ତ୍ରୁଟି ସୁଧାରିବା ପାଇଁ ଚାଲିଛି ସମୀକ୍ଷା: ମନମୋହନ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ପ୍ରଥମ ଥର ପାଇଁ ରାଜ୍ୟରେ ଭାଜପା ସରକାର ଗଠନ କରିଛି। ହେଲେ ରାୟଗଡ଼ା ଜିଲାରେ ଦଳ ଆଶାନୁରୂପ ସଫଳତା ପାଇପାରି ନାହିଁ ବୋଲି ଶନିବାର ରାୟଗଡ଼ା ଗସ୍ତରେ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଗତ ନିର୍ବାଚନରେ ଜିଲାର ୩ ବିଧାନସଭା ଆସନରେ ଭାଜପା ତୃତୀୟ ସ୍ଥାନରେ ରହିଛି। ଦଳର ସାଙ୍ଗଠନିକ ସ୍ଥିତି ଦୁର୍ବଳ ଥିବା ନେଇ କମିଟି ରିପୋର୍ଟ ଦେଇଛି। ଉକ୍ତ ରିପୋର୍ଟକୁ ଦେଖିବା ପରେ ଦଳ ତ୍ରୁଟି ସୁଧାରି ଆଗକୁ ବଢ଼ିବ ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଜିଲାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ମନମୋହନ କହିଛନ୍ତି। ତେବେ ଭାଜପାର ଭୋଟ ହାର ୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ନିର୍ବାଚନ ସମୟରେ ଟିକେଟ ଛକାପଞ୍ଝାରେ ଭାଜପା ବିଭିନ୍ନ ଭାଗରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ତାହାକୁ ଦେଖି ଜନସାଧାରଣ ଜିଲାରେ ଭାଜପାକୁ ପ୍ରତ୍ୟାଖାନ କରିଥାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଲଗାତର ଆସନ ହାତେଇ ଥିବା ବିଜେଡିର ମଧ୍ୟ ଗୋଷ୍ଠୀ କନ୍ଦଳ ପରାଜୟର କାରଣ ପାଲଟିଛି। ତେଣୁ କଂଗ୍ରେସ ଏଠାରୁ ଫାଇଦା ନେଇଛି। ଜିଲାର ୩ଟି ବିଧାନସଭା ଆସନ ଦଖଲ ସହିତ ଦ୍ୱିତୀୟ ଥର ପାଇଁ କଂଗ୍ରେସ କୋରାପୁଟ ଲୋକ ସଭା ଆସନରେ ପାଇଥିବା ବିପୁଳ ଭୋଟରେ ରାୟଗଡ଼ାର ଅବଦାନ ଯଥେଷ୍ଟ ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଦାୟିତ୍ୱ ହସ୍ତାନ୍ତର ପରେ ବି ଖୋଲୁନି ସୁବିଧା କେନ୍ଦ୍ର, ଲକ୍ଷ୍ମୀ ବସ୍‌ ହଟାଇବାକୁ ଦାବି

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କିଛିଦିନ ପରେ ଶୀତ ଆସିବ ଆଉ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ତେବେ ଦୀର୍ଘଦିନରୁ ପର୍ଯ୍ୟଟକଙ୍କ ପାଇଁ ରହିଥିବା ସୁବିଧା କେନ୍ଦ୍ରଟି ତାଲା...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯: ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ ସଭ୍ୟାସଭ୍ୟ ଅଭିଯୋଗ କରିଛନ୍ତି।...

ସୁଭଦ୍ରା ଟଙ୍କା ପାଇଁ ଠେଲାପେଲା: ମେସେଜ ଆସିନଥିବାରୁ ବ୍ୟାଙ୍କରେ ଭୟଙ୍କର ଭିଡ

ବରୀ,୧୮ା୯(ମହେନ୍ଦ୍ର ସ୍ୱାଇଁ): ସାରା ଓଡ଼ିଶାରେ ଏବେ ସୁଭଦ୍ରା ଚର୍ଚ୍ଚା। ଯୁଆଡେ ଦେଖିଲେ ସମସ୍ତଙ୍କ ମୁହଁରେ ସୁଭଦ୍ରା ଟଙ୍କା ଆସିଲା କି ନାହିଁ ପ୍ରଶ୍ନ। ଏହାରି ମଧ୍ୟରେ...

ଆତଙ୍କ ସୃଷ୍ଟି କରୁଥବା ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍‌, ରେଡିଓକୋଲାର ଲଗାଇଲା ବନ ବିଭାଗ

ଟେନ୍‌ସା,୧୮ା୯(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଓ ବରସୁଆଁ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଗତ ୫ବର୍ଷ ଧରି ଆତଙ୍କ ଚଳାଉଥିଲା। ଦନ୍ତାହାତୀଟିକୁ ବନ ବିଭାଗ...

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି, ପହଞ୍ଚିଲେ ଡାକ୍ତରୀ ଟିମ୍‌

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା...

ସରକାରୀ କ୍ୱାର୍ଟର୍ସରୁ ମିଳିଲା ଫରେଷ୍ଟରଙ୍କ ମୃତଦେହ

ଭବାନୀପାଟଣା,୧୮।୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ବୁଧବାର ସକାଳରେ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଫରେଷ୍ଟରଙ୍କ...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ସହାୟତା ରାଶି ଘୋଷଣା କଲେ ବିଧାୟକ

ନବରଙ୍ଗପୁର,୧୮।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ସଦର ମହକୁମାରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗାଁ ଉପକଣ୍ଠରେ ଥିବା ଏକ ଟାୱାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri