କଳାକାରଙ୍କ ହକ୍‌ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ କହିଛନ୍ତି। ପାଇକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ୧୧ଜିଲାର କଳାକାର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମହାସଂଘର ଉପଦେଷ୍ଟା ପଦ୍ମଶ୍ରୀ ଡ. ଜିତେନ୍ଦ୍ରିୟ ହରିପାଲ ଯୋଗଦେଇ ସଂଗଠନ ମାଧ୍ୟମରେ କଳା, କଳାକାରଙ୍କ ସ୍ବାର୍ଥ ଓ ହକ୍‌ ମିଳି ପାରିବ। ଏଥିପାଇଁ ନିରନ୍ତର ଲଢେଇ ଜାରି ରଖିବା ପାଇଁ ମହାସଂଘକୁ ଆହ୍ବାନ ଦେଇଥିଲେ। ସମାଜସେବୀ ନିହାଲ ସିଂ, ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ପ୍ରମୁଖ
ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଗାମୀ ଦିନରେ କଳାକାର ମହାସଂଘ ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ବାଲେଶର କୁଅଁର ସାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ଗୋପବନ୍ଧୁ ପୁରୋହିତ ମହାସଂଘର ବିବରଣୀ ଉପସ୍ଥାପନ କରିଥିଲେ। ସଂଯୋଜକ ପ୍ରମୋଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏହି ବୈଠକରେ କଳାହାଣ୍ଡି ଜିଲାରୁ ଲୋକନାଥ ନାଗ, ନୂଆପଡ଼ା ଜିଲାରୁ ଲକି ତାଣ୍ଡି, ବଲାଙ୍ଗୀର ଜିଲାରୁ ପଞ୍ଚାନନ ବାଗ, ସାନନ୍ଦ ଶିକା, ସୋନପୁର ଜିଲାରୁ ଲକ୍ଷ୍ମଣ ଭୋସାଗର, ଦେବଗଡ଼ ଜିଲାରୁ ବିପ୍ର ଜୟପୂରିଆ, ସମ୍ବଲପୁର ଜିଲାରୁ ଶାଶତ ସେଟ, ବୌଦ୍ଧ ଜିଲାରୁ ଗୁଣମଣି ପ୍ରଧାନ, ଝାରସୁଗୁଡ଼ା ଜିଲାରୁ ଗୋବିନ୍ଦ ପଟେଲ ପ୍ରମୁଖ ଯୋଗଦେଇ ନିଜ ଜିଲାରେ କଳାକାର ସଂଗଠନର ସ୍ଥିତି ଉପସ୍ଥାପନ କରିଥିଲେ। ଏହା ସହିତ କଳା, କଳାକାରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ବରଗଡ଼ରେ ଆୟୋଜିତ ହେବାକୁ ଥିବା ପଶ୍ଚିମାଞ୍ଚଳ କଳାକାର ମହାକୁମ୍ଭରେ କେଉଁ ଜିଲାରୁ କେତେ କଳାକାର ଅଂଶଗ୍ରହଣ କରିବେ ତାହା ମଧ୍ୟ ଉଲ୍ଲେଖ କରିବା ସହ ବରଗଡ଼ ଠାରେ ନିର୍ମାଣ ହେବାକୁ ଥିବା ଲୋକକଳା ଭବନର ଜମି ଓ ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଧିବେଶନରେ ସର୍ବସମ୍ମତିକ୍ରମେ ମହାସଂଘର ସହ ସମ୍ପାଦକ ଭାବେ ଅଭିନେତା ଜଗଦାନନ୍ଦ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ବାରିକ, ସୁରଥ କୁଅଁର, ସନ୍ତୋଷ ସାହୁ ଖଗେଶ୍ବର ସାହୁ, ରାଧେଶ୍ୟାମ ଭେସ୍ରା, ଗଣେଶ ସାହୁ, ଦେବେନ୍ଦ୍ର ମଟାରି, ଅନିରୁଦ୍ଧ ପାଇକ, ଜିତେନ୍ଦ୍ରିୟ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri