ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍‌, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍‌ରେ…

ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା ପରେ ୧୧ଜଣିଆ ଟିମ୍‌ ମନ୍ଦିର ମଧ୍ୟକୁ ଯାଇଛନ୍ତି। ସେମାନେ ପ୍ରଥମେ ମା’ ବିମଳାଙ୍କୁ ଦର୍ଶନ କରି ଗୁଆ ଆଣିବା ପରେ ମା’ ଲକ୍ଷ୍ମୀଙ୍କ ଦର୍ଶନ କରିଛନ୍ତି। ଏହାପରେ ୧ଟା ୨୮ ମିନିଟ୍‌ରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ଟିମ୍‌ ପ୍ରବେଶ ପରେ ୩ ଦ୍ୱାର ବନ୍ଦ କରାଯାଇଛି। କେବଳ ସିଂହଦ୍ୱାର ଖୋଲାଯାଇଥିବା ବେଳେ ପୋଲିସ ସତର୍କ ରହିଛି। ୧୧ଜଣିଆ ଟିମ୍‌ ନ ଆସିବା ଯାଏ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି।

ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଥିଲା। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍‌ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?