କର୍ମଚାରୀ ଅଭାବରୁ ଝୁଲୁଛି ତାଲା
ଭଣ୍ଡାରିପୋଖରୀ,୧୭।୭(ରାଜେନ୍ଦ୍ର ଶତପଥୀ): ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ସହଯୋଗିତା ପାଇଁ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ଜଳ ଘନତ୍ୱ ମାପ ବିଭାଜନର ପୁରାତନ ଆଖୁଆପଦା ସେକ୍ସନରେ କର୍ମଚାରୀ ଅଭାବରୁ ତାଲା ପଡ଼ିଛି। ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାରେ ବୈତରଣୀ ନଦୀରେ ଆନିକଟ ଥିବାରୁ ଏହି…
ଅଚାନକ୍ ଆହାର କେନ୍ଦ୍ରରେ ପହଞ୍ଚିଗଲେ ବିଧାୟକ, ପରେ….
ଭଦ୍ରକ, ୧୭।୭ (ସନାତନ ରାଉତ): ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୌରପାଳିକାର ବିଭିନ୍ନ ୱାର୍ଡ ଓ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ସୋମବାର ଅଚାନକ ଭଦ୍ରକ ସହରର ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ନିକଟରେ ଥିବା…
ଏକା ସାଙ୍ଗରେ ଡକାଡକି ହୋଇ ଚାଲିଗଲେ ଦାଦା-ପୁତୁରା
ବାରିପଦା,୧୭।୭: (ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥର ପାଲବଣିଠାରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରକ୍ ସମ୍ପର୍କୀୟ କକା ଓ ପୁତୁରାଙ୍କ ଉପରେ ମାଡ଼ିଯିବାରୁ ଦୁହିଁଙ୍କ ମୃତ୍ୟୁ…
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ
ଜୟପୁର, ୧୭ା୭(ପବନ ପାଣିଗ୍ରାହୀ): ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମଙ୍ଗଳବାର ତାଙ୍କୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତର ଆର୍.ଏନ୍.ମିଶ୍ର, ସୁନୀଲ ଭତ୍ରା ଓ ମୁକ୍ତିକାନ୍ତ ଖଟୁଆଙ୍କୁ ନେଇ ଗଠିତ ଏକ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି।…
ଆଜି ରଥରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ,୧୭ା୭(ଅଜିତ୍ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ରଥ ଉପରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ, ରାଜରାଜେଶ୍ୱର ବେଶ ତଥା ବଡ଼ତଢ଼ାଉ ବେଶ ଅନୁଷ୍ଠିତ ହେବ। ଏହି ପବିତ୍ର ତିଥିରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହମାନେ ମହଣ ମହଣ ସୁନାରେ ସଜେଇ ହେବେ।…
କାର୍ଯ୍ୟରେ ଅବହେଳାକଲେ ଚାକିରିରୁ ବିଦା
କୋରାପୁଟ,୧୭ା୭(ଅମିତାଭ ବେହେରା): ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀ କୋରାପୁଟ ଜିଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ମଙ୍ଗଳବାର ସମୀକ୍ଷା କରିଛନ୍ତି। ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତାକରି ଏମ୍ପି ମାଝୀ ବିଭିନ୍ନ ଉନ୍ନୟନମୂଳକ…
୨୨ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା
କଟକ,୧୭ା୭ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟରୁ ମୋଟ୍ ୯୭୨ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି।…
ଭାଲୁ ପଶିଯିବାରୁ ସ୍କୁଲ ଛୁଟି
ନନ୍ଦାହାଣ୍ଡି/ପାପଡ଼ାହାଣ୍ଡି,୧୭।୭ (ପ୍ରତୀପ କୁମାର ଦାଶ/ ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲାରେ ଭାଲୁ ଆତଙ୍କ ଦେଖାଦେଇଛି। ବିଭିନ୍ନ କାରଣରୁ ଭାଲୁ ଏବେ ଜଙ୍ଗଲଛାଡ଼ି ଜନବସତି ମୁହାଁ ହେଉଛନ୍ତି। ସୋମବାର ବିଳମ୍ବିତ ରାତିରେ ପାପଡ଼ାହାଣ୍ଡି ଥାନାରେ ପଶି ଆତଙ୍କିତ କରିଥିବାବେଳେ ମଙ୍ଗଳବାର ନନ୍ଦାହାଣ୍ଡି ବ୍ଲକ…
କାହା ପାଖରେ ଅଛି ରତ୍ନଭଣ୍ଡାର ଚାବି? ବଡ଼ ବୟାନ ଦେଲେ ନିରଞ୍ଜନ
ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ…
ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା
ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି…
ଅଣ ସେବାୟତଙ୍କ ବିରୋଧରେ ଏଫଆଇଆର, ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ
ପୁରୀ,୧୬।୭: ବାହୁଡା ଯାତ୍ରାରେ ରଥରେ ଚଢିଥିବା ୨ ଅଣ ସେବାୟତଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା। ଏତଲା ପରେ ଫଟୋ ଓ ଭିଡିଓ ଫୁଟେଜ ସିଂହଦ୍ୱାର…
ମହିଳା ମାଓବାଦୀଙ୍କ ସମେତ ୭ ଗିରଫ
ମାଲକାନଗିରି,୧୬ା୭(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ ଅଭିଯାନ ବେଳେ ପୋଲିସ ଦ୍ୱାରା ତେରେମ୍ ଅଞ୍ଚଳରୁ ମଙ୍ଗଳବାର ୭ ମାଓବାଦୀ ଗିରଫ ହୋଇଛନ୍ତି। ତେରେମ୍ ଅଞ୍ଚଳରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ କେତେଜଣ…

