ଆମ ଜିଲା ଖବର

ମହାନଦୀରେ ଭାସିଗଲେ କାଉଡ଼ିଆ

କଟକ,୪।୮: ମହାନଦୀର ଭଦିମୂଳ ଘାଟରେ ରବିବାର ଏକ ଅଘଟଣ ଘଟିଛି। ଘାଟରେ ପାଣି ଉଠାଇବା ବେଳେ ଜଣେ କାଉଡ଼ିଆ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ…

ଶିଳ୍ପ ସଂସ୍ଥାଠୁ ବକେୟା ଜଳକର ଆଦାୟ କର: ମନ୍ତ୍ରୀ ପୂଜାରୀ

ସମ୍ବଲପୁର,୪।୮: ହୀରାକୁଦ ଡ୍ୟାମ୍‌ ଜଳ ପରିଚାଳନା ନେଇ ରବିବାର ବୁର୍ଲାରେଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହୀରାକୁଦ ଡ୍ୟାମ୍‌ ସମେତ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜଳ…

ମୋରଡ଼ା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି, ପୋଲିସ ନିଷ୍କ୍ରିୟ

ମୋରଡ଼ା,୪ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ଚୋରିର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ମୋରଡ଼ା ପୋଲିସ ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚରମ…

ଓ୍ବାୟନାଡ ଗଲା ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର,୪ା୮: କେରଳର ଓ୍ବାୟନାଡରେ ଭୂସ୍ଖଳନ ପରେ ମାଟିତଳୁ ଚାଲିଛି ଜୀବନ ଖୋଜା। ଭୂ-ସ୍ଖଳନର ମହାବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର…

କଳାକାରଙ୍କ ହକ୍‌ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି…

ହୀରାକୁଦ ଡ୍ୟାମ୍‌ରୁ ଆଉ ଖୋଲିଲା ୪ ଗେଟ୍‌

ସମ୍ବଲପୁର,୪।୮: ରବିବାର ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୧୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ଉପୁଜି ନାହିଁ । ନଦୀ ଗୁଡ଼ିକ…

୪ ଆନ୍ତଃରାଜ୍ୟ ଡକାୟତ କୋର୍ଟଚାଲାଣ

ପାଟଣା,୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାଡ଼ଖଣ୍ଡ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଓ…

ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ଜଳିଲା, ପୂରା ଘଟଣା ଜାଣିଲେ

ପୁରୀ,୪।୮: ପୁରୀ ଜିଲା ପିପିଲି ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ କାର ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣା ପରେ କାରରେ ନିଆଁ ଲାଗି ଚାହୁଁଚାହୁଁ କାର ହୁତୁ ହୁତୁ ହୋଇ…

ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୪ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ଥିବା ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରୁ କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଚୋରି କରିଛି। ଖବର…

ଚିଲିକା ମଝିରେ ଫସିଲା ବନବିଭାଗର ପାଟ୍ରୋଲିଂ ଡଙ୍ଗା

ପୁରୀ,୪ା୮: ପୁରୀ ଜିଲା କୃଷ୍ଣପ୍ରସାଦର ଜହ୍ନିକୁଦା ନିକଟରେ ରବିବାର ବନବିଭାଗର ଏକ ପାଟ୍ରୋଲିଂ ଗାଡ଼ି ଚିଲିକା ମଝିରେ ଫସିରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ଫସି ଯାଇଥିବା ଜଣାପଡ଼ିଛି। ଏଥିରେ ବନବିଭାଗର ୪ ଜଣ କର୍ମଚାରୀ ରହିଛନ୍ତି। ଫସିଥିବା ବନ କର୍ମଚାରୀମାନେ…

ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ କରିଛି। ହେଲେ ରାୟଗଡ଼ା ଜିଲାରେ ଦଳ ଆଶାନୁରୂପ ସଫଳତା ପାଇପାରି ନାହିଁ ବୋଲି ଶନିବାର ରାୟଗଡ଼ା ଗସ୍ତରେ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।…

ବେଆଇନ ମଦ, ସଟ୍ଟା କାରବାର ଉପରେ ଚଢ଼ାଉ: ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ଼ା,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ, ସଦର ଏବଂ ଗ୍ରାମାଞ୍ଚଳ ଥାନା ପୋଲିସ ବେଆଇନ ମଦ ଏବଂ ସଟ୍ଟା କାରବାର ଉପରେ ଚଢ଼ାଉ କରିଛି। ଚଢ଼ାଉରେ ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ନଗଦ ବିପୁଳ ଟଙ୍କା ସହିତ ମଦ, ତାସ, କାଲକୁଲେଟର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?