୩।୫(ଅମିତାଭ ବେହେରା ) ଅପରାହ୍ନ ୩ଟା ସୁଦ୍ଧା କୋରାପୁଟ ଜିଲାରେ ୫୩.୨୭ ପ୍ରତିଶତ ମତଦାନ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ଜିଲାର କୋଟପାଡ଼ ବିଧାନସଭା ଆସନରେ ୫୫.୭୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଜୟପୁର ବିଧାନସଭା ଅଞ୍ଚଳରେ…

ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି

ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ନରେ ଫେରିଆସିଛନ୍ତି। ସୂଚନା ଯୋଗ୍ୟ, ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା,…

ବିଜେଡି ଏମ୍‌ପି, ଏମ୍‌ଏଲ୍‌ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ କଇନ୍ତରା ଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏକ ଅଘଟଣ ଘଟିଛି। ନିର୍ବାଚନ ପ୍ରଚାର…

ପର୍ଯ୍ୟଟନସ୍ଥଳ ବୁଲିବା ହେଲା କାଳ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କୋରାପୁଟ,୧୩।୫(ଅମିତାଭ ବେହେରା): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଗଳିଗୋବଡର ପର୍ଯ୍ୟଟନସ୍ଥଳରେ ପାଣିରେ ବୁଡି କୋରାପୁଟ ସହରର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ପାଣିରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ବ୍ୟବଛେଦ ପାଇଁ ପଟାଙ୍ଗି ମେଡିକାଲକୁ ଅଣାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ…

ୱେବ କାଷ୍ଟିଙ୍ଗରୁ ଧରାପଡି ପୋଲିଂ ଅଫିସର ନିଲମ୍ବିତ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ):ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେସିଙ୍ଗା ବ୍ଲକର ତୁର୍ଲାଖମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ ହୋଇ ଥିବା ଚତୁର୍ଥ ପୁଲିଙ୍ଗ ଅଫିସର ତଥା ଧର୍ମଗଡ଼ ଅତିରିକ୍ତ ଉପ ରେଜିଷ୍ଟ୍ରେସନ ଅଧିକାରୀ ତେଜନଶୁ ସାହା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ କାଷ୍ଟିଙ୍ଗରୁ…

୨ ପ୍ରିଜାଇଡିଂ ଅଫିସର୍‌ଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?